Advertisment

ମାଡ଼ି ଆସୁଛି ବିପଦ ! ମେ’ ୧୬ରେ ପୃଥିବୀ ନିକଟ ଦେଇ ଗତି କରିବ ବିଶାଳକାୟ ଆଷ୍ଟ୍ରଏଡ୍‌

ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍‌ରେ  ଆଷ୍ଟ୍ରଏଡ୍‌ 388945 (2008 TZ3) ପୃଥିବୀର ନିକଟତର ହେବ।

1,600-Feet Asteroid Heading Towards Earth

1,600-Feet Asteroid Heading Towards Earth

Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିଶାଳକାୟ ଆଷ୍ଟ୍ରଏଡ୍‌(Asteroid)। ଯାହାର ଆକାର ବହୁତ ବଡ଼ ବୋଲି କୁହାଯାଉଛି। ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍‌ରେ  ଆଷ୍ଟ୍ରଏଡ୍‌ 388945 (2008 TZ3) ପୃଥିବୀର ନିକଟତର ହେବ।

Advertisment

ମହାକାଶ ବୈଜ୍ଞାନିକଙ୍କ ଅନୁସାରେ, ଏହି ଆଷ୍ଟ୍ରଏଡ୍‌ର ଓସାର ୧,୬୦୮ ଫୁଟ୍‌ ହୋଇଥିବା ବେଳେ ଏହାର ତୁଳନା ନ୍ୟୁୟର୍କର ପ୍ରତିଷ୍ଠିତ ଏମ୍ପାୟର ଷ୍ଟେଟ୍‌ ବିଲ୍ଡିଂ (୧,୪୫୪ ଫୁଟ୍‌) ସହ କରାଯାଇଛି। ଏହା Eiffel Tower ଓ Statue of Libertyଠୁ ମଧ୍ୟ ବଡ଼। 

ଯଦି ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ ପୃଥିବୀ ସହ ଧକ୍କା ହୁଏ, ତା’ହେଲେ ବଡ଼ଧରଣର କ୍ଷତି ହେବ ବୋଲି ନାସା ପକ୍ଷରୁ କୁହାଯାଇଛି। ମହାକାଶ ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଏହା ପୃଥିବୀ ଠାରୁ ପାଖାପାଖି ୨୫ ଲକ୍ଷ ମାଇଲ୍‌ ଦୂର ଦେଇ ଅତିକ୍ରମ କରିବ। ଯଦିଓ ଏହା ବହୁତ ଦୂର ଭଳି ଲାଗୁଛି, କିନ୍ତୁ ବାସ୍ତବରେ ଏହା ଅଧିକ ଦୂର ନୁହେଁ। ତେଣୁ ନାସା ଏହାକୁ ହାଲ୍‌କା ଭାବେ ନନେଇ ଏହାର ଗତିବିଧି ଉପରେ ନଜର ରଖିଛି।  

Advertisment

ଏହା ପ୍ରଥମ ଘଟଣା ନୁହେଁ, ଯାହାକି ଆଷ୍ଟ୍ରଏଡ୍‌ 388945 ପୃଥିବୀ ଆଡ଼କୁ ଆସୁ ନାହିଁ। ୨୦୨୦ ମସିହା ମେ’ରେ ପୃଥିବୀର ଅତି ନିକଟ ଦେଇ ଏହା ଗତି କରିଥିଲା। ସେତେବେଳେ ଏହା ପୃଥିବୀ ଠାରୁ ୧.୭ ମିଲିୟନ ମାଇଲ୍‌ ଦୂରରେ ଥିଲା। ମହାକାଶ ବୈଜ୍ଞାନିକଙ୍କ ଅନୁସାରେ, ପ୍ରତି ୨ ବର୍ଷରେ ଥରେ ଏହା ପୃଥିବୀ ନିକଟ ଦେଇ ଗତି କରିଥାଏ। ୨୦୨୪ ମସିହା ମେ’ ମାସରେ ଏହା ପୃଥିବୀ ନିକଟ ଦେଇ ଗତି କରିବ। ବୈଜ୍ଞାନିକଙ୍କ ଅନୁସାରେ, ଆଷ୍ଟ୍ରଏଡ୍‌ ପୃଥିବୀ ପାଇଁ ବିପଦପୂର୍ଣ୍ଣ। ଯଦି କୌଣସି ଆଷ୍ଟ୍ରଏଡ୍‌ ପୃଥିବୀ ଠାରୁ ୪.୬୫ ମିଲିୟନ ମାଇଲ୍‌ ଦେଇ ଗତି କରୁଛି ଓ ଏହା ଆକାର ବହୁତ ବଡ଼, ତା’ହେଲେ ଏହା ବିପଦପୂର୍ଣ୍ଣ ବୋଲି ଧରି ନିଆଯାଏ। 

Asteroid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ