ସାପ୍ତାହିକ ହାଟରେ ମିଳୁଛି ଏଲୋପାଥି ମେଡିସିନ୍, ପରିବା ଭଳି ହେଉଛି ବିକ୍ରି...

ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।

Allopathy Medicine

ଆପଣ ରାସ୍ତାକଡ଼ରେ ଅନେକ କିଛି ବିକ୍ରି ହେଉଥିବା ଦେଖିଥିବେ । ଘର କରଣା ସାମଗ୍ରୀଠାରୁ ଆରମ୍ଭ କରି ଜୋତା, ପୋଷାକ, ବାସନ କୁସନ, ଶାଢ଼ି, କାଠ ସାମଗ୍ରୀ, ଇଲେକ୍ଟ୍ରୋନିକ୍‌ ଜିନିଷ, ଘର ସଜା ସାମଗ୍ରୀ, ଏମିତି ବିଭିନ୍ନ ପ୍ରକାର ସାମଗ୍ରୀ ଆପଣ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦେଖିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆପଣ କେବେ ଭାବିନଥିବେ ଯେ, ଏମିତି ଜିନିଷ ବି ରାସ୍ତା କଡ଼ରେ ବିକ୍ରି ହୋଇଥାଏ ।

ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ହେଉଛି ଔଷଧ, ଫୁଟ୍‌ପାଥ୍‌ରେ ବିକ୍ରି ହେଉଛି । ସିଧା କହିଲେ, ରାସ୍ତା କଡ଼ରେ ମିଳୁଛି ଏଲୋପାଥି ଔଷଧ । ଏହାକୁ ବିକ୍ରି କରୁଛନ୍ତି ହକର ବା ବୁଲା ବିକାଳି । ଖାଲି ସେତିକି ନୁହେଁ, ଏହାକୁ ଖୁସିରେ ଖୁସିରେ କିଣି ନେଉଛନ୍ତି ରୋଗୀ । ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।

ସବୁଠାରୁ ବଡ଼ କଥା ହେଲା, ବିନା କୌଣସି ଡାକ୍ତରଙ୍କ ପରାମର୍ଶରେ ଏହି ହକରମାନେ ରୋଗୀଙ୍କୁ ଔଷଧ ବିକ୍ରି କରୁଛନ୍ତି । ଆଉ ସେହି ୱଷଧ ଖାଇ ଲୋକେ ସୁସ୍ଥ ହେବା କଥା ମଧ୍ୟ ଚିନ୍ତା କରୁଛନ୍ତି । ସେମାନେ ଜାଣିନାହାନ୍ତି ଏହା କେତେ ବିପଦପୂର୍ଣ୍ଣ । ତେବେ ଏହାଠାରୁ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଔଷଧ ବିକ୍ରି ବେଆଇନ୍ ନୁହେଁ । ଏମାନଙ୍କୁ ଅନୁମତି ଦେଇଛନ୍ତି । ଫୁଟ୍‌ପାଥ୍‌ରେ ଏଭଳି ଏଲୋପାଥି ଔଷଧ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି ଖୋଦ ସରକାର।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମେଘାଳୟରେ । ପଶ୍ଚିମ ଗାରୋ ହିଲ୍‌ସ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଠାରେ କାମ କରୁଥିବା ଏକ ସାମାଜିକ ସଂଗଠନ ଏନେଇ ପ୍ରଶ୍ନ ଉଠାଇଛି । ଉକ୍ତ ଏନ୍‌ଜିଓ ପ୍ରଶ୍ନ କରିବା ପରେ ଏବେ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କାରଣ ଔଷଧ ଭଳି ଜିନିଷ ଡାକ୍ତରଙ୍କ ବିନା ପରାମର୍ଶରେ ଦେବା ସାରା ଭାରତରେ ବେଆଇନ୍ ବୋଲି ଗଣାଯାଏ । କିନ୍ତୁ ଏଠାରେ ହକରମାନେ ଫୁଟ୍‌ପାଥ୍‌ରେ ବିକ୍ରି କରୁଛନ୍ତି ଏଲୋପାଥି ଔଷଧ ।

ଗାରୋ ହିଲ୍ସ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ହିଁ ଏହି ଔଷଧ ବିକ୍ରି କରିଥାନ୍ତି । ଏହି ଔଷଧ ପସରା ପ୍ରତ୍ୟେକ ସାପ୍ତାହିକ ହାଟରେ ବିକ୍ରି କରାଯାଏ । ପନି ପରିବା ବିକ୍ରି ହେଲା ଭଳି ଔଷଧ ମଧ୍ୟ ହାଟରେ ବିକ୍ରି ହୋଇଥାଏ । ଯେଉଁମାନେ ବିକ୍ରି କରିଥାନ୍ତି ସେମାନେ ନିଜକୁ ଡାକ୍ତର ଭଳି ପରିଚୟ ଦେଇଥାନ୍ତି । ସେମାନେ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ, ବିନା ମେଡିକାଲ ପାଠରେ ସେମାନେ ଔଷଧ ବିକ୍ରି କରିଥାନ୍ତି । କାରଣ ତାଙ୍କ ପାଖରେ ଅନୁମତି ରହିଛି ।