Advertisment

ମାନବାଧିକାର ଉପରେ ଜ୍ଞାନ ଦେଉଥିଲା ଆମେରିକା : ରୋକଠୋକ୍ ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

External Affairs Minister Subrahmanyam Jaishankar, US Secretary of State Antony Blinken

External Affairs Minister Subrahmanyam Jaishankar, US Secretary of State Antony Blinken

Advertisment

ନିଜର ରୋକଠୋକ୍ ଜବାବ ପାଇଁ ଚର୍ଚ୍ଚାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ରୁଷ ଠାରୁ ତେଲ କିଣା ପ୍ରସଙ୍ଗରେ କଡ଼ ଭାଷାରେ ଜବାବ ରଖି ବ୍ରିଟିଶ୍ ବୈଦେଶିକ ସଚିବଙ୍କ ମୁହଁ ବନ୍ଦ କରିଦେଇଥିବା ଜୟଶଙ୍କରଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କାରଣ ଭାରତରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଆମେରିକାର ମନ୍ତବ୍ୟ ପାଇଁ ବି ଶକ୍ତ ପ୍ରତିକ୍ରିୟା ରଖିଛନ୍ତି। ଆମେରିକାକୁ ତାରି ଭାଷାରେ ଜବାବ ଦେଇଛନ୍ତି ।

Advertisment

ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । କହିଲେ ତୁମ ଉପରେ ବି ଅଛି ଆମର ନଜର ।ଭାରତ- ଆମେରିକା ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଟୁ ପ୍ଲସ୍ ଟୁ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭାରତରେ ମାନବାଧିକାର ଉଲ୍ଲଂଘନ ହେଉଥିବା ପ୍ରସଙ୍ଗ ଉଠାଇଥିଲେ ବ୍ଲିଙ୍କେନ୍ ।

ଆମେରିକା ଭାରତରେ ହେଉଥିବା କିଛି ସଦ୍ୟ ଚିନ୍ତାଜନକ ଘଟଣାକ୍ରମ ଉପରେ ନଜର ରଖିଛି ବୋଲି କହିଥିଲେ । ଯେଉଁଥିରେ କିଛି ସରକାରୀ, ପୋଲିସ ଓ ଜେଲ୍ ଅଧିକାରୀଙ୍କ ମାନବାଧିକାର ଉଲ୍ଲଂଘନ ଭଳି ଘଟଣା ସାମିଲ ରହିଛି । ତେବେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ଭାରତ ଉପରେ ମତ ରଖିବା ପାଇଁ ସମସ୍ତେ ସ୍ୱାଧୀନ । କିନ୍ତୁ ଏହା ମନେ ରଖିବା ଉଚିତ ଯେ ଭାରତର ବି ନିଜ କଥା ରଖିବାର ପୂରା ଅଧିକାର ଅଛି । ଆମେରିକାରେ ମାନବାଧିକାର ଉଲ୍ଲଂଘନ ମାମଲା ଉପରେ ବି ଆମର ନଜର ରହିଛି ।

Advertisment

ବିଶେଷତଃ ଭାରତୀୟ ସମୁଦାୟର ହିତକୁ ନେଇ ଆମେ ଚିନ୍ତିତ ଅଛୁ । ଖାଖ କରି ଯେତେବେଳେ ଆମେରିକାରେ ଭାରତୀୟ ସମୁଦାୟ ବିରୋଧରେ ମାନବାଧିକାର ଉଲ୍ଲଂଘନ କଥା ଆସିବ, ସେତେବେଳେ ଆମେ ଚୁପ୍ ରହିବୁ ନାହିଁ । ଯେମିତିକି ଦୁଇ ଦିନ ତଳର ଏକ ଘଟଣା ଘଟିଛି ।

ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଶିଖ୍ ସମୁଦାୟର ୨ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ୧୦ ଦିନରେ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଜଣେ ବୟସ୍କ ଶିଖ୍ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାକୁ ଆଧାର କରି ଆମେରିକାକୁ ତାରି ଭାଷାରେ ଜବାବ ଦେଇଛନ୍ତି ଜୟଶଙ୍କର

Advertisment

ଭାରତକୁ ସମାଲୋଚନା କରିବାକୁ ଚେଷ୍ଟା କରୁଥିବା ବିଦେଶୀ ପ୍ରତିପକ୍ଷଙ୍କୁ ଜୟଶଙ୍କରଙ୍କ ଜବାବର ଇଏ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ରୁଷ ଠାରୁ ରିହାତି ଦରରେ ତେଲ କିଣାକୁ ନେଇ ବ୍ରିଟେନ୍ ବୈଦେଶିକ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କୁ ବି ଭଲରେ ବୁଝାଇ ଦେଇଥିଲେ ଏସ୍. ଜୟଶଙ୍କର । ଏଥିସହ ଆମେରିକା ସହିତ ଟୁ ପ୍ଲସ୍ ଟୁ ବୈଠକରେ କହିଥିଲେ, ଯେ ୟୁରୋପ ଗୋଟିଏ ଓଳିରେ ଋଷିଆ ଠାରୁ ଯେତିକି ପେଟ୍ରୋଲିୟମ ନେଉଛି, ଆମେ ମାସକରେ ବି ନେଉନୁ।

External Affairs Minister Subrahmanyam Jaishankar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ