Advertisment

ମୋହାଲିରେ ବିସ୍ଫୋରଣ ମାମଲା : ଆକ୍ରମଣକାରୀଙ୍କୁ ସହଯୋଗ କରିଥିବା ଅଭିଯୁକ୍ତ ଗିରଫ

ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି।

 Mohali blast

Mohali blast

Advertisment

ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ବିସ୍ଫୋରଣ ମାମଲାରେ ପଞ୍ଜାବ ପୋଲିସକୁ ବଡ ସଫଳତା । ଫରିଦକୋଟ ନିବାସୀ ନିଶାନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି । ନିଶାନ ସିଂହଙ୍କୁ ପଚରାଉଚରା କରାଯାଉଛି । ପୁଲିସ ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଆକ୍ରମଣକାରୀଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ଲଜିଷ୍ଟିକ୍ ସହାୟତା କରିଥିଲେ ।

Advertisment

ତେବେ ପଞ୍ଜାବ ପୁଲିସ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ଏହି ମାମଲାରେ ଆଉ ୨ ଜଣଙ୍କୁ ମଧ୍ୟ ଅଟକ ରଖିଛି । ଖୁବଶୀଘ୍ର ଏହି ସମଗ୍ର ଷଡଯନ୍ତ୍ରର ଖୁଲାସା ହୋଇଯିବ ବୋଲି ପୁଲିସ ଆଶା କରିଛି । ସେପଟେ ଆକ୍ରମଣରେ ବ୍ୟବହୃତ ହୋଇଥିବା ରକେଟ୍ ଲଞ୍ଚର ଜବତ ହୋଇଛି । ଏହି ରକେଟ୍ ଲଞ୍ଚର କେଉଁଠୁ ମିଳିଲା ସେ ନେଇ ପୁଲିସ ଏଯାଏଁ ଖୁଲାସା କରିନି । ମୋହାଲି ବିସ୍ଫୋରଣ ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଅଟକ ରଖିଛି, ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ସେପଟମୋହାଲିରେ ବିସ୍ଫୋରଣ ପରେ ପଞ୍ଜାବ ସୀମାରେ ଥିବା ଜମ୍ମୁ କାଶ୍ମୀରରେ ସାମ୍ବା ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯାଇଛି । ବିଶେଷ କରି କେନାଲ ଏବଂ ରାସ୍ତା କଡରେ ତଲାସୀ ଅଭିଯାନ ତେଜ କରାଯାଇଛି । ସୀମା ଆରପଟୁ କିଛି ଅସ୍ତ୍ର କିମ୍ବା ବିସ୍ଫୋରକ ସାମଗ୍ରୀ ଆସି ପଡିଥିବା ଆଶଙ୍କାରେ ଏହି କମ୍ବି କରାଯାଉଛି । ଏହି ଅପରେସନରେ ସେନା ସହ BSF ଏବଂ CRPF ସୁରକ୍ଷା କର୍ମୀମାନେ ସାମିଲ ହୋଇଛନ୍ତି । ନିକଟରେ ସାମ୍ବା ଅଞ୍ଚଳରୁ ଏକ ସୁଡଙ୍ଗ ଠାବ କରାଯାଇଥିଲ, ଯାହାକି ପାକ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି ।

Advertisment
Mohali Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ