Four home remedies for menstrual cramps
ମହିଳାମାନଙ୍କର ପ୍ରତି ମାସରେ ଋତୁସ୍ରାବର ସମ୍ମୁଖିନ ହୁଅନ୍ତି। କେତେକ ମହିଳା ଏହି ସମୟରେ ସାଧାରଣ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ଆଉ କେତେକ ଆବଶ୍ୟକତାଠାରୁ ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି। ଏହି ଋତୁସ୍ରାବ ହେତୁ ବେଳେବେଳେ ବସିବା- ଉଠିବା ମଧ୍ୟ କଷ୍ଟକର ହୋଇଯାଏ। କିନ୍ତୁ ଏହି ସମୟରେ କାମଧନ୍ଦା ଛାଡି କେବଳ ଶୋଇବା ସମସ୍ତଙ୍କ ପାଇଁ ସହଜ ନୁହେଁ।
ସେଥିପାଇଁ ଯଦି ଆପଣ ଋତୁସ୍ରାବ କାରଣରୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଛନ୍ତି, ତେବେ କେତେକ ଘରୋଇ ଉପଚାରକୁ ଚେଷ୍ଟା କରିପାରିବେ। ଏହି ଉପଚାରଗୁଡ଼ିକ ପେଟର ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଋତୁସ୍ରାବଜନିତ କଷ୍ଟକୁ ପରିଚାଳନା କରିବାରେ ସହଜ ହୋଇଥାଏ।
ଋତୁସ୍ରାବଜନିତ କଷ୍ଟରୁ ରକ୍ଷା ପାଇଁ ଘରୋଇ ଉପଚାର –
ପାନମଧୁରୀ:
ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବା ପାଇଁ ପାନମଧୁରୀ ବ୍ୟବହାର କରାଯାଇପାରିବ। ପାନମଧୁରୀ ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବାରେ ଏବଂ ରକ୍ତ ପ୍ରବାହକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ। ଏହାକୁ ପାଣିରେ ଫୁଟାଇ ଛାଣି ପିଆଯାଇପାରେ। ପାନ ମଧୁରୀରେ ଚା’ ତିଆରି କରି ମଧ୍ୟ ପିଇ ପାରିବେ। ଏହା ଖାଇବା ଦ୍ୱାରା ଅନେକ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ଋତୁସ୍ରାବ ସମୟରେ ଏହାର ବ୍ୟବହାର ଅନେକ ପ୍ରଭାବଶାଳୀ ହୋଇଥାଏ।
ଅଦା:
ଅନେକ ପ୍ରକାର ପେଟ ସମସ୍ୟା ଦୂର କରିବାରେ ଅଦାର ଉପକାର ଦେଖିବାକୁ ମିଳେ। ଅଦା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ଭରପୂର ଏବଂ ଏହା ଯନ୍ତ୍ରଣାକୁ ହ୍ରାସ କରିବାରେ ପ୍ରଭାବଶାଳୀ। ଋତୁସ୍ରାବଜନିତ ଯନ୍ତ୍ରଣା ହ୍ରାସ କରିବା ପାଇଁ ଅଦା ମଧ୍ୟ ଖାଇପାରିବେ। ଅଦାକୁ ଗ୍ରାଇଣ୍ଡ୍ କରି କିମ୍ବା ଏହାକୁ ଛୋଟ ଛୋଟ ଖଣ୍ଡ କରି ପାଣିରେ ଫୁଟାନ୍ତୁ ଏବଂ ଏହା ଛାଣି ପିଅନ୍ତୁ। ଅଦା ରସକୁ ପାଣିରେ ମିଶେଇ ମଧ୍ୟ ପିଇପାରିବେ।
ଉଷୁମ ସେକ:
ଋତୁସ୍ରାବ ସମୟରେ ପେଟ ଚାରିପାଖରେ ଏବଂ ପେଟର ତଳ ଭାଗରେ ଯନ୍ତ୍ରଣା ଆରମ୍ଭ ହୁଏ। ଏହି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଗରମ ସେକ କରାଯାଇପାରେ। ଉଷୁମ କପଡା କିମ୍ବା କୌଣସି ଏକ ବୋତଲରେ ଗରମ ପାଣି ଭରନ୍ତୁ, ଏହି ବୋତଲ ଉପରେ ଏକ କପଡା ଗୁଡ଼ାଇ ଏହି ବୋତଲରେ ପେଟରେ ସେକ ଦିଅନ୍ତୁ। ଆପଣଙ୍କ ଯନ୍ତ୍ରଣା ହ୍ରାସ ହେବା ଆରମ୍ଭ ହେବ।
ଖାଦ୍ୟରେ ଯତ୍ନ:
ଯଦି ଖାଇବା ଅଭ୍ୟାସ ସଠିକ୍ ଥାଏ ତେବେ ଋତୁସ୍ରାବଜନିତ ଯନ୍ତ୍ରଣା ହ୍ରାସ ହୋଇପାରେ। ଆପଣଙ୍କ ଖାଦ୍ୟରେ ମ୍ୟାଗ୍ନେସିୟମ୍ ଭରପୂର ଜିନିଷ ରହିବା ଉଚିତ। ମ୍ୟାଗ୍ନେସିୟମ୍ ଋତୁସ୍ରାବଜନିତ ଯନ୍ତ୍ରଣାକୁ ହ୍ରାସ କରିପାରେ। ଏହା ବ୍ୟତୀତ ଡେକେଫ୍ କଫି ମଧ୍ୟ ପାନ କରାଯାଇପାରେ। ଏହା ମଧ୍ୟ ଋତୁସ୍ରାବଜନିତ ଯନ୍ତ୍ରଣାରେ ଆରାମ ପ୍ରଦାନ କରିପାରେ। କାମୋମାଇଲ ଏବଂ ପିପର୍ମେଣ୍ଟ୍ ଖାଇବା ମଧ୍ୟ ଯନ୍ତ୍ରଣା ହ୍ରାସ କରିବାରେ ପ୍ରଭାବଶାଳୀ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720447921.jpg)