Advertisment

ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

undefined

Family's Lone BreadWinner

Advertisment

ଦିନେ ଗାଁକୁ ଗାଁ ବୁଲି ବରା, ସଙ୍ଗଡା, ଗୁଲୁଗୁଲା ଆଉ ଘୁଘୁନି ପରି ଭଳିକି ଭଲି ଜଳିଖିଆ ବିକୁଥିଲେ। ସକାଳ ହେଲା ମାତ୍ରେ ଏ ଗାଁରୁ ସେ ଗାଁ ଏକ ଠେଲା ଗାଡ଼ିରେ ବୁଲି ବେପାର କରନ୍ତି । ସେଥିରୁ ଯାହା ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳେ ଆଉ ପାଠ ପଢାର ଖର୍ଚ୍ଚ ବି ଉଠେ। କିନ୍ତୁ ଏ ବୟସରେ ବି ହାର ମାନିଯାଇନଥିଲେ ବିକାଶ। ପରିଶ୍ରମ ଅଧିକ ହେଉ ପଛେ ବେପାର ସହ ଏକା ସାଙ୍ଗରେ ପାଠ ବି ପଢୁଥିଲେ। ଆଉ ପରିଶ୍ରମର ଫଳ ତାଙ୍କୁ ଭଗବାନ ଦେଇଛନ୍ତି। ଚଳିତ ମ୍ୟାଟ୍ରିକ୍‌ରେ ୫୩୨ ନମ୍ବର ରଖି A-1 ଗ୍ରେଡ୍‌ରେ ପାସ କରିଛନ୍ତି ବିକାଶ।

Advertisment

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସଫଳତା ପାଇଁ ଅନେକ ସଂଘର୍ଷ ମଧ୍ୟ କରିବାକୁ ପଡ଼େ। ହୁଏତ ଏଇ କଥାକୁ ବେଶ୍ ଭଲରେ ବୁଝିଯାଇଛନ୍ତି ଗଂଜାମ ବେଗୁନିଆ ରାଣୀପଡ଼ା ଗାଁର ଦୁଇ ଭାଇ ବିକାଶ ଆଉ ଆକାଶ । ପାଠ ପଢିବାକୁ ୟାଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି । ହେଲେ ଅର୍ଥ ବାଧକ ସାଜିଛି । ଯାହା ଯେମିତି ପାଠ ପଢିବା ପାଇଁ ଅଳ୍ପବହୁତେ ଟଙ୍କା ଯୋଗାଡ ହେଇଯାଉଥିଲା। କିନ୍ତୁ ୨୦୧୭ ମସିହାରେ ବାପାଙ୍କର ଅକାଳ ବିୟୋଗ ପରେ ପରିବାର ଉପରେ ମାଡ଼ି ଆସିଥିଲା ଦୁଃଖର କଳା ବାଦଲ।

ବାପା ଯିବା ପରେ ପରିବାର କେମିତି ଚଳିବ, ପାଠ କେମିତି ପଢିବେ ସେନେଇ କିଛି ଭାବିପାରୁନଥିଲେ ଦୁଇ ଭାଇ। ପରେ ଘରେ ତିଆରି କରି ଗାଁକୁ ଗାଁ ଜଳିଖିଆ ବିକ୍ରି କରୁଥିଲେ ଆକାଶ-ବିକାଶ । କିନ୍ତୁ କରୋନା ପରେ ଏମାନଙ୍କ ଜୀବନ ଆହୁରି ଦୁର୍ବିପାକ ହୋଇଗଲା। ବେପାର ବନ୍ଦ ହେବାରୁ ବିପଦର ବନ୍ଧୁ ନାମକ ଏକ ସାମାଜିକ ସଙ୍ଗଠନ ସାହାଯ୍ୟ ପାଇଁ ଆଗେଇ ଆସିଥିଲା । ପରେ ପୁଣି ଥରେ ଠେଲା ଗାଡ଼ିରେ ଜଳିଖିଆ ବିକ୍ରି କରିଥିଲେ  ଦୁଇ ଭାଇ । କିନ୍ତୁ ଏବେ ମାଟ୍ରିକ ରେଜେଲ୍ଟ ପ୍ରକାଶ ପାଇବା ପରେ ଆଗାକୁ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ।

Advertisment

ତେବେ ସେହି ପରିବାରକୁ ସାହାଯ୍ୟର ହାତ ବଢାଇଥିବା ବିପଦର ବନ୍ଧୁ ଆକାଶଙ୍କୁ ନେଇ ବ୍ରହ୍ମପୁର ଆସିଥିବା ବେଳେ ଠେଲା ଗାଡ଼ିରେ ଗାଁ କୁ ଗାଁ ବୁଲି ବେପାର କରୁଛନ୍ତି ଆକାଶ । ମୋଟ୍‌ ଉପରେ ପରିବାରର ପୂରା ଦାୟିତ୍ୱ ତାଙ୍କ ଉପରେ। କିନ୍ତୁ ବଡ ଭାଇ ଅର୍ଥାତ୍‌ ବିକାଶ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ବୋଧହୁଏ ପଣ କରିଛି ସାନ ଭାଇ । ସେଥିପାଇଁ ତ ଏହି ବୟସରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ପରିବାରର ଉପରେ କିନ୍ତୁ ପ୍ରଶାସନର ଦୃଷ୍ଟି ପଡୁନି। ସେହି ଘରର ଅବସ୍ଥା ଦେଖିଲେ ଆପଣମାନେ ବୁଝିପାରିବେ ସେମାନେ କେତେ କଷ୍ଟରେ ରହୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ବିକାଶଙ୍କୁ ଉଚ୍ଚ ଶିକ୍ଷା ପାଇଁ କେତେ ସାହାଯ୍ୟ କରୁଛି ଏବଂ ପରିବାର ଦୁଃଖ କେତେ ଶୁଣୁଛି?

Advertisment

ରିପୋର୍ଟର- ସିଲୁ ବିଶ୍ୱାଳ

Special Story Family's Lone BreadWinner Odisha Matric Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ