Advertisment

୪୨ ବର୍ଷ ହେଲା ଖାଉ ନାହାନ୍ତି ଭାତ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଅଦ୍ୟତନ ହୋଇଛି
Man Living Without Eating Rice Last 42 Years

Man Living Without Eating Rice Last 42 Years

Advertisment

ଓଡ଼ିଆ ଘରେ ଭାତ ହେଉଛି ପ୍ରଧାନ ଖାଦ୍ୟ। କୁହାଯାଏ ,ଭାତ ବିନା ଜୀବନ ଜିଇଁବା କଷ୍ଟକର। କିନ୍ତୁ ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କୌଣସି ଏକ ଘଟଣାକୁ ନେଇ ୪୨ ବର୍ଷ ପୂର୍ବେ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା। ଠିକ୍ ସମୟରେ ଭାତ ଖାଇବାକୁ ଦେଇ ନ ପାରିବାରୁ ପତ୍ନୀ ସୀତାଙ୍କ ଉପରେ ରାଗିଯାଇଥିଲେ ସ୍ୱାମୀ ରାମଚନ୍ଦ୍ର। ଆଉ ସେବେଠୁ ସେ ଭାତ ଖାଇବା ଛାଡ଼ି ଦେଇଛନ୍ତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଭିକିପୁର ଗାଁରେ ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି।

Advertisment

ଭିକିପୁର ଗାଁର ରାମଚନ୍ଦ୍ର ମାଝୀ, ବୟସ ୭୬ ବର୍ଷ। ଘରୋଇ କଳିରୁ ପତ୍ନୀ ସୀତା ମାଝୀଙ୍କ ଉପରେ ରୋଷ ହୋଇ ସେ ଭାତ ଖାଇବା ଛାଡ଼ି ଦେଇଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ମାସେ ନୁହେଁ କି ୨ ମାସ ନୁହେଁ, ଦୀର୍ଘ ୪୨ ବର୍ଷ ଧରି ଭାତ ଖାଉ ନାହାନ୍ତି ରାମଚନ୍ଦ୍ର। ସେ ଜଣେ ଦିନ ମଜୁରିଆ। ନିଜର ଜମିବାଡ଼ି ବୋଲି କିଛି ନାହିଁ। ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି ରାମଚନ୍ଦ୍ର। ମୂଲ ନମିଳିଲେ ସେ ଜାଲ ବୁଣନ୍ତି, ନହେଲେ କେବେ କେବେ ଶୁଖୁଆ ବିକନ୍ତି।

Advertisment

୪୨ ବର୍ଷ ପୂର୍ବେ କାମରୁ ଫେରି ରାମ ପତ୍ନୀ ସୀତାଙ୍କୁ ଭାତ ଖାଇବାକୁ ମାଗିଥିଲେ।  ହେଲେ ପତ୍ନୀଙ୍କୁ ଜ୍ୱର ହୋଇଥିବାରୁ ସେ ଭାତ ରାନ୍ଧିପାରି ନଥିଲେ। ରାମ କିନ୍ତୁ ବୁଝିବାକୁ ନାରାଜ। ସାମାନ୍ୟ ଭାତ ଗଣ୍ଡେ ଯଦି ଖାଇବାକୁ ଦେଇପାରିଲନି, ତା’ହେଲେ ଭାତ କାହିଁକି ଖାଇବି ବୋଲି ଅଡ଼ି ବସିଥିଲେ ରାମ। । ଆଉ ସେହିଦିନ ଠାରୁ ସେ ଭାତ ଖାଇବା ଛାଡ଼ି ଦେଇଥିଲେ। ଭାତ ବ୍ୟତୀତ ସେ ଚୁଡା, ମୁଢି,ଚା’, ରୁଟି, ଆମିଷ, ଜଳଖିଆ ଖାଇ ଜୀବନ ନିର୍ବାହ କରି ଆସୁଛନ୍ତି। 

ସତରେ ଏହା ନିଆରା ଘଟଣା। ଏହା କୌଣସି କ୍ରୋଧ ନୁହେଁ ବରଂ ଅଭିମାନ। ପତ୍ନୀଙ୍କ ଉପରେ ଅଭିମାନ କରି ୪୨ ବର୍ଷ ଧରି ଭାତ ଖାଉନାହାନ୍ତି ରାମ। ହେଲେ ପରିବାର ପ୍ରତିପୋଷଣ କରିବାରେ ସେ କୌଣସି ହେଳା କରି ନାହାନ୍ତି। ୨୨ ବର୍ଷରେ ସେ ବିବାହ କରି ଘର ସଂସାର କରିଥିଲେ। ବିବାହର ପ୍ରାୟ ୧୨ ବର୍ଷ ପରେ ରାମଚନ୍ଦ୍ର ଓ ସୀତା ମାଝୀଙ୍କ ଦାମ୍ପତ୍ୟ ଜୀବନରେ ଘଟିଥିଲା ଏପରି ଘଟଣା।

Advertisment

ରାମଙ୍କର ୫ ଝିଅ ଓ ୨ ପୁଅ। ସମସ୍ତଙ୍କର ବିବାହ ବି ସରିଲାଣି। ନିଜ ଭିଟାମାଟି ଛାଡ଼ି ଘରଠାରୁ କିଛି ଦୂରରେ ଏକ ଚାଳଛପର ଝୁମ୍ପୁରୀ ଘର କରି ସେଇଠି ରହୁଛନ୍ତି ରାମ। ସ୍ତ୍ରୀ ହୁଅନ୍ତୁ ବା ପିଲାମାନେ, ବନ୍ଧୁବାନ୍ଧବ କି ସାହିପଡ଼ିଶା, ଯେତେ ଚେଷ୍ଟା କଲେବି କେହିବି ରାମଙ୍କର ଏହି ଅଭିମାନକୁ ଭାଙ୍ଗି ପାରୁ ନାହାନ୍ତି। ଏବେବି ସେ ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ହେଲେ ଏହି ଘଟଣାଟି ପଦାକୁ ଆସି ନଥିଲା। ଏବେ ଏହା ଜଣାପଡ଼ିବା ପରେ ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା।

ଖାଲି ଦେଖିବାକୁ ବାକି ରହିଲା ରାମଚନ୍ଦ୍ର କେବେ ତାଙ୍କର ଏହି ଅଭିମାନ ଭାଙ୍ଗିବେ, ନା ଏପରି ସାରା ଜୀବନ ରହିବେ। ବୟସ ଅପରାହ୍ନରେ ସ୍ତ୍ରୀଙ୍କ ଉପରେ ରାଗି ଆଉ କେତେଦିନ ସେ ଏପରି ରହିବେ ? କେବେ ସେ ଭାତ ଖାଇବେ, ତାହା ଉପରେ ମସ୍ତଙ୍କ ନଜର। 

(ରିପୋର୍ଟ-ଜନ୍ମେଜୟ ଦାଶ, ଯାଜପୁର)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ