Advertisment

Cooking Tips: ତରକାରୀ ଅଧିକ ରାଗ ହୋଇଗଲା କି… ରାଗ କମେଇବା ପାଇଁ ୫ ସହଜ ଉପାୟ

ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି ଟିପ୍ସ।

ଅଦ୍ୟତନ ହୋଇଛି
If chillies powder are too much in the vegetables you can reduce

If chillies powder are too much in the vegetables you can reduce

Advertisment

କିଏ ବା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ ନ କରେ। ଏନେଇ ଖାଦ୍ୟକୁ ସୁସ୍ୱାଦୁ କରିବାରେ ଲଙ୍କାର ମଧ୍ୟ ଭୂମିକା ଥାଏ। ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି ଟିପ୍ସ।

Advertisment

ଘିଅ ଏବଂ ଲହୁଣୀ:

ଯଦି ଆପଣ ଅଜାଣତରେ ତରକାରୀରେ ଅଧିକ ଲଙ୍କା ଗୁଣ୍ଡ ପକେଇଦେଇଛନ୍ତି ତେବେ ବ୍ୟସ୍ତ ହେବାରେ ନାହିଁ। ପରେ ସେଥିରୁ ରାଗ କମେଇବା ନେଇ କିଛି ଘିଅ ବା ଲହୁଣୀ ବ୍ୟବହାର କରିପାରିବେ। ତରକରୀ କିମ୍ବା ଡାଲିରେ ଗୋଟିଏ ଚାମଚ ଘିଅ କିମ୍ବା ଲହୁଣୀ ମିଶାଇଦେଲେ ରାଗ କମିଯାଏ।

ଚିନି:

ତରକାରୀରୁ ରାଗ କମାଇବା ପାଇଁ ଚିନି ମଧ୍ୟ ବ୍ୟବହାର କରାଯାଇପାରେ। ତରକାରୀରେ କିଛି ଚିନି ପକେଇଦେଲେ ଏଥିରୁ ରାଗ କମିଯାଏ।

Advertisment

ମେଥି:

ତରକାରୀ ଯଦି ଅଧିକ ରାଗ ହୋଇଯାଏ ତେବେ କିଛି ମେଥି ଦାନା ବ୍ୟବହାର କରି ରାଗ କମ କରନ୍ତୁ।

ମଇଦା:

ରାଗ କମେଇବା ପାଇଁ ମଇଦା ମଧ୍ୟ ବ୍ୟବହାର କରାଯାଏ। ଏଥିପାଇଁ ମେଥିକୁ ହାଲୁକା ଭାଜନ୍ତୁ ଏବଂ ତା’ପରେ ତରକାରୀରେ ପକେଇ ଦିଅନ୍ତୁ। ଏହା ରାଗକୁ କମ କରିଦେବ ଏବଂ ତରକାରୀକୁ ଗ୍ରେଭି କରିଦେବ।

Advertisment

ଲେମ୍ବୁ ରସ:

ଆପଣ ଲେମ୍ବୁ ରସ ମିଶାଇ ଖାଦ୍ୟର ରାଗ ମଧ୍ୟ ହ୍ରାସ କରିପାରିବେ। ତରକାରୀ ଯଦି ଅଧିକ ରାଗ ହୋଇଛି ତେବେ ଲେମ୍ବୁ ରସ ମିଶେଇ ଦିଅନ୍ତୁ। ଏହା ରାଗକୁ ସନ୍ତୁଳିତ କରିଦେବ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ