Advertisment

ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

ଆଜି ମଧୁବାବୁଙ୍କ ତିରୋଧାନ ଦିବସ। ଓଡିଆ ଜାତି ପ୍ରତି ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ଓଡିଆ ପାଇଁ ସେ ଯାହା କରିଛନ୍ତି ସେସବୁକୁ ପ୍ରତି ଓଡିଆ ଗର୍ବର ସହ କହିପାରେ। ହେଲେ ଆଜି ଓଡିଆର ସେହି ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅଣଦେଖା କରାଯାଉଛି…

Why neglecting the memory of Madhusudan Das

Why neglecting the memory of Madhusudan Das

Advertisment

ଜାତୀୟ ଇତିହାସର ଏକ ଅନନ୍ୟ ବ୍ୟକ୍ତିତ୍ୱ। ସେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ବିଦେଶ ଯାତ୍ରୀ, ପ୍ରଗାଢ ପ୍ରାଜ୍ଞ, ସ୍ୱତନ୍ତ୍ର ଉତ୍କଳ ପଦେଶ ଗଠନର ଜଣେ ଅଗ୍ରଜ ଅଗ୍ରଗଣ୍ୟ ସହିତ ଓକିଲାତି ଠାରୁ ରାଜନୀତି ଓ ସ୍ୱାବଲମ୍ବ ଓଡ଼ିଶା ଗଠନ ତଥା ବ୍ୟବସାୟର କଳେବର ବୃଦ୍ଧି କରିବା ତାଙ୍କର ଉଦ୍ଦ୍ୟମ ଅନ୍ୟତମ।

Advertisment

ଏଭଳି ବିବିଧ ବ୍ୟକ୍ତିତ୍ୱର ସେ ଥିଲେ ଅଧିକାରୀ। ତାଙ୍କ ନାମରେ ଅନେକ ଯୋଜନା ଅନେକ ଅନୁଷ୍ଠାନ। ସେ ହେଲେ କୁଳବୁଦ୍ଧ ଉତ୍କଳ ଗୌରବ ମଧୁ ସୁଦନ ଦାସ। ଯାହାଙ୍କ ନାଁ ପ୍ରତିଟି ଓଡ଼ିଆ ଗର୍ବର ସହ ଉଚ୍ଚାରଣ କରେ। ସେ ନିଜ ହାତରେ ଗଢିଥିଲେ ତାଙ୍କ ତମାମ ଜୀବନର ଦୁଇଟି ସ୍ମୃତି ଯାହା ଏବେବି ସେ ସମୟର ମୂକସାକ୍ଷୀ।

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ଏଠାକାର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥାକୁ ମନେପକେଇଦିଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତୁମୂର୍ତ୍ତି ବି ଅଛି। ସମସ୍ତେ ଏଠାକୁ ଆସନ୍ତି। ଆଉ ଏସବୁ ଦର୍ଶନ କରି ଫେରିଯାନ୍ତି। ହେଲେ ଏହି ପୀଠକୁ ଲାଗି ଏବେବି ମଧୁବାବୁଙ୍କ ବାବର୍ଚ୍ଚିଖାନା ବା ରୋଷେଇ ଘର ଓ ମଧୁକୋଠି ଅବହେଳିତ ଅବସ୍ଥାରେ ପଡିରହିଛି। ଏଥି ପ୍ରତି କାହାର ନିଘା ନାହିଁ କି କେହି ଏଠିକୁ ଆସନ୍ତିନି।

Advertisment

ସମୟ ଥିଲା ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ଏଠାକୁ ଆସିଛନ୍ତି। କୋଠିରେ ରାଜ୍ୟ ସ୍ୱାର୍ଥ ପାଇଁ ଅନେକ ଆଲୋଚନା ହୋଇଛି। ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏବେ କିନ୍ତୁ ଏହାର ରକ୍ଷଣବେକ୍ଷଣର ନିଷ୍ପତି ସରକାର ନେଇ ପାରୁ ନାହାନ୍ତି।

ଏହାର ରୋଷଘରର କବାଟ ସବୁ ଉଇ ଖାଇଗଲାଣି। ଝରକା ବାଟେ ଅନାବନା ଗଛ ମାଡି ଆସିଲାଣି। ଆଉ ଛାତକୁ ଦେଖିଲେ ସୂର୍ଯ୍ୟ ଦେଖାଯାଉଛନ୍ତି। ଅଳିଆ ଅଳନ୍ଧୁ କବଳରେ ଏବେ ଓଡ଼ିଆ ଜାତିର ଅମ୍ଳାନ ସ୍ମୃତି ଅପେକ୍ଷା କରିଛି ତା’ର ବିଲୋପକୁ।

Advertisment

ଠିକ ସେହିପରି ଅବସ୍ଥା ବି ମଧୁ କୋଠିର। ହେଲେ ପୁଣିଥରେ ସ୍ଥାନୀୟ ଲୋକେ ବିଶ୍ୱାସ ରଖିଛନ୍ତି ସରକାରଙ୍କ ଉପରେ। ସରକାର ଚାହିଁଲେ ଏହାର ପୁନରୁଦ୍ଧାର ହୋଇପାରିବ। ଆମ ଓଡ଼ିଆ ଜାତିର ଏହି ଜାତୀୟ ସ୍ମୃତି ସୌଧ ପୁଣି ଥରେ ପ୍ରତିଟି ଓଡ଼ିଆକୁ ପ୍ରେରଣା ଦେବ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)

Madhusudan Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ