Advertisment

୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ୍‌ ରାସ୍ତାରେ ଖରାପ; ଭିଡ଼ ଜମାଇଲେ ଲୋକେ, ତା’ପରେ...

ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍‌ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା।

ଅଦ୍ୟତନ ହୋଇଛି
Container truck carrying Rs 535 crore in cash breaks down

Container truck carrying Rs 535 crore in cash breaks down

Advertisment

ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍‌ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା। ହେଲେ ଟଙ୍କା ସବୁ ସୁରକ୍ଷିତ ଭାବେ କେମିତି ଠିକ୍‌ ସ୍ଥାନରେ ପହଞ୍ଚିବ ସେନେଇ ଡ୍ରାଇଭରଙ୍କ ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ସେ ପୋଲିସ୍‌କୁ ଫୋନ୍‌ କରି ଡାକିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଭର୍ତ୍ତି ଟ୍ରକ୍‌କୁ ସୁରକ୍ଷା ପ୍ରଦାନ କରିଥିଲା। ତାମିଲନାଡୁର ଚେନ୍ନାଇରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ନଗଦ ୫୩୫ କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍‌ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଏନେଇ ବୁଧବାର ଦିନ କ୍ରୋମପେଟ୍‌ ପୋଲିସ୍‌କୁ ସୂଚନା ମିଳିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍‌ ନିକଟକୁ ଆସିଥିବା ଫୋନ୍‌ କଲ୍‌ରେ କୁହାଯାଇଥିଲା, ନଗଦ ୫୩୫ କୋଟି ଟଙ୍କା ନେଇ ଯାଉଥିବା ଗାଡ଼ି ଭିଲ୍ଲୁପୁରମ୍‌ ରାସ୍ତାରେ ଖରାପ ହୋଇଯାଇଛି। ଏଥିପାଇଁ ପୋଲିସ୍‌ ସୁରକ୍ଷାର ଆବଶ୍ୟକତା ରହିଛି। 

ଖବରପାଇ କ୍ରୋମପେଟ୍‌ ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍‌ ଦେଖିବାକୁ ପାଇଥିଲା, ଘଟଣାସ୍ଥଳରେ ଏକ ଟ୍ରକ୍‌ ଛିଡ଼ା ହୋଇଛି। ଏହାପରେ ପୋଲିସ୍‌ ପୁରା ଘଟଣାର ଛାନ୍‌ଭିନ୍‌ କରିବା ସହ ଉପସ୍ଥିତ ଲୋକଙ୍କୁ ଖବର ସମ୍ପର୍କରେ ପଚାରି ବୁଝିଥିଲା। ୨ଟି ଟ୍ରକ୍‌ରେ ଚେନ୍ନାଇରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ନଗଦ ଟଙ୍କା ଯାଉଥିଲା। ଏହି ସମୟରେ ରାସ୍ତାରେ ଏହି ଟ୍ରକ୍‌ର ଇଞ୍ଜିନ ଖରାପ ହୋଇଯାଇଥିଲା ଓ ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା।

Advertisment

ଟ୍ରକ୍‌ରୁ ଧୂଆଁ ବାହାରିବା ଯୋଗୁ ଡ୍ରାଇଭରଙ୍କ ସନ୍ଦେହ ହୋଇଥିଲା ଓ ଯାଞ୍ଚ ପରେ ଜଣାପଡ଼ିଥିଲା ଗାଡ଼ିର ଇଞ୍ଜିନ ଖରାପ ହୋଇଯାଇଛି। ଆଖପାଖରେ ଲୋକଙ୍କ ଭିଡ଼ ଦେଖି ପୋଲିସ୍‌ ୨ଟି ଯାକ ଟ୍ରକ୍‌କୁ ସାଇଡ୍‌କୁ ନେଇଥିଲେ। ଏହାପରେ ମେକାନିକ୍‌ଙ୍କୁ ଡାକି ଇଞ୍ଜିନର ମରାମତି କରିଥିଲେ। ହେଲେ ଏହାକୁ ସଜଡ଼ା ଯାଇ ପାରିନଥିଲା। ଶେଷରେ ୨ଟି ଟ୍ରକ୍‌କୁ ଅନ୍ୟ ଏକ ଗାଡ଼ିରେ ଟଣା ଯାଇ ଆର୍‌ବିଆଇ ନିକଟକୁ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ