Advertisment

‘ସଲମାନ୍‌ ଖାନ୍‌କୁ ମାରିବା ମୋ ଜୀବନର ଏକମାତ୍ର ଲକ୍ଷ୍ୟ’

ଜେଲ୍ ଭିତରୁ 'ଭାଇଜାନ୍'ଙ୍କୁ ଧମକ,ଲରେନ୍ସ ବିଷ୍ଣୋୟୀ ନିଶାନାରେ ସଲମାନ୍ ଖାନ୍

ଅଦ୍ୟତନ ହୋଇଛି
Lawrence Bishnoi Threatens Actor Again

Lawrence Bishnoi Threatens Actor Again

Advertisment

ଜେଲ୍ ଭିତରୁ ବଲିଉଡର ଭାଇଜାନ୍ ସଲମାନ୍ ଖାନଙ୍କୁ ଧମକ । ପୁଣି ଥରେ ତାଙ୍କୁ ଧମକ ଦେଇଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ । କୃଷ୍ଣସାର ମୃଗ ଶିକାର ଘଟଣାରେ ପୂର୍ବରୁ ବି ଲରେନ୍ସ ବିଷ୍ଣୋୟୀ ସଲମାନଙ୍କୁ ହତ୍ୟା କରିବାର ପ୍ଲାନ୍ କରିଥିଲା । ହେଲେ ତାହା ସଫଳ ହୋଇପାରିନଥିଲା । ହେଲେ ସେ ତା ଲକ୍ଷ୍ୟରେ ଏବେବି କାଏମ ଥିବା ଜଣାପଡ଼ିଛି ଏକ ଟିଭି ଇଣ୍ଟରଭ୍ୟୁରୁ । ଜେଲ୍ ଭିତରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ କିପରି ସାକ୍ଷାତକାର ଦେଲା, ତାହା ତ ଗୋଟିଏ କଥା । ତେବେ ସବୁଠୁ ଯେଉଁ ପ୍ରସଙ୍ଗରେ ଅଧିକ ଚର୍ଚ୍ଚା ହେଉଛି, ତାହା ହେଲା ସଲମାନ ଖାନଙ୍କୁ ଧମକ ।...

Advertisment

ଏବେ ପଞ୍ଜାବର ଭଟିଣ୍ଡା ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ତଥା ପଞ୍ଜାବୀ ସିଂଗର୍ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅଭିଯୁକ୍ତ ଲରେନ୍ସ ବିଷ୍ଣୋୟୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ପରେ, ଏହାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି । ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ କୃଷ୍ଣସାର ମୃଗ ଶିକାର ଅଭିଯୋଗ ଘଟଣାରେ ପୁଣି ଥରେ ଖୋଲା ଧମକ ଦେଇଛି ଲରେନ୍ସ ବିଷ୍ଣୋୟୀ । ସେ କହିଛି, ସଲମାନ୍‌ ଖାନ୍‌ ରାବଣ ଠାରୁ ମଧ୍ୟ ଅଧିକ ଅହଙ୍କାରୀ । ତାକୁ ମାରି ତାର ଅହଙ୍କାର ଭାଙ୍ଗିବା ମୋ ଜୀବନର ଏକମାତ୍ର ଲକ୍ଷ୍ୟ ।

ଏହାସହ ସେ କହିଛି, ବିଷ୍ଣୋୟୀ ସମାଜ ଲୋକଙ୍କୁ ସଲମାନ୍ କ୍ଷମା ମାଗି ନିଅନ୍ତୁ । ସେ ଆମ ସମାଜକୁ ଖୁବ୍ ନୀଚ ଦେଖାଇଛି । ଆମ ସମାଜରେ ଜୀବଜନ୍ତୁ ଓ ଗଛଲତାକୁ ଖୁବ୍ ସମ୍ମାନ ଦିଆଯାଏ । ସେ ଆମ ସମାଜର ଅପମାନ କରିଛି । ତେଣୁ ଆମେ ଚାହୁଁ ଯେ ସେ ରାଜସ୍ଥାନ ବିକାନିରରେ ଥିବା ଆମ ସମାଜର ମନ୍ଦିରକୁ ଆସି ସମସ୍ତଙ୍କୁ କ୍ଷମା ମାଗୁ । ସମସ୍ତେ କ୍ଷମା କରିଦେଲେ ମୋର କିଛି କହିବାର ନାହିଁ । ନଚେତ୍ ଆମେ ବିନା କୋର୍ଟ କଚେରୀ ସାହାରାରେ ନିଜ ହିସାବରେ କଡ଼ା ଜବାବ ଦେବୁ ।...

Advertisment

ବିଷ୍ଣୋୟୀ ସମାଜରେ କୃଷ୍ଣସାର ମୃଗକୁ ଖୁବ୍ ସମ୍ମାନ ଦିଆଯାଏ । ତେବେ ୧୯୯୮ ମସିହାରେ ଯୋଧପୁରରେ ଫିଲ୍ମ ହମ୍ ସାଥ୍ ସାଥ୍ ହୈଁ ସୁଟିଂ ବେଳେ, ସଲମାନ୍ ଖାନ୍ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପିଲାଟି ଦିନୁ ସଲମାନଙ୍କ ଉପରେ କ୍ରୋଧିତ ଥିବା କହିଛି ଲରେନ୍ସ । ଏହି ଘଟଣା ପରେ ତା ସମାଜକୁ ସଲମାନ ଟଙ୍କା ମଧ୍ୟ ଯାଚିଥିଲେ । କିନ୍ତୁ ସେ ପଇସା କି ଖ୍ୟାତି ପାଇଁ ନୁହେଁ, ଗୋଟିଏ ଉଦ୍ଦେଶ୍ୟ ପାଇଁ ପ୍ରତିଶୋଧ ନେବାକୁ ଚାହେଁ ବୋଲି ଲରେନ୍ସ କହିଛି ।

୨୦୧୮ରେ ବି ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ । ଏଥିପାଇଁ ସବୁ ଯୋଜନା ବି ପ୍ରସ୍ତୁତ କରିସାରିଥିଲା । ହେଲେ ଏହା ସମ୍ଭବ ହୋଇପାରିନଥିଲା । ତେବେ ୨୦୨୨ରେ ସଲମାନ ମୁସେୱାଲାର ପରିଣତି ଭୋଗିବେ ବୋଲି ଯେଉଁ ଚିଠି ପାଇଥିଲେ, ତା ପଛରେ କୌଣସି ହାତ ନଥିବା ଲରେନ୍ସ କହିଛି ।...

Advertisment
Salman Khan Lawrence Bishnoi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ