Advertisment

Relationship Tips: ପ୍ରେମିକାର ବାପାମା'ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି କି… ଏହି ୬ଟି କଥା ମାନନ୍ତୁ

ଯଦି ଜଣେ ପୁଅ କୌଣସି ଝିଅକୁ ପସନ୍ଦ କରେ ଆଉ ବିବାହ କରିବାକୁ ଚାହେଁ ତେବେ ଏଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଝିଅର ବାପାମାଆଙ୍କ ହୃଦୟ ଜିତିବା। ଆମ ସମାଜରେ କିନ୍ତୁ ଏମିତି କିଛି ଆଚରଣ ଅଛି ଯାହା ଦ୍ୱାରା ଜଣେ ସେମାନଙ୍କ ଭରସାକୁ ଜିତିପାରେ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Behavior that impresses a girl’s parents

Behavior that impresses a girl’s parents

Advertisment

ସାଧାରଣତଃ ଦେଖାଯାଏ ଯେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ କ୍ଷେତ୍ରରେ ବାପାମାଆମାନେ ଅଧିକ ଅନୁଶାସନ ଏବଂ କଠୋର ହୁଅନ୍ତି। ଏପରି ପରିସ୍ଥିତିରେ, ଯଦି ଜଣେ ପୁଅ କୌଣସି ଝିଅକୁ ପସନ୍ଦ କରେ ଆଉ ବିବାହ କରିବା ଚାହେଁ ତେବେ ଏଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଝିଅର ବାପାମାଆଙ୍କ ହୃଦୟ ଜିତିବା।

Advertisment

ଅଧିକାଂଶ ପୁଅ କିନ୍ତୁ ସେମାନଙ୍କ ଭୟ କାରଣରୁ ନର୍ଭସ୍ ହୋଇ ସେମାନଙ୍କ ସାମ୍ନାରେ ଏମିତି କିଛି କରିଦିଅନ୍ତି, ଯାହା ସେମାନଙ୍କ ଭାବ‍ମୂର୍ତ୍ତିକି ଭଲ କରିବା ପରିବର୍ତ୍ତେ ଖରାପ କରିଦିଏ। ଏଭଳି ପରିସ୍ଥିତିରେ ପ୍ରଥମ ଭେଟରେ ଝିଅମାନଙ୍କ ବାପାମାଆଙ୍କ ହୃଦୟ ଜିତିବା ସହଜ ନୁହେଁ।

ଆମ ସମାଜରେ କିନ୍ତୁ ଏମିତି କିଛି ଆଚରଣ ଅଛି ଯାହା ଦ୍ୱାରା ଜଣେ ସେମାନଙ୍କ ଭରସାକୁ ଜିତିପାରେ। ତେବେ ଆସନ୍ତୁ ଏମିତି ୫ଟି ଆଚରଣ ବିଷୟରେ ଜାଣିବା ଯାହାକୁ ବ୍ୟବହାର କରି ଜଣେ ପ୍ରଥମ ଭେଟରେ କୌଣସି ଝିଅର ବାପାମାଆଙ୍କ ହୃଦୟକୁ ଜିତିପାରିବ ଏବଂ ସେମାନଙ୍କର ବିଶ୍ୱାସଭାଜନ ହୋଇପାରିବ।

Advertisment
Behavior that impresses a girl’s parentsଝିଅର ବାପାମାଆଙ୍କ ହୃଦୟକୁ ଜିତିବା ନେଇ ୫ଟି ଟିପ୍ସ

ସମ୍ମାନ ଏବଂ ଶିଷ୍ଟାଚାର:

ଯଦି କେବେ ଆପଣଙ୍କ ପ୍ରେମିକାର ବାପାମାଆଙ୍କୁ ସାମ୍ନାରେ ଦେଖନ୍ତି ତେବେ ସର୍ବଦା ସେମାନଙ୍କ ପାଖରେ ବିନମ୍ର ଏବଂ ଆଦରପୂର୍ଣ୍ଣ ବ୍ୟବହାର କରନ୍ତୁ। ସେମାନେ ଯାହା କହୁଛନ୍ତି ସେସବୁକୁ ଭଲ ଭାବରେ ଶୁଣନ୍ତୁ ଏବଂ ଆପଣଙ୍କ ଶବ୍ଦରେ ଶାଳୀନତା ରଖନ୍ତୁ।

ସଚ୍ଚୋଟତା ଏବଂ ସ୍ୱଚ୍ଛତା:

ନିଜର ଶବ୍ଦ ଏବଂ ଉଦ୍ଦେଶ୍ୟକୁ ନେଇ ସବୁବେଳେ ସଚ୍ଚୋଟ ରୁହନ୍ତୁ। ଯଦିଓ ଆପଣ କୌଣସି କଥାରେ ସହମତ ନୁହନ୍ତି, ତେବେ ମଧ୍ୟ ଏହାକୁ ସମ୍ମାନର ସହିତ ପ୍ରକାଶ କରିପାରିବେ। ଏହି ଉପାୟରେ, ଆପଣ ସ୍ୱଚ୍ଛତା ମାଧ୍ୟମରେ ସେମାନଙ୍କ ଭରସା ଜିତିପାରିବେ।

Advertisment
Behavior that impresses a girl’s parents
ନିଜର ଶବ୍ଦ ଏବଂ ଉଦ୍ଦେଶ୍ୟକୁ ନେଇ ସବୁବେଳେ ସଚ୍ଚୋଟ

ଝିଅ ପ୍ରତି ସମ୍ମାନ ଏବଂ ସମର୍ଥନ:

ଝିଅର ବାପାମାଆଙ୍କ ସାମ୍ନାରେ ଏହା ଦେଖାଇବାକୁ ଚେଷ୍ଟା କରନ୍ତୁ ଯେ ଆପଣ ସେମାନଙ୍କ ଝିଅକୁ ସମ୍ମାନ କରନ୍ତି ଏବଂ ତା’ର ସୁଖ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତି। କିନ୍ତୁ ଏଥିପ୍ରତି ଧ୍ୟାନଦେବା ଜରୁରୀ ଯେ ଏହା ଯେମିତି ଅଧିକ ଦେଖାଣିଆ ନ ହୁଏ।

ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ:

ଝିଅର ପରିବାରର ସଂସ୍କୃତି ଏବଂ ପରମ୍ପରାକୁ ଅସମ୍ମାନ କରିବା ଭଳି କୌଣସି କଥା କିମ୍ବା ଆଚରଣ କରନ୍ତୁ ନାହିଁ। ଯଦି ସେମାନେ ନିର୍ଦ୍ଦିଷ୍ଟ କୌଣସି ରୀତିନୀତିକୁ ଅନୁସରଣ କରୁଛନ୍ତି, ତେବେ ସେମାନଙ୍କର ଗୁରୁତ୍ୱକୁ ବୁଝନ୍ତୁ ଏବଂ ସେମାନଙ୍କୁ ସମ୍ମାନ ଦିଅନ୍ତୁ।

Behavior that impresses a girl’s parentsଝିଅର ପରିବାରର ପରମ୍ପରାକୁ ଅସମ୍ମାନ କରିବା ଭଳି କୌଣସି ଆଚରଣ କରନ୍ତୁ ନାହିଁ

ସାହାଯ୍ୟ ଏବଂ ସମ୍ବେଦନଶୀଳ:

ଯଦି ଆପଣ ନିଜ ପ୍ରେମିକାର ବାପାମାଆଙ୍କ ଆବଶ୍ୟକତା ଏବଂ ଇଚ୍ଛାକୁ ବୁଝନ୍ତି ଏବଂ ସାହାଯ୍ୟର ଆବଶ୍ୟକତା ଅନୁଭବ କରନ୍ତି ତେବେ ବିନା ଦ୍ୱିଧାରେ ସାହାଯ୍ୟ କରନ୍ତୁ, ଏହା ସେମାନଙ୍କ ଆଗରେ ଆପଣଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବ।

ବନ୍ଧୁତାପୂର୍ଣ୍ଣ ବ୍ୟବହାର:

ଆପଣଙ୍କ କ୍ୟାରିୟର ଏବଂ ଭବିଷ୍ୟତ ଯୋଜନା ବିଷୟରେ ସେମାନଙ୍କୁ ସ୍ପଷ୍ଟ ଭାବରେ କୁହନ୍ତୁ। ସେମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହିତ ସହଜ ହେବାକୁ ଚେଷ୍ଟା କରନ୍ତୁ।

Relationship Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ