Pathani Samanta’s Birthday 2023: ବାଉଁଶ ନଳୀରେ ପୂରାତନ ଶାସ୍ତ୍ରର ସିଦ୍ଧାନ୍ତକୁ ଭୁଲ୍‌ ପ୍ରମାଣିତ କରିଥିଲେ ପଠାଣି ସାମନ୍ତ...

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।

ବାଉଁସ ନଳୀରେ ପୂରାତନ ଶାସ୍ତ୍ରର ସିଦ୍ଧାନ୍ତକୁ ଭୁଲ ପ୍ରମାଣିତ କରିଥିଲେ ପଠାଣି ସାମନ୍ତ

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ।

ଜୀବନକାଳ:

୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ କୃପାରୁ ଏହି ବାଳକ ଜନ୍ମଗ୍ରହଣ କରିଥିବା ବିଶ୍ୱାସ କରି, ବାପାମାଆ ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ। ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା।

ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ, ଅଧ୍ୟବସାୟୀ ଓ ଉଦାରମନା ଥିଲେ। ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ। ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ। ଗଣିତ ଜ୍ୟୋତିଷରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।

ଚନ୍ଦ୍ରଶେଖର ବାପାଙ୍କଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ। ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ। ଦୁଇଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତ ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତିକୁ ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ, ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତା’ର ଅନେକ ଅସମାନତା ଥିଲା।

ତାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିରେ ପରିବର୍ତ୍ତନ ହୋଇଛି। ତାଙ୍କର ଏହି ନୂତନ ମୌଳିକ ଗଣନା ଅନୁଯାୟୀ ସେ ‘ସିଦ୍ଧାନ୍ତ ଦର୍ପଣ’ ପୋଥି ରଚନା କଲେ। ଏହା ୧୮୯୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ ହୋଇଥିବା ବେଳେ ଏଥିରେ ପାଖାପାଖି ୨୦୦୦ଟି ପଦ ରହିଛି।

ତାଙ୍କ ହାତ ତିଆରି ଯନ୍ତ୍ର:

ପୁରସ୍କାର ଓ ସମ୍ମାନ:

ଶେଷ ଜୀବନ:

ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ। ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ ୧୯୦୪ ରେ ଇହଲୀଳା ସମ୍ବରଣ କରିଥିଲେ।