Advertisment

ବୟସ ୧୧୦; ନିଜେ କାର୍ ଚଳାନ୍ତି… ଘର ସଫା କରନ୍ତି… ରୋଷେଇ କରନ୍ତି; କହିଲେ ସୁସ୍ଥ ରହିବାର ମନ୍ତ୍ର

ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।

ଅଦ୍ୟତନ ହୋଇଛି
Man who lived more than 110 years lives on his own and drives daily

Man who lived more than 110 years lives on his own and drives daily

Advertisment

ଆଜିକାଲି ୫୦ କି ୬୦ ବର୍ଷ ସୁସ୍ଥ ଜୀବନ ଜୀଇବା କଷ୍ଟ ହୋଇପଡିଛି। ଏହି ବୟସରେ ଅନେକ ନିଜକୁ କ୍ଲାନ୍ତ ମନେକରୁଛନ୍ତି ନଚେତ ଶଯ୍ୟାଶାୟୀ ହୋଇଯାଉଛନ୍ତି। ଆପଣ ଯଦି ଏହି ବୟସରେ ଅଛନ୍ତି ଆଉ ନିଜକୁ ଏମିତି ଅନୁଭବ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କୁ ପ୍ରେରଣା ଦେବାଭଳି ।

Advertisment

ଏଠି ଯାହାଙ୍କ ବିଷୟରେ କୁହାଯାଉଛି ସେ ହେଲେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି।

କୁହାଯାଏ ଯେ ତାଙ୍କୁ ଆଜି ପର୍ଯ୍ୟନ୍ତ କର୍କଟ, ଡିମେନ୍‌ସିଆ, ପିଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ରୋଗ ହୋଇନାହିଁ। ଜଗିଂ କରୁଥିବା ଲୋକଙ୍କୁ ଦେଖି ସେ ହସନ୍ତି ଆଉ ମଜା କରି କୁହନ୍ତି, ଦେଖ ଲୋକେ କୁଆଡେ ଦୌଡୁଛନ୍ତି। ସେ ତାଙ୍କ ଫିଟ୍‌ନେସ୍‌ର ରହସ୍ୟ ପ୍ରକାଶ କରିଛନ୍ତି। ଏହାକୁ ଗ୍ରହଣ କଲେ ଆପଣ ମଧ୍ୟ ତାଙ୍କ ପରି 'ଯୁବକ' ଦେଖାଯିବେ।

Advertisment

ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଭିନ୍ସେଣ୍ଟ୍‌ ଡ୍ରାନ୍ସଫିଲ୍ଡ ଗତ ମାସରେ ତାଙ୍କର ୧୧୦ତମ ଜନ୍ମଦିନ ପାଳନ କରିଥିଲେ। ସେ ଦୁନିଆର ସେହି ଆଶ୍ଚର୍ଯ୍ୟଜନକ ଲୋକମାନଙ୍କ ମଧ୍ୟରୁ ଜଣେ ଯିଏକି ୧୧୦ ବର୍ଷ ବୟସ ପରେ ବି ଏକ ସୁସ୍ଥ ଜୀବନ ଜୀଉଛନ୍ତି। ସେ ଏକ ଫାୟାର୍‌ କମ୍ପାନୀରେ କାମ କରୁଥିଲେ, ସେଠାରୁ ସେ ଏକ ଶୃଙ୍ଖଳିତ ଜୀବନଯାପନ କରିବାର ଶିକ୍ଷା ଲାଭ କରିଥିଲେ।

Advertisment

ବୟସ ସତ୍ତ୍ୱେ ସେ ଲିଟିଲ୍ ଫଲ୍ସରେ ଥିବା ତାଙ୍କ ଘରେ ଏକାକୀ ରୁହନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ସେ କୌଣସି ଚାକରାଣୀ କିମ୍ବା ଚାକରକୁ ନିଯୁକ୍ତି ଦେଇ ନାହାଁନ୍ତି। ସମସ୍ତ କାମ ନିଜେ କରନ୍ତି। ସେ ନିଜର ଖାଦ୍ୟ ମଧ୍ୟ ରାନ୍ଧନ୍ତି। ଏପରିକି ସେ ତିନି ମହଲା ଘରେ ରହୁଥୁବା ବେଳେ ଏକା ହିଁ ଏହାକୁ ସଫା କରନ୍ତି।

ବଜାରକୁ ଗଲେ ବିନା ଡର ଭୟରେ ସେ ନିଜେ କାର୍ ଚଲେଇ ଯାଆନ୍ତି। ବଜାରରୁ ଯାହା କିଛି କିଣି ଆଣନ୍ତି ସେସବୁକୁ ନିଜେ ଧରି ଉପର ମହଲାକୁ ଯାଆନ୍ତି। ସେ କହିଛନ୍ତି ଯେ ୧୯୧୪ରେ ଜନ୍ମ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟକୁ ନେଇ  କେବେ ବି ଚିନ୍ତା କରି ନାହାନ୍ତି। ଏହି କାରଣରୁ ସେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବ୍ୟତୀତ ଅନ୍ୟ କୌଣସି ରୋଗରେ ପୀଡିତ ନାହାନ୍ତି।

ଡ୍ରେନ୍ସଫିଲ୍ଡଙ୍କର ନାତୁଣୀ କହିଛନ୍ତି ଯେ ସେ ୨୦ ବର୍ଷ ବୟସ ପର୍ଯ୍ୟନ୍ତ ସିଗାରେଟ ଟାଣୁଥିଲେ। ସେ ୧୫ ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଚାକିରି କରିଥିଲେ। ତାଙ୍କୁ ଯାହା ପସନ୍ଦ ଆସେ ସେ ତାହା କରନ୍ତି। ହାମ୍‌ବର୍ଗର, ମିଲ୍କ୍ସ ଚକୋଲେଟ୍ ଏବଂ ଇଟାଲୀୟ ଖାଦ୍ୟକୁ ସେ ବହୁତ ପସନ୍ଦ କରନ୍ତି। ବେଳେବେଳେ ବିୟର ମଧ୍ୟ ପିଅନ୍ତି। ପ୍ରତିଦିନ କଫି ପିଇବାକୁ ଭଲ ପାଆନ୍ତି। କିନ୍ତୁ କେବେ ବି ଜଗିଙ୍ଗ କରିବାକୁ ଯାଆନ୍ତି ନାହିଁ।

ସେ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ଭାଗ୍ୟ, କ୍ଷୀର ଏବଂ ସେ ପସନ୍ଦ କରୁଥିବା କାମକୁ ଶ୍ରେୟ ଦିଅନ୍ତି। ତାଙ୍କର କେବଳ ଗୋଟିଏ ମନ୍ତ୍ର ହେଉଛି, ଯାହା ମନକୁ ଆସୁଛି, ତାହା କର। ଯାହା ଖାଇବାକୁ ମନ ହେଉଛି, ନିଶ୍ଚିତ ଭାବରେ ଏହାକୁ ଖାଆନ୍ତୁ। ଏହା ଜଣଙ୍କୁ ମାନସିକ ସ୍ତରରେ ଫିଟ୍ ରଖିବ। ଯଦି ଜଣେ ମାନସିକ ସ୍ତରରେ ଫିଟ୍, ତେବେ ଅନ୍ୟ ସବୁକିଛି ଫିଟ୍ ରହିବ।

Long Life Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ