Advertisment

Hair Care in Winter: ଚୁଟିରେ ଲାଗିବନି ପାଣି, ହୋଇଯିବ ସଫା; ଜାଣନ୍ତୁ ୪ଟି ଟିପ୍ସ୍

ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Best dry hair cleaning hacks

Best dry hair cleaning hacks

Advertisment

ଶୀତଦିନେ ଗାଧୋଇବା ଏକ ବଡ କାମ ପରି ମନେହୁଏ। ଏହାରି ଭିତରେ ଯଦି ଚୁଟିକୁ ସାମ୍ପୁ କରିବାକୁ ପଡେ ତେବେ ଅଳସୁଆର ସୀମା ନାହିଁ! କିନ୍ତୁ ଆପଣ ଜାଣନ୍ତି କି ବିନା ପାଣିରେ ବି ଚୁଟିକୁ କେଶକୁ ସତେଜ ଏବଂ ପରିଷ୍କାର ରଖାଯାଇପାରିବ?

Advertisment

ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ସାଧାରଣତଃ, ସଫା ଚୁଟିରେ ରୂପି ଭଳି ସମସ୍ୟା ରୁହେ ନାହିଁ ଏବଂ ଖପୁରୀ ମଧ୍ୟ ସଫା ରହିଥାଏ, ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ।

ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।

Advertisment
Hair Care in Winterବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ

କର୍ନ ଷ୍ଟାର୍ଚ ବ୍ୟବହାର:

ଆପଣ କର୍ନ ଷ୍ଟାର୍ଚ ସାହାଯ୍ୟରେ ଚୁଟି ସଫା କରିପାରିବେ। ଏହା ଚୁଟିରୁ ଅତିରିକ୍ତ ତେଲ ଶୋଷି ନେଇଥାଏ ଏବଂ ଚିକିତପଣ ଦୂର କରିଥାଏ। କେବଳ ଚୁଟିର ମୂଳରେ କିଛି କର୍ନ ଷ୍ଟାର୍ଚ ଲଗାନ୍ତୁ ଏବଂ ଖପୁରୀକୁ ଧୀରେ ଧୀରେ ମାଲିସ୍ କରନ୍ତୁ ଏବଂ ୨ ମିନିଟ୍ ପରେ ଚୁଟିକୁ ପାନିଆଁରେ କୁଣ୍ଡାନ୍ତୁ। ଏହି ପଦ୍ଧତି କେବଳ ଆପଣଙ୍କ ଚୁଟିକୁ ସଫା କରିବ ନାହିଁ, ବରଂ ଏହାକୁ ଗହଳ ମଧ୍ୟ କରିବ।

ବେବୀ ପାଉଡର ବ୍ୟବହାର:

ଚୁଟିକୁ ସଫା ରଖିବା ପାଇଁ ବେବୀ ପାଉଡର ମଧ୍ୟ ବ୍ୟବହାର କରାଯାଇପାରେ। ଏହା ଚୁଟିରୁ ଓଦାପଣକୁ ଶୋଷିନିଏ ଏବଂ ଏହାକୁ କ୍ଲିନ୍ କରିଥାଏ। ଏହାକୁ ଚୁଟିର ମୂଳରେ ଲଗାନ୍ତୁ ଏବଂ ଏହାକୁ ହାଲୁକା ଭାବରେ ମାଲିସ୍ କରନ୍ତୁ, ତା’ପରେ ପାନିଆରେ କୁଣ୍ଡାଇ ଚୁଟିକୁ ଅଲଗା କରନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଏଥିରେ କୋକୋ ପାଉଡର ମଧ୍ୟ ମିଶାଇ ପାରିବେ। ଏହା ଚୁଟିକୁ ନରମ ଏବଂ ସୁଗନ୍ଧିତ କରିବ।

Advertisment
Hair Care in Winterଆପଲ୍ ସାଇଡର୍ ଭିନେଗାର ହେଉଛି ଏକ ପ୍ରାକୃତିକ କ୍ଲିନର୍

ଆପଲ୍ ସାଇଡର୍ ଭିନେଗାର୍:

ଆପଲ୍ ସାଇଡର୍ ଭିନେଗାର ହେଉଛି ଏକ ପ୍ରାକୃତିକ କ୍ଲିନର୍ ଯାହା ଆପଣଙ୍କ ଖପୁରୀରୁ ମଇଳା ଏବଂ ରୂପି କାଢିବାରେ ସାହାଯ୍ୟ କରିଥାଏ। ଏହାର ବ୍ୟବହାର ଚୁଟିକୁ ସତେଜତା ଏବଂ ଚମକ ଆଣିଥାଏ। ଏହାକୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଚୁଟିର ମୂଳରେ ସ୍ପ୍ରେ କରନ୍ତୁ। କିଛି ସମୟ ପରେ କେଶ ସତେଜ ଦେଖାଯିବ।

ଡ୍ରାଇ ସାମ୍ପୁ ବ୍ୟବହାର:

ଶୀତଦିନେ ଚୁଟିକୁ ସତେଜ କରିବା ପାଇଁ ଡ୍ରାଇ ସାମ୍ପୁ ଏକ ଭଲ ଉପାୟ। ଏହା ଚୁଟିର ମୂଲରେ ଜମା ହୋଇଥିବା ଅତିରିକ୍ତ ତେଲ ଏବଂ ମଇଳାକୁ ବାହାର କରିଥାଏ ଏବଂ ଚୁଟିକୁ ନରମ ଏବଂ ସତେଜ କରିଥାଏ। ଚୁଟିର ମୂଳରେ ଟିକିଏ ଡ୍ରାଇ ସାମ୍ପୁ ଲଗାନ୍ତୁ ଏବଂ ଭଲ ଭାବରେ ମସାଜ୍ କରନ୍ତୁ।

ଯଦି ଶୀତଦିନେ ଆପଣ ପାଇଁ ଚୁଟି ଧୋଇବା ଏକ କଷ୍ଟକର କାମ ହୋଇପଡେ, ତେବେ ବେଳେବେଳେ ଏହି ଉପାୟକୁ ବ୍ୟବହାର କରାଯାଇପାରେ। ଏହା ଦ୍ୱାରା ତ ଚୁଟି ସଫା ହୋଇଯିବ, ଏହା ସହିତ ଚୁଟି ଫ୍ରେସ୍ ଏବଂ ସୁନ୍ଦର ମଧ୍ୟ ଦେଖାଯିବ।

Hair Care
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ