Advertisment

Daily Horoscope,15 Dec 2021: ଏହି ରାଶିର ବ୍ୟକ୍ତି ଆଜି ସାବଧାନ ହୋଇ ରୁହନ୍ତୁ...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୫ ତାରିଖ, ବୁଧବାର, ବିଛା ୩୦ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Daily Horoscope

Daily Horoscope

Advertisment

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୫ ତାରିଖ, ବୁଧବାର, ବିଛା ୩୦ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Advertisment

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ବଢିପାରେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ପ୍ରତିକାର- ଲକ୍ଷ୍ମୀ ନୃସିଂହଙ୍କ ପାଖରେ ଦୀପ ଜଳାନ୍ତୁ

ବୃଷ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରେ। ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି।
ପ୍ରତିକାର- ମିଶ୍ରି ଖାଇ ଯାତ୍ରା ଆରମ୍ଭ କରନ୍ତୁ                                                                                                                              

Advertisment

ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରି ଦେବେ। କର୍ମକ୍ଷେତ୍ରକୁ ନେଇ ବାଦ ବିବାଦ ଓ ବଦନାମ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ।
ପ୍ରତିକାର- ଶ୍ରୀ ଗଣେଷଙ୍କୁ ଦୂବ ଅର୍ପଣ କରନ୍ତୁ  

କର୍କଟ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ଖୁସି ଅନୁଭବ କରିବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇପାରିବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଯିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି।
ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଦ୍ୱୀପ ଜାଳନ୍ତୁ

Advertisment

ସିଂହ: ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂର ବନ୍ଧୁଙ୍କ ସହିତ ମିଳନ ହେବାରୁ ବ୍ୟବସାୟ ପାଇଁ ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ପ୍ରତିକାର- ଜଳ ଏବଂ ମହୁ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ

କନ୍ୟା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହୋଇପାରେ। ପାରିବାରିକ ଅଶାନ୍ତି ଲାଗି ରହିବ। ବନ୍ଧୁଙ୍କ ସହିତ ମତଭେଦ ହେବ। କର୍ମକ୍ଷେତ୍ରକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ତୁଳା: ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବଢିବା ସହିତ ପାରିବାରିକ ବୁଝାମଣା ଠିକ ରହିବ। ଅସୁସ୍ଥ ଅନୁଭବ କରିପାରନ୍ତି। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ସରକାରୀ ଚାକିରି କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।
ପ୍ରତିକାର- ମା’ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ 

ବିଛା: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। କମ୍ପାନୀ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଭବିଷ୍ୟତ ଲାଗି ସୁସମ୍ବାଦ ପ୍ରାପ୍ତି ହେବ।
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ 

ଧନୁ: ଯାନବାହାନରେ ଯିବାବେଳେ ସାବଧାନ ସହିତ ଯାଆନ୍ତୁ। ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ଏବଂ ମନରେ ଅନେକ ଚିନ୍ତା ବୃଦ୍ଧି ଘଟିବ। ବନ୍ଧୁଙ୍କ ସହିତ ମିଳନ ହେବାରୁ ମନରେ ପରିବର୍ତ୍ତନ ଆସିବ ଏବଂ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଓସ୍ତ ଗଛ ମୂଳରେ ଘିଅ ଦୀପ ଜାଳନ୍ତୁ

ମକର: ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରକୁ ନେଇ ମନରେ ଅଶାନ୍ତି ଓ ଅପମାନ ଯୋଗ ରହିଛି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

କୁମ୍ଭ: ପିଲାମାନଙ୍କର ସଫଳତା ଦେଖି ବାପା,ମା’ ଖୁସି ହେବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଘରକୁ ନୂଆ ଅତିଥି ଆସିବାରୁ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ପ୍ରଶଂସିତ ହେବେ।
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ: କର୍ମକ୍ଷେତ୍ର ହେଉ କିମ୍ବା ଅଫିସରେ ହେଉ ଅଧିକ ଦାୟିତ୍ୱ ନିର୍ବାହ କଲେ ମଧ୍ୟ ଅପବାଦ ପାଇବାର ଯୋଗ ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ସମସ୍ୟା ସମାଧାନ ହେବ ଓ ବ୍ୟବସାୟରେ ଲାଭ ମିଳିପାରେ।
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ