Advertisment

କ’ଣ କୁହେ ଭଗବାନ ଶିବଙ୍କ ତ୍ରିଶୂଳ

ଯେକୌଣସି ଶିବ ମନ୍ଦିରକୁ ଗଲେ ଆମେ ମହାଦେବଙ୍କ ପାଖରେ ତ୍ରିଶୂଳ ପାଇବା। ଶିବଙ୍କର ଏହି ତ୍ରିଶୂଳ କେବଳ ଏକ ଅସ୍ତ୍ର ନୁହେଁ, ଏହା ପଛରେ ରହିଛି ଅନେକ ରହସ୍ୟ। ଆସନ୍ତୁ ସେ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Know how lord Shiva got trishul and its mythological importance

Know how lord Shiva got trishul and its mythological importance

Advertisment

ଆଗକୁ ଆସୁଛି ମହାଶିବରାତ୍ରୀ। ଏନେଇ ଶିବଭକ୍ତଙ୍କ ମନରେ ଦେଖାଦେଇଛି ଉତ୍ସାହ। ଶିବଭକ୍ତମାନେ ବର୍ଷସାରା ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏଥର ମହାଶିବରାତ୍ରୀ ମାର୍ଚ୍ଚ ୧ରେ ପଡୁଛି। ବିଶ୍ୱାସ କରାଯାଏ ଯେ ମାତା ପାର୍ବତୀ ଏବଂ ଭଗବାନ ଶିବ ଏହି ବିଶେଷ ଦିନରେ ବିବାହ କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ଭଗବାନ ଶଙ୍କର ଏହି ଦିନ ପ୍ରକଟ ହୋଇଥିଲେ।

Advertisment

ଭଗବାନ ଶଙ୍କରଙ୍କୁ ଧ୍ୟାନ କରିବା ମାତ୍ରେ ଆଖି ଆଗରେ ଝଲସି ଉଠେ ଜଟାରେ ସର୍ପ, ହାତରେ ଡମ୍ବରୁ ଓ ତ୍ରିଶୂଳ ଧାରଣ କରିଥିବା ଏକ ଚିତ୍ର। ଶଙ୍କରଙ୍କ ମୁଖ୍ୟ ଅସ୍ତ୍ର ହେଉଛି ତ୍ରିଶୂଳ। ସେ ଯେହେତୁ ସ୍ୱୟଂ ବିନାଶକାରୀ ତେଣୁ ତାଙ୍କର କୌଣସି ଅସ୍ତ୍ର ଶସ୍ତ୍ରର ଆବଶ୍ୟକତା ନାହିଁ। ତେବେ ମହାଦେବଙ୍କ ସହିତ ଜଡିତ ଥିବା ସବୁ କିଛି ଗୋଟିଏ ଗୋଟିଏ ପ୍ରତୀକ ବିବେଚନା କରାଯାଏ। ତେବେ ମହାଦେବଙ୍କ ପାଖକୁ ତ୍ରିଶୂଳ କିପରି ଆସିଲା, ତ୍ରିଶୂକୁ କେଉଁ ପ୍ରତୀକ ଭାବେ ବିବେଚନା କରାଯାଏ ଓ ଏହାର ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

ତ୍ରିଶୂଳର ମହତ୍ତ୍ୱ:

ଭଗବାନ ଶିବଙ୍କ ତ୍ରିଶୂଳ ପବିତ୍ର ଓ ଶୁଭକର୍ମର ପ୍ରତୀକ ବୋଲି ଧରାଯାଏ। ସାଧାରଣତଃ ତ୍ରିଶୂଲ ସମସ୍ତ ଶିବାଳୟରେ ଦେଖିବାକୁ ମିଳେ। ସେ ସୁନା ହେଉ କି ରୂପା କିମ୍ବା ଲୁହାରେ ତିଆରି ତ୍ରିଶୂଳ ବିଭିନ୍ନ ଧାତୁରେ ତିଆରି ହୋଇଥାଏ। ଭଗବାନ ଶିବଙ୍କ ତ୍ରିଶୂଳରେ ଜୀବନର ଅନେକ ରହସ୍ୟ ରହିଛି। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଅନେକ ଦେବତା ଏବଂ ଦେବୀ ତ୍ରିଶୂଳ ଧାରଣ କରିଥାନ୍ତି।

Advertisment

ଏହା ବିଶ୍ୱାସ କରାଯାଏ ଯେ ଯେତେବେଳେ ପ୍ରଭୁ ଭୋଳାନାଥ ବ୍ରହ୍ମନାଦରୁ ପ୍ରକଟ ହେଲେ, ସେତେବେଳେ ସୃଷ୍ଟିରେ ତିନୋଟି ଗୁଣ ମଧ୍ୟ ସୃଷ୍ଟି ହେଲା। ଭଗବାନ ଶିବ ଶୂଳ ହେଲେ ଏବଂ ଏହି ତ୍ରିଶୂଳର ସୃଷ୍ଟି ହେଲା। ବିଷ୍ଣୁ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ବିଶ୍ୱକର୍ମା ସୂର୍ଯ୍ୟଙ୍କ ଅଂଶରୁ ଏକ ତ୍ରିଶୁଳ ତିଆରି କଲେ ଏବଂ ଏହାକୁ ଭଗବାନ ଶିବଙ୍କୁ ଦେଲେ।

ତିନିଗୁଣର ପ୍ରତୀକ:

ଯେତେବେଳେ ଭଗବାନ ଶିବ ପ୍ରକଟ ହେଲେ, ସତ, ରଜ ଓ ତମ ଗୁଣମାନେ ମଧ୍ୟ ତାଙ୍କ ସହିତ ଆସିଥିଲେ। ଏହି ତିନି ଗୁଣକୁ ମିଶାଇ ପ୍ରଭୁ ଭୋଳେନାଥ ଶୁଳ ହୋଇଗଲେ ଏବଂ ଏଥିରୁ ତ୍ରିଶୂଳ ତିଆରି ହେଲା।

Advertisment

ତିନି କାଳର ପ୍ରତୀକ:

ଅତୀତ, ଭବିଷ୍ୟତ ଏବଂ ବର୍ତ୍ତମାନର ସମୟକୁ ମହାଦେବଙ୍କ ତ୍ରିଶୂଳର ପ୍ରତୀକ ଭାବେ ଦେଖାଯାଏ। ଏହି କାରଣରୁ ମହାଦେବଙ୍କୁ ଭକ୍ତମାନେ ତ୍ରିକାଳଦର୍ଶୀ ବୋଲି କହିଥାନ୍ତି।

୩ ପ୍ରକାରର ଦୁଃଖନାସର ସୂଚକ:

ମଣୀଷ ଜୀବନରେ ତିନି ପ୍ରକାରର ଦୁଃଖ ଥାଏ। ଯଥା ଦୈନିକ, ଦୈବିକ ଓ ଭୌତିକ। ମହାଦେବଙ୍କ ତ୍ରିଶୂଳ ମଧ୍ୟ ଏହି ୩ ପ୍ରକାରର ଯନ୍ତ୍ରଣାକୁ ବିନାଶ କରିଥାଏ।

ଉତ୍ପତ୍ତି, ସୃଷ୍ଟି ଏବଂ ବିନାଶର ପ୍ରତୀକ:

ଭଗବାନ ଶିବଙ୍କ ତ୍ରିଶୂଳର ତିନୋଟି ଶୂଳ ବ୍ରହ୍ମାଣ୍ଡର ସୃଷ୍ଟି, ସୁରକ୍ଷା ଏବଂ ବିନାଶର ଏକ ସୂଚକ।

ତିନି ନାଡିର ପ୍ରତୀକ:

ଯୋଗ ବିଜ୍ଞାନ ଅନୁଯାୟୀ ମାନବ ଶରୀରରେ ତିନୋଟି ନାଡି ରହିଛି। ଯାହାକୁ ଇଡା। ପିଙ୍ଗଳା ଓ ସୁଷୁମନା ବୋଲି କୁହାଯାଏ। ମହାଦେବବଙ୍କ ତ୍ରିଶୂଳ ଏହି ତିନି ନାଡିର ପ୍ରତୀକ ବୋଲି ଧରାଯାଏ।

Religion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ