11 Dead As Bus Catches Fire In Nashik
ପ୍ରଥମେ ଟ୍ରକ୍କୁ ଧକ୍କା ଦେଲା ତା’ପରେ ହୁତୁହୁତୁ ହୋଇ ଜଳିଗଲା ବସ୍। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ଲୋକ, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ବସ୍ଟି ୟବତମାଲ୍ରୁ ମୁମ୍ବାଇ ଯାଉ ଥିବାବେଳେ ଔରଙ୍ଗାବାଦ୍ ରୋଡ୍ରେ ଭୋର ସମୟରେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଏହାପରେ ବସ୍ରେ ନିଆଁ ଲାଗି ଯାଇଥିଲା।
ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ଯାତ୍ରୀମାନେ ବସ୍ ଭିତରୁ ହଠାତ୍ ବାହାରି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କିଛି ସମୟ ପାଇଁ ଆକାଶ ପୁରା ଧୂଆଁମୟ ହୋଇଯାଇଥିଲା। ଟ୍ରକ୍ଟି ନାସିକରୁ ପୁଣେ ଯାଉଥିଲା ବୋଲି ଜଣାପଡ଼ିଛି। ପ୍ରକୃତରେ କେଉଁ କାରଣ ପାଇଁ ନିଆଁ ଲାଗିଲା, ସେନେଇ ତଦନ୍ତ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି।
ଦୁର୍ଘଟଣାରେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁଷେ କହିଛନ୍ତି। ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1665199583.jpg)