Advertisment

ରୁଟି କରୁଥିବା ବେଳେ ଗୀତ ଗାଇଲେ, ରାତାରାତି ପପୁଲାର୍‌ ହୋଇଗଲେ

ରୁଟି କରୁ କରୁ ଗୀତ ଗାଇଲେ ଏହି ମହିଳା । ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ । ପାଖାପାଖି1 Million ଲୋକ ଦେଖି ସାରିଲେଣି ଏହି ଭିଡ଼ିଓ । ଯିଏ ଦେଖୁଛି ସିଏ କହୁଛି...

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ପ୍ରତିଦିନ ସୋସିଆଲ୍‌ ମିଡ଼ିଆରେ କିଛି ନା କିଛି ନୂଆ ଭିଡ଼ିଓ ଭାଇରାଲ ହୋଇଥାଏ । ଠିକ୍‌ ସେହିପରି ଜଣେ ମହିଳା ଏକ ସୁନ୍ଦର ଗୀତ ଗାଉଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଗୀତ ଗାଉଥିବା ମହିଳା ଜଣକ କୌଣସି ପରିଚିଚ ମହିଳା ନୁହନ୍ତି ବରଂ ଜଣେ ଗୃହିଣୀ । ହେଲେ ରୁଟି କରୁ କରୁ ଗୋଟିଏ ଗୀତ ଗାଇଦେଇଥିଲେ, ଯାହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ଏବେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଗୀତ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଆମେ ଜାଣିନଥାନ୍ତି ହେଲେ ସେମାନଙ୍କ କଣ୍ଠ ଏତେ ସୁମଧୁର ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ମନ ହେବ । କାରଣ ଏହି ଗୀତକୁ ଗାଇଥିବା ମହିଳା ଜଣକ ଏମିତି ଗାଇଛନ୍ତି ଯେ ଥରେ ନୁହେଁ ବରଂ ବାରମ୍ବାର ଶୁଣିବାକୁ ମନ ହେଉଛି ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ମହିଳା ଜଣକ ରୁଟି କରୁଥିବା ବେଳେ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ହେଲେ ମହିଳା ଜଣକ ଘରେ ରୁଟି କରୁଛନ୍ତି ଆଉ ତାଙ୍କ ପୁଅ ଆସି କହୁଛି ମମି ପ୍ଲିଜ୍‌ ଏକ ଗାନା ଗା ଦୋ... । ଠିକ୍‌ ଏହାପରେ ମହିଳା ଜଣକ ଗୀତ ଗାଇବାରେ ଲାଗୁଛନ୍ତି । ମହିଳା ଜଣକ ୧୯୭୬ ମସିହାର ଲୋକପ୍ରିୟ ଗୀତ ‘ମେରେ ନୈନା ସାୱନ୍‌ ଭାଦୋ’ ଗୀତ ଗାଉଛନ୍ତି । ସେ ଏହି ଗୀତଟିକୁ ଏତେ ସୁନ୍ଦର ସ୍ୱରରେ ଗାଇଛନ୍ତି ଯେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିଡିଓଟିକୁ ଦେଖି ଖାଲି ପ୍ରଶଂସା କରି ଚାଲିଛନ୍ତି।

Advertisment

ହେଲେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ତଳେ ବସି ରୁଟି କରୁଛନ୍ତି । ଆଉ ପୁଅ କହିବା ପରେ ଗୀତ ଗାଉଛନ୍ତି । ଆଉ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବା ପରେ ମିଲିୟନ୍‌ ଭିୟୁ ହୋଇ ସାରିଲାଣି । ‘ମେରେ ନୈନା ସାୱନ୍‌ ଭାଦୋ’ ଗୀତଟି ‘ମେହେବୁବା’ ଚଳଚ୍ଚିତ୍ରର । ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଆର୍‌ଡି ବୁର୍‌ମାନ୍‌ । ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍‌କର୍‌ ଓ କିଶୋର କୁମାର। ହେଲେ ଏହି ମହିଳାଙ୍କ ଗୀତ ଏବେ କିନ୍ତୁ ଲୋକଙ୍କ ହୃଦୟ ଜିତିଛି ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ