Advertisment

Tips and Tricks: ଏହି ୭ଟି ଖାଦ୍ୟକୁ ଫ୍ରିଜ୍‌ରେ ରଖୁଛନ୍ତି କି… ସାବଧାନ ! ହୋଇପାରେ ସାଂଘାତିକ ପରିସ୍ଥିତି

କୌଣସି ଖାଦ୍ୟ କାଳେ ନଷ୍ଟ ହୋଇଯିବ, ସେଥିପାଇଁ ଲୋକମାନେ ଏହାକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଫ୍ରିଜ୍‌ରେ ରଖିବା ଠିକ୍ ନୁହେଁ। ଏଗୁଡିକ ଫ୍ରିଜ୍‌ରେ ରହିଲେ ଅଧିକ କ୍ଷତିକାରକ ହୋଇଥାଏ। ସେଥିପ୍ରତି ସତର୍କ ହେବା ଜରୁରୀ।

ଅଦ୍ୟତନ ହୋଇଛି
Seven food which you should not keep in fridge it can cause disease

Seven food which you should not keep in fridge it can cause disease

Advertisment

କୌଣସି ଖାଦ୍ୟ କାଳେ ନଷ୍ଟ ହୋଇଯିବ, ସେଥିପାଇଁ ଲୋକମାନେ ଏହାକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଫ୍ରିଜ୍‌ରେ ରଖିବା ଠିକ୍ ନୁହେଁ। ଏଗୁଡିକ ଫ୍ରିଜ୍‌ରେ ରହିଲେ ଅଧିକ କ୍ଷତିକାରକ ହୋଇଥାଏ। ସେଥିପ୍ରତି ସତର୍କ ହେବା ଜରୁରୀ।

Advertisment

ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଧା ଟମାଟୋ ବ୍ୟବହାର କରି ଅନ୍ୟ ଅଧାକୁ ଫ୍ରିଜ୍‌ରେ ରଖିଦିଅନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ବିପଜ୍ଜନକ ମନେକରନ୍ତି। ତେବେ ଆଜି ଆମେ ଆପଣଙ୍କୁ ୭ଟି ଖାଦ୍ୟ ବିଷୟରେ କହିବୁ ଯାହା ଫ୍ରିଜ୍‌ରେ ରଖିଲେ ବିଷାକ୍ତ ହୋଇଯାଏ।

ଅଧିକ ପଢ଼ନ୍ତୁ: Tips and Tricks: ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା

Advertisment

ଟମାଟୋ:

ଟମାଟୋକୁ ଫ୍ରିଜରେ ରଖିବା ଭୁଲ। ଏହାର ତାପମାତ୍ରା ଟମାଟୋ ଭିତରେ ଥିବା ଉପାଦାନଗୁଡ଼ିକୁ ବଦଳାଇଦିଏ। ଜର୍ମାନୀର ଗୋଟିଙ୍ଗେନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଟିମ୍‌ ଅନୁଯାୟୀ ଟମାଟୋରେ ଲାଇକୋପିନ୍ ମିଳିଥାଏ। ଏହା ଟମାଟୋରେ ମିଳୁଥିବା ଏକ କାରୋଟିନାଏଡ୍ ଆଣ୍ଟିଅକ୍ସିଡାଣ୍ଟ।

Tamator in fridge ଟମାଟୋ

ଏହା ହିଁ ଟମାଟୋକୁ ଲାଲ ରଙ୍ଗ ଦେଇଥାଏ। ଯେତେବେଳେ ଟମାଟୋକୁ ରେଫ୍ରିଜରେଟର୍‌ରେ ରଖାଯାଏ, ଫ୍ରିଜର ଥଣ୍ଡା ଲାଇକୋପିନ୍‌ର ସଂରଚନାକୁ ବଦଳାଇଥାଏ ଏବଂ ଏହାକୁ ଟମାଟାଇନ୍ ଗ୍ଲାଇକୋଅଲ୍କଲାଇଡ୍ ନାମକ ଏକ ଗ୍ଲାଇକୋଅଲ୍କଲାଇଡ୍‌ରେ ପରିଣତ କରିଦିଏ। ଏହି ଟମାଟିନ୍ ଗ୍ଲାଇକୋଅଲ୍କଲାଇଡ୍ ଶରୀର ପାଇଁ କ୍ଷତିକାରକ ହୋଇପାରେ।

Advertisment

ଆଳୁ:

potato in fridge ଆଳୁ

ଆଳୁକୁ କେବେବି ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ। ଯଦି ଆପଣ ଅଧା କଟା ଆଳୁକୁ ଫ୍ରିଜ୍‌ରେ ରଖୁଛନ୍ତି, ତେବେ ଏହା ବହୁ କ୍ଷତିକାରକ ହୋଇଥାଏ। ଥଣ୍ଡା ତାପମାତ୍ରା ହେତୁ ଆଳୁର ଷ୍ଟାର୍ଚ ସୁଗାରରେ ପରିଣତ ହୁଏ ଏବଂ ସୁଗାର ସ୍ୱାସ୍ଥ୍ୟ ପାଇଁ ବହୁ ଖରାପ।

ଅଧିକ ପଢ଼ନ୍ତୁ: Tips and Tricks: ବାଉଳାରେ ଚାପିହେଇଗଲା କି ରେଫ୍ରିଜରେଟର ଡିଫ୍ରୋଷ୍ଟ ବଟନ୍; ଠିକ୍ କରିବାର ୩ ଷ୍ଟେପ୍

ପିଆଜ:

Onion in fridge ପିଆଜ

ଅନେକ ଲୋକ ପିଆଜ ମିଶା ସାଲାଡ୍‌କୁ ଫ୍ରିଜ୍‌ରେ ରଖନ୍ତି। ଫ୍ରିଜ୍‌ରେ ପିଆଜ ରଖିବା ଦ୍ୱାରା ଏହା ଆର୍ଦ୍ରତାକୁ ଶୋଷିଥାଏ ଏବଂ ଓଦା ହୋଇଯାଏ। ଫଳରେ ରଖାଯାଇଥିବା ଅନ୍ୟ ଖାଦ୍ୟ ସାମଗ୍ରୀର ସ୍ୱାଦ ଉପରେ ଏହା ପ୍ରଭାବ ପଢେ। ପିଆଜରେ ଥିବା ଏନ୍‌ଜାଇମ୍‌ଗୁଡ଼ିକ ରେଫ୍ରିଜରେଟର୍‌ର ଥଣ୍ଡା ହେତୁ ସକ୍ରିୟ ହୋଇଯାଆନ୍ତି, ଯେଉଁ କାରଣରୁ ପିଆଜ ଶୀଘ୍ର ନଷ୍ଟ ହୋଇଯାଏ।

ରସୁଣ:

Garlic in fridge ରସୁଣ

ଅନେକ ଲୋକ ରସୁଣରୁ ଚୋପା ଛଡେଇ ଫ୍ରିଜ୍‌ରେ ରଖନ୍ତି। ଏହା କରିବା ଭୁଲ୍, କାରଣ ଥଣ୍ଡା ତାପମାତ୍ରା ଯୋଗୁଁ ରସୁଣ ନଷ୍ଟ ହେବାକୁ ଲାଗେ। ଏଥିରୁ ରସ ବାହାରିବା ଆରମ୍ଭ କରେ। ଗୁଣବତ୍ତା ଖରାପ ହେବା ସହିତ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। ଯଦି ଆପଣ ରସୁଣକୁ ଷ୍ଟୋର୍ କରିବାକୁ ଚାହାଁନ୍ତି, ତେବେ ଚୋପାଥିବା ରସୁଣକୁ ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ। ପାତ୍ରଟିକୁ ଏକ ଶୁଖିଲା ଏବଂ ବାୟୁ ଚାଳିତ ସ୍ଥାନରେ ରଖନ୍ତୁ। ଏହିପରି ରସୁଣକୁ ସତେଜ ରଖାଯାଇପାରିବ।

କଦଳୀ:

Banana in fridge କଦଳୀ

କଦଳୀକୁ ରେଫ୍ରିଜରେଟର୍‌ରେ ରଖିବା ଦ୍ୱାରା ଏହାର ସତେଜତା ଏବଂ ସ୍ୱାଦ କମିଯାଏ। ଏହା ଖୁବ୍ ଶିଘ୍ର ନଷ୍ଟ ହୋଇଯାଏ। କିନ୍ତୁ ଏହାକୁ ଅଧିକ ସମୟ ସତେଜ ରଖିବା ପାଇଁ ଅନ୍ୟ ଏକ ଉପାୟ ଅଛି। କଦଳୀକୁ କୋଠରୀର ତାପମାତ୍ରାରେ, ଯେଉଁଠାରେ ଶୁଖିଲା ଏବଂ ବାୟୁ ଚଳାଚଳ ହେଉଥିବ ସେଠାରେ ରଖନ୍ତୁ।

ମହୁ:

Honey in fridge ମହୁ

ମହୁକୁ ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ, ଏହା ଏମିତି ଏକ ଖାଦ୍ୟ ଯାହା ନିଜେ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିପାରେ। ଏହାକୁ ରେଫ୍ରିଜରେଟରରେ ରଖିବା ଦ୍ୱାରା ଏହା ନଷ୍ଟ ହୋଇଥାଏ। ମହୁରେ ଥିବା ଜଳୀୟ ଅଂଶ ଫ୍ରିଜ୍‌ର ଥଣ୍ଡା ପ୍ରଭାବିତ ହୋଇ ମହୁର ଗୁଣକୁ ନଷ୍ଟ କରିଥାଏ। ମହୁରେ ଥିବା ଏନ୍‌ଜାଇମ୍‌ଗୁଡ଼ିକ ରେଫ୍ରିଜରେଟରର ଥଣ୍ଡା ଦ୍ୱାରା ସକ୍ରିୟ ହୋଇଥାନ୍ତି, ଯାହା ଫଳରେ ମହୁରେ ଫରମେଣ୍ଟେସନ ହୋଇ ନଷ୍ଟ ହୋଇଯାଏ।

ବ୍ରେଡ୍:

Bread in fridge ବ୍ରେଡ୍

ରେଫ୍ରିଜରେଟରରେ ବ୍ରେଡ୍ର ସ୍ୱାଦ ବଦଳିଯାଏ। ବ୍ରେଡ୍ ଫ୍ରିଜରେ ରଖିଲେ ନଷ୍ଟ ହୋଇଯାଏ। ଏହା ବ୍ୟତୀତ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏଥିରେ ଫଙ୍ଗସ୍ ହୋଇଯାଏ, ଯାହା ଏହାକୁ ନଷ୍ଟ କରିଥାଏ। ତେଣୁ ଆପଣ ରୁମ୍‌ ତାପମାତ୍ରାରେ ବ୍ରେଡ୍ ରଖିପାରିବେ। ଆପଣ ଏକ ଏୟାର ଟାଇଟ୍ ପାତ୍ରରେ ବ୍ରେଡ୍ ଷ୍ଟୋର୍ କରିପାରିବେ।

ଅଧିକ ପଢ଼ନ୍ତୁ: Tips and Tricks: ରୋଷେଇ ଘରର ବଲ୍‌ବ କଳା ପଡ଼ିଗଲାଣି କି… ଜାଣନ୍ତୁ ସଫା କରିବାର ସଜହ ଉପାୟ

Health Tips Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ