Advertisment

ବିବାହ ପୂର୍ବରୁ ବର ସାଙ୍ଗ ରଖିଲେ ଅଜବ ଚୁକ୍ତି...ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ ନବବଧୂ

ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା।  ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।

ଅଦ୍ୟତନ ହୋଇଛି
contract papers signed  by grooms friends

contract papers signed by grooms friends

Advertisment

ବିବାହ ଜୀବନର ଏକ ଟର୍ଣ୍ଣିଂ ପଏଣ୍ଟ। ବିବାହ ପରେ ଜୀବନର ଗତିପଥ କୁଆଡେ ଯିବ..କେମିତି ଯିବ ଏହାକୁ ନେଇ  ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ବାସ୍ତବରେ କ’ଣ ହୁଏ ସେକଥା ସମୟ ହିଁ କହେ। ପୂର୍ବରୁ ବିବାହକୁ ନେଇ ଏକ ଚିରାଚରିତ ଚିନ୍ତାଧାରା ରହିଥିଲା- ବୈବାହିକ ଜୀବନରେ ଏମିତି ହୁଏ। ସେଠି  ସ୍ୱପ୍ନ ସତ ହଉ ବା ନ ହଉ, ଏମିତି   ଚିନ୍ତାଧାରା ଏକ ପ୍ରକାର ଆଶ୍ୱସ୍ତି ଦେଇଥାଏ। ହେଲେ ଆଜିକାଲି ଯୁବକ-ଯୁବତୀମାନେ ବିବାହକୁ ନେଇ ବେଶ ସଚେତନ। ବିବାହ ପରେ ନିଜ ଇଚ୍ଛା ଏବଂ ଜୀବନଶୈଳୀ ସହ କୌଣସି ପ୍ରକାର ସାଲିସ କରିବାକୁ ଚାହାଁନ୍ତିନି   ଯୁବପିଢ଼ି। ତେଣୁ ଅନେକ କ୍ଷେତ୍ରରେ ବିବାହ ପୂର୍ବରୁ ଯୁବକ –ଯୁବତୀ ଚୁକ୍ତିନାମା ସ୍ୱାକ୍ଷର କରୁଥିବା ନଜିର ରହିଛି। ଏହି ଚୁକ୍ତିନାମାକୁ ନେଇ ଅନେକେ  ସିରିୟସ ହୋଇଥାନ୍ତି।  ଆଉ କିଛି ଏହାକୁ ଜୋକ୍‌ସ ଭାବେ ମଧ୍ୟ ନେଇଥାନ୍ତି। ଅନେକେ ରୋମାଣ୍ଟିକ ଅନ୍ଦାଜରେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥାନ୍ତି। ହେଲେ ଏଠି ଆମେ ଯେଉଁ ଦମ୍ପତିଙ୍କ ଚୁକ୍ତିନାମା କଥା କହିବାକୁ ଯାଉଛୁ ସେମାନେ ତ ଏସବୁର ସୀମା ପାର କରି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା। ଏହି ସମୟରେ ହରିପ୍ରସାଦଙ୍କ ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।

ଏମିତି କଥା ଶୁଣି ପୁଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ବେଦୀରେ ଏ କି ଚୁକ୍ତିନାମା ? ଆଗରୁ ତ ଏମିତି କିଛି କୁହାଯାଇ ନ ଥିଲା ?  ବିବାହ ମଣ୍ଡପରେ ଉପସ୍ଥିତ ଥିବା ବନ୍ଧୁବାନ୍ଧବ, ପରିବାର ଲୋକେ ବି ବର ସାଙ୍ଗମାନଙ୍କର ଏମିତି ହରକତ ଦେଖି କାବା। ଯାହା ବି ହେଉ, ପୂଜା ଷ୍ଟାମ୍ପ ପେପର ଆଣି ପଢିଲେ। ଆଉ ତା ପରେ ନିଜ ହସକୁ ରୋକି ପାରି ନଥିଲେ । କାହାକୁ କିଛି ନ ପଚାରି ସେଥିରେ ସ୍ୱାକ୍ଷର କରି ଦେଇଥିଲେ। ଷ୍ଟାମ୍ପ ପେପରରେ ଉଲ୍ଲେଖ ଥିଲା ‘ ମୁଁ ପୂଜା, ଏଠାରେ ହରିପ୍ରସାଦଙ୍କୁ ପ୍ରତି ଶନିବାର ଏବଂ ରବିବାର ସୁପରଷ୍ଟାର କ୍ରିକେଟ ଟିମ୍‌ ପାଇଁ ଖେଳିବାକୁ ଅନୁମତି ଦେବି ।‘ ପୂଜାଙ୍କ ସ୍ୱାକ୍ଷର ପରେ ହରିପ୍ରସାଦଙ୍କ ସାଙ୍ଗମାନେ ଆଶ୍ୱସ୍ତ ହୋଇଥିଲେ।

Advertisment

ପ୍ରକୃତ କଥା ହେଲା, ହରିପ୍ରସାଦ ପେଷାରେ ଜଣେ ପ୍ରଫେସର। ସେ ତାମିଲନାଡୁ ଥେନି ଅଞ୍ଚଳର ଏକ ଘରୋଇ କଲେଜରେ ଶିକ୍ଷାଦାନ କରନ୍ତି। ହେଲେ ନିଶାରେ ଜଣେ କ୍ରିକେଟର। ସେ ଭଲ କ୍ରିକେଟ ଖେଳନ୍ତି । ସେ ସୁପରଷ୍ଟାର କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ ଅଟନ୍ତି। ବିବାହ ପରେ ହରିପ୍ରସାଦ ଯେମିତି କ୍ରିକେଟ ଖେଳିବାକୁ ନେଇ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ତାଙ୍କ ସାଙ୍ଗମାନେ ଏପରି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

Bridegroom Newly-Married Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ