Teen girls brain aged faster than boys
କରୋନା ସମୟ ଆମ ସମସ୍ତ ପାଇଁ ଏକ ଦୁଃସାହସିକତା ଠାରୁ କମ୍ ନ ଥିଲା। ଲକ୍ଡାଉନ୍ ଯେପରି ଆମକୁ ଏକ ଛୋଟ କାନ୍ଥ ଭିତରେ ବନ୍ଦୀ କଲା, ଏହା ଆମ ମନରେ ଏକ ଗଭୀର କ୍ଷତ ଛାଡିଦେଇଗଲା। ଆମେ ମାନସିକ ସ୍ତରରେ ଏତେ ବିବ୍ରତ ହୋଇଗଲୁ ଯେ ଆଜି ବି ଆମେ ଏହାର ପରିଣାମ ଭୋଗୁଛୁ।
ବର୍ତ୍ତମାନ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ସେହି ସମୟର ଛୋଟ ଯୁବତୀମାନଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ଅଧ୍ୟୟନ ଅନୁଯାୟୀ, ଲକ୍ଡାଉନ୍ ସମୟରେ ଯୁବତୀମାନଙ୍କ ସାଙ୍ଗ କିମ୍ବା ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହ୍ରାସ ପାଇଥିଲା, ଯାହା ସେମାନଙ୍କର ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା। ଏହା କିନ୍ତୁ ଯୁବକମାନଙ୍କ କ୍ଷେତ୍ରରେ କମ ହୋଇଥିଲା।
ଯୁବକମାନଙ୍କ ତୁଳନାରେ ଯୁବତୀ:
ଯେତେବେଳେ ୱାଶିଂଟନ୍ ୟୁନିଭର୍ସିଟି ଏବଂ ଆମେରିକାର ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସର ଅନୁସନ୍ଧାନକାରୀମାନେ ଲକ୍ଡାଉନ୍ ପୂର୍ବରୁ ଏବଂ ପରେ ଲୋକଙ୍କ ମସ୍ତିଷ୍କ ବିଶ୍ଳେଷଣ କଲେ, ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଲା।
ଅଧ୍ୟୟନରୁ ଜଣାପଡିଲା ଯେ ଯୁବକମାନଙ୍କ ତୁଳନାରେ ଯୁବତୀମାନଙ୍କ ମନ ହାରାହାରି ୪.୨ ବର୍ଷ ଅଧିକ ବୟସ୍କ ହୋଇଯାଇଛି। ତେବେ ଯୁବକମାନ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥିଲେ ବି ଏହା ବୟସ ଠାରୁ ହାରାହାରି ୧.୧ ବର୍ଷ ଅଧିକ ହୋଇଛି।
MRI ରିପୋର୍ଟ:
ଅନୁସନ୍ଧାନକାରୀମାନେ କରୋନା ପୂର୍ବରୁ ୨୦୧୭ରେ ପ୍ରାୟ ୧୬୦ ଏମଆର୍ଆଇ ବିଶ୍ଳେଷଣ କରିଥିଲେ, ଯେଉଁମାନଙ୍କ ବୟସ ୯ ରୁ ୧୭ ବର୍ଷ ମଧ୍ୟରେ ଥିଲା। ବର୍ତ୍ତମାନ ଏହି ପିଲାମାନଙ୍କର ମସ୍ତିଷ୍କର MRI ୨୦୨୧ ଏବଂ ୨୦୨୨ରେ ପୁନର୍ବାର କରାଯାଇଥିଲା। ଯାହାର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
କ’ଣ ହେବ ଏହାର ପ୍ରଭାବ:
ମସ୍ତିଷ୍କର ବାର୍ଦ୍ଧକ୍ୟ ସହିତ ସବୁଠାରୁ ବଡ ପାର୍ଥକ୍ୟ ହେବ ଯେ ବଡ ହେବା ସହିତ ଏହା ଶିଖିବାର କ୍ଷମତାକୁ ପ୍ରଭାବିତ କରିବ। ଏହା ଦେଖାଯାଇଛି ଯୁବତୀମାନଙ୍କ ମସ୍ତିଷ୍କର କର୍ଟେକ୍ସ ଅଂଶ ପତଳା ହୋଇଯାଇଛି, ଯାହା ବୟସ ବଢିବାର ସୂଚକ ଅଟେ।
ମସ୍ତିଷ୍କର ପରିବର୍ତ୍ତନ ହୋଇଥିବା ସ୍ଥାନଗୁଡିକ ସାମାଜିକ ଜ୍ଞାନ, ଭାବନାର ପ୍ରକ୍ରିୟା, ଶାରିରୀ ଭାଷା ଏବଂ ହାବଭାବ ସହିତ ଜଡିତ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯୋଗାଯୋଗ ପ୍ରକ୍ରିୟାରେ ଏହା ଖୁବ୍ ପ୍ରଭାବ ପକାଇବ। ତେବେ ଏହା କେଉଁ ପ୍ରକାରର ଶାରୀରିକ ପରିବର୍ତ୍ତନ ଘଟାଇବ ତାହା ଭବିଷ୍ୟତରେ ଜଣାପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726241571.jpg)