Advertisment

Snake Avoid Tips: ଘରକୁ ସାପ ପଶିଆସୁଛି କି; ଡରନ୍ତୁ ନାହିଁ… ଏହି ଶସ୍ତା ଜିନିଷ ବ୍ୟବହାର କରନ୍ତୁ, ଆସିବେ ନାହିଁ

ଶୀତଦିନେ ଟିକିଏ ଉଷ୍ମତା ପାଇଁ ସାପମାନେ ଘର ଭିତରକୁ ଚାଲି ଆସନ୍ତି। ଯଦି ଆପଣ ବି ଘରେ ସାପ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରି ସାପମାନଙ୍କୁ ବାହାର କରି ପାରିବେ।

ଅଦ୍ୟତନ ହୋଇଛି
Snake Avoid Tips

Snake Avoid Tips

Advertisment

ସାପ ନାଁ ଶୁଣିଲେ ପ୍ରାୟ ସମସ୍ତେ ଭୟରେ କମ୍ପି ଉଠନ୍ତି। ଅନେକ ସାପ ମଧ୍ୟ ଭୟଙ୍କର ଭାବେ ବିଷାକ୍ତ ହୋଇଥାନ୍ତି। କେତେକ ପ୍ରଜାତିର ସାପ ଅଛନ୍ତି ଯେଉଁମାନଙ୍କର କେବଳ ଗୋଟିଏ ଚୋଟରେ ମଣିଷର ମୃତ୍ୟୁ ହୋଇଥାଏ। ଏପରି ପରିସ୍ଥିତିରେ ଲୋକମାନେ ସାପ ଦେଖିବା ମାତ୍ରେ ଭୟ କରିବା ତ ସ୍ୱାଭାବିକ।

Advertisment

ଶୀତଦିନେ ସାପ କାମୁଡ଼ିବାର ଆଶଙ୍କା ମଧ୍ୟ ଅଧିକ ଥାଏ କାରଣ ସେମାନେ ଟିକିଏ ଉଷ୍ମତା ପାଇଁ ଘର ଭିତରକୁ ଚାଲି ଆସନ୍ତି। କିଛି ସାପ ଘର କୋଣରେ ଲୁଚି ରହିଥା’ନ୍ତି। ପ୍ରାୟତଃ ସେମାନେ ବେଙ୍ଗ ଏବଂ ମୂଷା ସନ୍ଧାନରେ ଘରକୁ ଆସନ୍ତି ଏବଂ ଏଠାରେ ଫସି ରହିଯାଆନ୍ତି।

ଯଦି ଆପଣ ବି ଘରେ ସାପ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରି ସାପମାନଙ୍କୁ ବାହାର କରି ପାରିବେ।

Advertisment

କିରୋସିନ୍‌ ସ୍ପ୍ରେ:

ଗୋଟିଏ କଥା ମନେରଖିବା ଜରୁରୀ ଯେ ସାପମାନେ ଅଧିକ ଗନ୍ଧକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଆପଣ ଘରେ ଥିବା କିଛି ଆଇଟମ୍ ବ୍ୟବହାର କରି ସେମାନଙ୍କୁ ଘରୁ ବାହାର କରିପାରିବେ। ସାପ ଲୁଚି ରହିଥିବା ଜାଗାରେ ଫିନାଇଲ୍, ବେକିଂ ସୋଡା, ଫର୍ମାଲିନ କିମ୍ବା କିରୋସିନ ଆଦି ପାଣିରେ ମିଶେଇ ସ୍ପ୍ରେ କରିପାରିବେ।

ଏ ସବୁର କଡା ଗନ୍ଧ ସାପକୁ ପସନ୍ଦ ନୁହେଁ। ବିଶେଷ କରି କିରୋସିନ୍‌ର ପ୍ରବଳ ଗନ୍ଧ ଯୋଗୁଁ ସାପମାନେ ଘରୁ ପଳାନ୍ତି। କିରୋସିନ୍‌ ତେଲକୁ ପାଣିରେ ମିଶାଇ ସାପ ରହୁଥିବା ଜାଗାରେରେ ସ୍ପ୍ରେ କରିବା ଦ୍ୱାରା ସେମାନେ ପଳାଇଯାଆନ୍ତି।

Advertisment

ଅସରପା ଏବଂ ମଶାକୁ ଦୂର କରିବା ପାଇଁ ବ୍ୟବହୃତ ହିଟ୍ ଏବଂ ବେଗାନ୍ ସ୍ପ୍ରେ ପରି କୀଟନାଶକ ଔଷଧର କଡା ରାସାୟନିକ ଗନ୍ଧ ମଧ୍ୟ ସାପକୁ ଦୂରେଇ ରଖିପାରେ।

ଦୁର୍ଗନ୍ଧଯୁକ୍ତ ତେଲ ସ୍ପ୍ରେ:

ସେହିପରି ସାପ ଲୁଚି ରହିଥିବା ଜାଗାରେ କଡା ଦୁର୍ଗନ୍ଧଯୁକ୍ତ ତେଲ ସ୍ପ୍ରେ କରିବା ମଧ୍ୟ ଲାଭ ହୋଇଥାଏ। ବିଶ୍ୱାସ କରାଯାଏ ଯେ ଏହି ଗନ୍ଧ ସେମାନଙ୍କୁ ବିରକ୍ତ କରେ ଏବଂ ସେମାନେ ଘରୁ ପଳାଇଯାଆନ୍ତି। କେତେକ ସଲ୍‌ଫର୍-ଆଧାରିତ ପ୍ରତିରୋଧକ ବଜାରରେ ମିଳୁଛି ଏବଂ ସାପକୁ ରୋକିବା ପାଇଁ ଏସବୁ ବ୍ୟବହାର କରାଯାଇପାରେ।

ରସୁଣ ଏବଂ ପିଆଜ:

ଏହା ବ୍ୟତୀତ ରସୁଣ ଏବଂ ପିଆଜର ଗନ୍ଧ ମଧ୍ୟ ସାପକୁ ଅଶାନ୍ତ କରିଥାଏ। ଏଭଳି ପରିସ୍ଥିତିରେ ଏସବୁକୁ ଘର ବାହାରେ ରଖାଯାଇପାରିବ। ଏହି ପଦ୍ଧତିଗୁଡ଼ିକ ସାପମାନଙ୍କୁ ତଡ଼ି ଦେଇପାରେ କିନ୍ତୁ ସେମାନଙ୍କୁ ମାରିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।

ସାପ ମଧ୍ୟ ଇକୋସିଷ୍ଟମର ଏକ ଅଂଶ। ଏପରି ପରିସ୍ଥିତିରେ, ସେମାନଙ୍କୁ ଦେଖିବା ପରେ ଭୟଭୀତ ହେବା କିମ୍ବା ମାରିଦେବା ଉଚିତ ନୁହେଁ।

ତେବେ ସାପମାନଙ୍କୁ ଘରେ ପଶିବାକୁ ନ ଦେବା ପାଇଁ କିଛିମାତ୍ରାରେ ସତର୍କ ହେବା ଉଚିତ। ସାପମାନେ ସାଧାରଣତଃ ଅଳିଆ-ଆବର୍ଜନା ଓ ବଣୁଆ ଜାଗାରେ ରହିବାର ସୁଯୋଗ ଖୋଜନ୍ତି। ଏଭଳି ପରିସ୍ଥିତିରେ ଆପଣଙ୍କ ଘରର ଚାରିପାଖରେ ପଡିଥିବା ପୁରୁଣା ଇଟା, କାଠ ଖଣ୍ଡ କିମ୍ବା ଶୁଖିଲା ଗଛ ଆଦି ସଫାକରିଦେବା ଉଚିତ।

ଏଭଳି କଲେ ସାପମାନେ ଏସବୁ ଜାଗାରୁ ଦୂରେଇ ରୁହନ୍ତି। ଯଦି ବି ସାପଟିଏ ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ଲୁଚି ରହିଥାଏ, ତେବେ ନ ମାରି କୌଣସି ସ୍ନେକ୍ ହେଲପ୍‌ଲାଇନ୍ ସହ ଯୋଗାଯୋଗ କରନ୍ତୁ ଯିଏ ଏହାକୁ ବାହାର କରି ଜଙ୍ଗଲରେ ଛାଡି ଦେଇ ପାରିବେ।

Snakehelpline Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ