Advertisment

Fashion Tips: ଶୀତଦିନେ ବାଛନ୍ତୁ ଏମିତି ଶାଢି; ଲାଗିବେ ଷ୍ଟାଇଲିସ୍, ଥଣ୍ଡାରୁ ମିଳିବ ରକ୍ଷା

ମହିଳାମାନେ ମହଙ୍ଗା ଏବଂ ଷ୍ଟାଇଲିସ୍ ଏଥନିକ୍ କିମ୍ବା ପାର୍ଟି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଥଣ୍ଡା କାରଣରୁ ସେମାନଙ୍କୁ ସ୍ୱିଟର କିମ୍ବା କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡେ। ଏପରି ପରିସ୍ଥିତିରେ, ସୁନ୍ଦର ପୋଷାକ ସ୍ୱିଟର ତଳେ ଲୁଚି ରହିଯାଏ। କିଛି ଟିପ୍ସ ବିଷୟରେ ଜାଣନ୍ତୁ ଆପଣ ଷ୍ଟାଇଲିସ୍ ଶାଢି ପିନ୍ଧିପାରିବେ ଆଉ ଶୀତରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।

ଅଦ୍ୟତନ ହୋଇଛି
Style to wear saree in winter fashion

Style to wear saree in winter fashion

Advertisment

ଧିରେ ଧିରେ ଶୀତ ପଡିବା ଆରମ୍ଭ ହୋଇଛି। ଅନେକ ପ୍ରାୟ ଶୀତକୁ ପସନ୍ଦ କରନ୍ତି। ଏହି ଋତୁରେ, ବିବାହ ଭୋଜିର ମଜା ଭିନ୍ନ କିଛି ହୋଇଥାଏ। କିନ୍ତୁ ଅତ୍ୟଧିକ ଥଣ୍ଡା ମହିଳାମାନଙ୍କ ପାଇଁ ଏକ ସମସ୍ୟା ହୋଇଯାଏ କାରଣ ଶୀତ ସମୟରେ ମହିଳାମାନେ ବିବାହ ଉତ୍ସବରେ ନିଜକୁ ଷ୍ଟାଇଲ୍ କରିବାକୁ ସକ୍ଷମ ହୁଅନ୍ତି ନାହିଁ।

Advertisment

ପ୍ରକୃତରେ ମହିଳାମାନେ ମହଙ୍ଗା ଏବଂ ଷ୍ଟାଇଲିସ୍ ଏଥନିକ୍ କିମ୍ବା ପାର୍ଟି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଥଣ୍ଡା କାରଣରୁ ସେମାନଙ୍କୁ ସ୍ୱିଟର କିମ୍ବା କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡେ। ଏପରି ପରିସ୍ଥିତିରେ, ତାଙ୍କର ସୁନ୍ଦର ପୋଷାକ ସ୍ୱିଟର ତଳେ ଲୁଚି ରହିଯାଏ।

ଯଦି ନିଜର ଷ୍ଟାଇଲ୍‌କୁ ଦେଖେଇ ହେବା ପାଇଁ ସେମାନେ ଶୀତଦିନିଆ ପୋଷାକ ପିନ୍ଧନ୍ତି ନାହିଁ ତେବେ ସେ ଶୀତରରେ ଥରି ଥରି ଅସୁବିଧାର ସମ୍ମୁଖିନ ହୁଅନ୍ତି। ଏପରି ପରିସ୍ଥିତିରେ, ସମସ୍ତ ଫ୍ୟାଶନ୍ ମଧ୍ୟ ବେକାର ହୋଇଯାଏ।

Advertisment

ତେଣୁ, ଶୀତଦିନେ ଯେକୌଣସି ଫଙ୍କସନ୍ ପାଇଁ ଶାଢି ପିନ୍ଧୁଥିବା ମହିଳାମାନେ ଫ୍ୟାଶନ୍ ଦୃଷ୍ଟିରୁ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଆଜି ଆମେ ଆପଣଙ୍କୁ ଶୀତକାଳୀନ ଫ୍ୟାସନ ପାଇଁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଆପଣ ଷ୍ଟାଇଲିସ୍ ଶାଢି ପିନ୍ଧିପାରିବେ ଆଉ ଶୀତରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।

ଆସନ୍ତୁ ଜାଣିବା ଶୀତଦିନେ ସ୍ୱିଟର ବିନା ଶାଢି ପିନ୍ଧିବାର ଟିପ୍ସ ଏବଂ କୌଶଳ:

ଶାଢି ପାଇଁ କପଡା ଚୟନ:

ଯଦି ଆପଣ ଶୀତ ଋତୁରେ ଏକ ଶାଢି ପିନ୍ଧୁଛନ୍ତି, ତେବେ ଏକ ମୋଟା କପଡା ବାଛନ୍ତୁ। ଏନେଇ ଆପଣ ଭେଲ୍‌ଭେ୍‌ଟ କପଡ଼ାରେ ତିଆରି ଶାଢି ପିନ୍ଧି ପାରିବେ। ଏହି ପ୍ରକାରର ଶାଢି ଆପଣଙ୍କୁ ଶୀତରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ଭଲ ମଧ୍ୟ ଦେଖାଯାଇଥାଏ।

Advertisment

ଫୁଲ୍ ସ୍ଲିଭ୍ ବ୍ଲାଉଜ୍ ପିନ୍ଧନ୍ତୁ:

ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ, ବ୍ଲାଉଜ୍ ଷ୍ଟାଇଲ୍ ବାଛିବାବେଳେ, ମନେରଖନ୍ତୁ ଯେ ବ୍ଲାଉଜରେ ଫୁଲ୍ ସ୍ଲିଭ୍ ରହିବା ଉଚିତ। ଫ୍ୟାଶନ୍ ଅନୁଯାୟୀ ଫୁଲ୍ ସ୍ଲିଭ୍ ବ୍ଲାଉଜ୍ ମଧ୍ୟ ଟ୍ରେଣ୍ଡ୍‌ରେ ଅଛି। ଅନେକ ସମୟରେ ଅଭିନେତ୍ରୀମାନେ ଫୁଲ୍ ସ୍ଲିଭ୍ ବ୍ଲାଉଜରେ ନଜର ଆସନ୍ତି।

ଲମ୍ବା ବ୍ଲାଉଜ୍ ପିନ୍ଧନ୍ତୁ:

ଆପଣ ଶାଢି ସହିତ ଲମ୍ବା ବ୍ଲାଉଜ୍ ମଧ୍ୟ ପିନ୍ଧିପାରିବେ। ଲମ୍ବା ବ୍ଲାଉଜ୍ ସବୁବେଳେ ଫ୍ୟାଶନରେ ଥାଏ। ଏହି ପ୍ରକାର ବ୍ଲାଉଜ୍ ତଳେ ଆପଣ ଇନର୍ କିମ୍ବା ବଡୀ ୱାର୍ମର ମଧ୍ୟ ପିନ୍ଧିପାରିବେ।

ଇଣ୍ଡୋ ୱେଷ୍ଟର୍ଣ୍ଣ ଶାଢି:

ଶୀତ ଋତୁରେ ଆପଣ ଇଣ୍ଡୋ ୱେଷ୍ଟର୍ଣ୍ଣ ଶାଢି ବାଛି ପାରିବେ। ଏହା ଏଥନିକ୍ ଚେହେରାକୁ ଏକ ଆଧୁନିକ ସ୍ପର୍ଶ ଦେବା ସହିତ ଏହା ଆପଣଙ୍କୁ ଶୀତରୁ ମଧ୍ୟ ରକ୍ଷା କରିବ। ଆପଣ ଏଥିରେ ପ୍ୟାଣ୍ଟ ଷ୍ଟାଇଲ୍ ଶାଢି ମଧ୍ୟ ପିନ୍ଧିପାରିବେ।

Fashion Guide Fashion Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ