Advertisment

‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର "ଫେସ୍ ଅଫ୍ ଦ ଇୟର"

'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।

Dibyanshi Mishra

Dibyanshi Mishra

Advertisment

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ 'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।

Advertisment

ଏହି "ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେ-୪" ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ସ୍ମୃତି ଫଳକ ସହ ମୟୁରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ସୁଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଟାଇମପାସର ନିର୍ଦ୍ଦେଶକ ଓ କବି ସରୋଜ ବଳ, ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ଏବଂ ଫେସ୍ ଅଫ୍ ଦ ଇୟର ୨୦୨୩ ଶୁଭାଙ୍ଗୀ ସାମନ୍ତ ।

ଦିବ୍ୟାଂଶୀ ମିଶ୍ରଙ୍କ ସହିତ ହଂସିକା ଦାସ, ଅଙ୍କିତା ଖଟୁଆ, ଅମୃତସ୍ନାତା ରାୟ, ରୁଚିସ୍ମିତା ଦାସମହାପାତ୍ର, ଆହିଲ୍ ମହାନ୍ତି, ଅମରେଶ ମହାନ୍ତି, ଶ୍ରେଷ୍ଠାଂସୀ ମହାନ୍ତି ଆଦି ୭ ଜଣଙ୍କୁ "ଫେସ୍ ଅଫ୍ ଦ ମନ୍ଥ୍ ୨୦୨୪" ଭାବେ ସମ୍ମାନିତ କରାଯାଇଥିଲା ।

Advertisment

ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ଏବଂ ପ୍ରଚାର ପ୍ରସାର ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।

'ଅବିକା ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୪' କୁ ଗୀତିକାର ଏବଂ ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ 'ଅବିକା'ର ନିର୍ଦ୍ଦେଶକ ଅବିନାଶ ସାହୁ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଡମ୍ବରୁଧର ନାଥ, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Advertisment
Cultural Functions Writer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ