Advertisment

ଆତ୍ମସମର୍ପଣ କଲା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ

ପଞ୍ଜାବ ମୋଗା ପୋଲିସ ଷ୍ଟେସନରେ ଅମୃତପାଲ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Amritpal Singh

Amritpal Singh

Advertisment

ୱାରିସ ଦେ ପଞ୍ଜାବ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ଆତ୍ମସମର୍ପଣ । ପଞ୍ଜାବ ମୋଗା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ଅମୃତପାଲଙ୍କୁ ପୋଲିସ ଅଟକ ରଖିଛି । ଗତ ମାର୍ଚ୍ଚ ୧୮ରୁ ଅମୃତପାଲ ପୋଲିସକୁ ଚକ୍‌ମା ଦେଉଥିଲା । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ୱାଣ୍ଟେଡ୍ ଘୋଷଣା କରିଥିଲା । ଖଲିସ୍ତାନୀ ସମର୍ଥକ ଅମୃତପାଲ ନାଁରେ ଅନେକ ଅପରାଧିକ ମାମଲା ରହିଛି ।

Advertisment

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ ପାଲ ସିଂହକୁ ପଳାତକ ଘୋଷଣା କରିଥିଲା ପୋଲିସ । ତାକୁ ଧରିବା ପାଇଁ ଜୋରଦାର୍‌ ଅପରେସନ ଚଳାଇଥିଲା । ସେ ବେଶ ବଦଳାଇ ବୁଲୁଥିବାର ମଧ୍ୟ ସୂଚନା ମିଳିଥିଲା । ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସି ଯାଇଥିଲା ଅମ୍ରିତ ପାଲ ସିଂହ। ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ଖସିଯିବାରେ ସେ ସକ୍ଷମ ହୋଇଥିଲା ।

୧୮ ମାର୍ଚ୍ଚରେ ପଞ୍ଜାବରୁ ବାହାରିବା ବେଳେ ବାରମ୍ବାର ଗାଡ଼ି ଏବଂ ବେଶ ବଦଳାଇ ଗଳି ରାସ୍ତା ଦେଇ ୧୯ ମାର୍ଚ୍ଚ ସକାଳେ ହରିୟାଣାରେ ପହଞ୍ଚିଥିଲା ଅମୃତପାଲ୍ । ସେ ପଞ୍ଜାବରୁ ହରିୟାଣା ଖସିଯିବା ବେଳର ଅନେକ ସିସିଟିଭି ଭିଡିଓ ବି ସାମ୍ନାକୁ ଆସିଥିଲା । ଏଥିରେ ସେ କେଉଁଠି କାର୍‌ରେ ଯାଉଛି ତ କେବେ ପୁଣି କାର୍‌ରୁ ଓହ୍ଲାଇ ବାଇକରେ ଯାଉଛି । ଆଉ କେତେବେଳେ ବାଇକ୍ ଖରାପ ହୋଇଯିବାରୁ ତିନି ଚକିଆ ଅଟୋ ରିକ୍ସାର ପଛପଟେ ବସି ଯାଉଥିବା ଦେଖିବାକୁ ମିଳିଛି ।

Advertisment

ସୂଚନା ଅନୁସାରେ ଅମ୍ରିତପାଲ୍ ପଞ୍ଜାବରୁ ହରିୟାଣା ଯିବା ରାସ୍ତାରେ ୪ ଥର ନିଜର ବେଶ ବଦଳାଇଛି । ଅମ୍ରିତପାଲକୁ ଖୋଜୁଥିବା ପଞ୍ଜାବ ପୋଲିସ ଏଯାଏଁ ୨ଶହରୁ ଅଧିକ ଲୋକଙ୍କୁ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୩୦ ଜଣଙ୍କୁ ଗିରଫ କରିଥିବା ବେଳେ ଏବଂ ଅନ୍ୟମାନଙ୍କୁ ଚେତାବନୀ ଦେଇ ଛାଡ଼ିଦେଇଥିବା କୁହାଯାଉଛି । ଏ ମାମଲାରେ ଅମ୍ରିତପାଲର କିଛି ସହଯୋଗୀଙ୍କୁ ଗିରଫ କରି ଆସାମ ଡିବ୍ରୁଗଡ଼ ଜେଲକୁ ପଠାଇ ସାରିଛି ପୋଲିସ ।

Khalistan Sympathisers Surrenders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ