ବଲିଉଡ୍‌ରେ ଓଡ଼ିଆ ଝିଅଙ୍କ କମାଲ; ସଲମାନ ଅଲ୍ଲୀଙ୍କ ସହ କଲେ ପ୍ରୋମୋ ସୁଟ୍‌..

ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍‌ ହୋଇଗଲେ । ଖାଲି ଆବାକ୍‌ ହେଲେ ତାହା ନୁହେଁ ବରଂ ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ ।

Odia Girl Grabs Attention

‘ନିଶ୍ୱାସ.. ତୋର ବିନା ମୋର ଚାଲେନା, ବିଶ୍ୱାସ...ତୋ ବିନା କିଛି ହୁଏନା ।  ଏହି ଗୀତକୁ ଗାଇ ଏବେ ଚର୍ଚ୍ଚାରେ ଭଦ୍ରକର ଝିଅ ଅଲରଜା ଖାନ୍‌ । ଗୀତ ଶୁଣିଲେ ଆପଣ କହିବେ ଜଣେ ପ୍ଲେ ବ୍ୟାକ୍‌ ସିଙ୍ଗର ଏହାକୁ ଗାଉଛନ୍ତି ବୋଲି? ଏହାକୁ କୌଣସି ପ୍ଲେ ବ୍ୟାକ୍‌ ସିଙ୍ଗର ନୁହନ୍ତି ବରଂ ଭଦ୍ରକର ଝିଅ ଗାୟିକା ଅଲରଜା ଖାନ୍‌ ଗାଇଛନ୍ତି ।

ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍‌ ହୋଇଗଲେ । ଖାଲି ଆବାକ୍‌ ହେଲେ ତାହା ନୁହେଁ ବରଂ ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରୋମୋ ସୁଟ୍ ବି କଲେ । ଯାହାକୁ ନେଇ ପୂରା ଅଂଚଳରେ ଜୋର ଧରିଛି ଚର୍ଚ୍ଚା । ଏମିତିକି ଏହି ପ୍ରୋମୋ ଜାତୀୟ ସ୍ତରର ଟିଭି ଚ୍ୟାନେଲରେ ପ୍ରସାରଣ ହେବାର କାର୍ଯ୍ୟକ୍ରମ ବି ରହିଛି ।

ଅଲ୍‌ରଜା ନିଜ ଆଈଙ୍କଠାରୁ ପ୍ରେରଣା ପାଇ ଏମିତି ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟୁଛନ୍ତି । ଆଈ ସାକେରା ଖାତୁନ୍ ଜଣେ ଲେଖିକା । ଆଉ ତାଙ୍କରି ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସଙ୍ଗୀତ ସାଧନାରେ ମଗ୍ନ ରହି ଏବେ ମୁମ୍ବାଇରେ ପାଇଛନ୍ତି ସଫଳତା । ଭଦ୍ରକ ଏନ୍.ଆର୍.ଆଇ. ସ୍କୁଲ୍‌ରେ +୨ବିଜ୍ଞାନରେ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି ଅଲରଜା । ପିଲାଟିବେଳୁ ସେ ସଙ୍ଗୀତରେ ଆଗ୍ରହ ଦେଖାଉଥିଲେ। ଏମିତିକି ୪ବର୍ଷ ବୟସରୁ ବିଦ୍ୟାଳୟ ମଞ୍ଚରେ ଗୀତ ଗାଇବା ଆରମ୍ଭ କରି ବହୁ ପ୍ରଶଂସା ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାସ୍ତରରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।

 

ଅଲରଜା ପିଲାଟି ଦିନରୁ ଟିଭିରେ ଗୀତ ଗାଇବାକୁ ବେଶ୍‌ ଉତ୍ସାହ ଦେଖାଉଥିଲେ । ଏମିତିକି ଭଦ୍ରକ ସହରରେ ଅନେକ ସ୍ଥାନରେ ଭକ୍ତି ସଙ୍ଗୀତ ପରିବେଷଣ କରୁଥିଲେ ଅଲରଜା । ସ୍କୁଲରେ ପଢ଼ୁଥିବା ବେଳେ ଭଦ୍ରକର ମଠସାହିରେ ଥିବା ଉତ୍କଳ ମ୍ୟୁଜିକ୍ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଗୀତ ଶିଖିଲେ । ହେଲେ ମାଟ୍ରିକ ପରୀକ୍ଷା ପାଇଁ ମଝିରେ ଗୀତ ପ୍ରାକ୍ଟିସ କମିଗଲା । ଆଉ ପରେ କରୋନା ସମୟରେ ଅନଲାଇନରେ ଦୁଇଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜୟ ବି ହୋଇଥିଲେ ।

ତେବେ ବର୍ତ୍ତମାନ ସମୟରେ ଅଲରଜାଙ୍କୁ ନେଇ ସବୁଠି ଚର୍ଚ୍ଚା । ଏଇ ମାସ ୯ରେ ମୁମ୍ବାଇଠାରେ“ଇଣ୍ଡିଆପ୍ରାଉଡ୍ ବୁକ୍‌ ଅଫ ରେକଡ଼”ଅନୁଷ୍ଠାନ ଦ୍ୱାରା କଣ୍ଠଦାନ ପାଇଁ ବେଷ୍ଟ ଆଚିଭର୍ସ ଆୱାର୍ଡ୨୦୨୨ (ବେଷ୍ଟସିଙ୍ଗରଆୱାର୍ଡ଼) ପାଇଥିଲେ ଅଲ୍‌ରଜା । ମୋଟ୍‌ ଉପରେ ଆଗାମୀ ଦିନରେ ସଙ୍ଗୀତରେ କ୍ୟାରିଅର କରିବାକୁ ଇଚ୍ଛା ରଖିଛନ୍ତି ଅଲରଜା ।

ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ