Advertisment

Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍‌ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।

ଅଦ୍ୟତନ ହୋଇଛି
How to use vicks to repel mosquitoes

How to use vicks to repel mosquitoes

Advertisment

ସାଧାରଣତଃ ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍‌ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।

Advertisment

ଯଦି ଆପଣ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ମଶାବତୀ ବା ଲିକ୍ୱିଡ୍ ଆଣି ଜଳାନ୍ତି ତେବେ ଏହା ବଡଲୋକଙ୍କ ଠାରୁ ଆରମ୍ଭ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇପାରେ।

ଅଧିକ ପଢ଼ନ୍ତୁ: Tips And Tricks: ଭାରୀ କାନଫୁଲ ପିନ୍ଧିବା ଦ୍ୱାରା କାନ ଯନ୍ତ୍ରଣା ହେଉଛି କି… ଆପଣାନ୍ତୁ ଏହି ଉପାୟ

Advertisment

ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏକ ନିଆରା ପଦ୍ଧତି ବିଷୟରେ କହିବୁ, ଯାହା କେବଳ ଘରୁ ମଶାମାନଙ୍କୁ ତଡ଼ି ଦେବ ନାହିଁ, ବରଂ ଘରସାରା ମଧ୍ୟ ସୁଗନ୍ଧ ଖେଳିଯିବ। ତେବେ ଆସନ୍ତୁ ସେହି ପଦ୍ଧତି କ’ଣ ଜାଣିବା।

ଏହି ପଦ୍ଧତିକୁ anjums.kitchen1 ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର୍ କରାଯାଇଛି। ଏହି ମହିଳା ଜଣଙ୍କ ଏହି ନିଆରା ପଦ୍ଧତିକୁ କରିବା ସହ ସ୍ପଷ୍ଟଭାବେ ବୁଝାଉଛନ୍ତି। ଆପଣ ଏହି ପଦ୍ଧତିକୁ ମଧ୍ୟ ଏଠାରେ ଦେଖିପାରିବେ।

Advertisment

ସାମଗ୍ରୀ:

  • ଭିକ୍ସ ଏକ ଚାମଚ
  • ବେକିଂ ପାଉଡର ଏକ ଚାମଚ
  • ଗରମ ପାଣି ଅଧା କପ୍

ପ୍ରଣାଳି:

  • ସର୍ବପ୍ରଥମେ, ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଭିକ୍ସ ନିଅନ୍ତୁ। ଏବେ ଏଥିରେ ଏକ ଚାମଚ ବେକିଂ ସୋଡା ପକାଇ ମିଶାନ୍ତୁ। ଏହାକୁ ମିଶେଇବା ପାଇଁ ଏଥିରେ ଅଧା କପ୍‌ ଗରମ ପାଣି ମିଶାନ୍ତୁ। ଏବେ ଆପଣଙ୍କ ଘରୋଇ ମଶା ଲିକ୍ୱିଡ୍ ପ୍ରସ୍ତୁତ ହୋଇଗଲା।
  • ଏହା ପରେ ଏକ ମଶା ଲିକ୍ୟୁଡ୍ ମେସିନ୍ ଆଣନ୍ତୁ। ଯତ୍ନର ସହିତ ଏହାର କଭରକୁ କାଢନ୍ତୁ। ଏଥିରେ ଭିକ୍ସ ଏବଂ ବେକିଂ ସୋଡାର ଲିକ୍ୱିଡ୍ ଢାଳନ୍ତୁ। ବର୍ତ୍ତମାନ ଭଲଭାବେ ଏହାର କଭରଙ୍କୁ ଭିଡିଦିଅନ୍ତୁ। ଏହାକୁ ଆପଣ ମଶା ଲିକ୍ୱୁଇଡ୍ ମେସିନ୍ ପରି ବ୍ୟବହାର କରିପାରିବେ।

ତେବେ ଏହି ଟିପ୍ସ୍ ଭାଇରାଲ୍ ଭିଡିଓରୁ ସଂଗ୍ରହ କରାଯାଇଥିବାରୁ ଏହାକୁ ପରୀକ୍ଷା କରି ଦେଖନ୍ତୁ। ଯଦି ଏହା ଫଳପ୍ରଦ ହୁଏ ତେବେ ଏହାର ଲାଭ ନିଅନ୍ତୁ।

ଅଧିକ ପଢ଼ନ୍ତୁ: Tips And Tricks: କାର୍ ବ୍ରେକ୍ ଫେଲ୍ ହେଲେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟରେ ରକ୍ଷା କରନ୍ତୁ ନିଜ ଗାଡିକୁ

Social Media Viral Video Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ