Advertisment

ଓଡ଼ିଶାରେ ଖାଲି ପଡ଼ିଥିବା ୪୬୧୯ ଶିକ୍ଷକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
ଓଡ଼ିଶାରେ ଖାଲି ପଡ଼ିଥିବା ୪୬୧୯ ଶିକ୍ଷକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

Teachers Recruitment

Advertisment

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁସାରେ, ଖାଲି ପଡ଼ିଥିବା ୪୬୧୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ କମ୍ପ୍ୟୁଟରରେ ପରୀକ୍ଷା ଦେବେ। ଚୟନ କରାଯାଇଥିବା ରାଜ୍ୟର କିଛି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ। 

Advertisment

ହିନ୍ଦୀ ଶିକ୍ଷକ ପାଇଁ ୨୦୫୫ , ସଂସ୍କୃତ ପାଇଁ ୧୩୦୪ ଓ ୧୨୬୦ ପିଇଟି ଶିକ୍ଷକ ପଦବୀ  ପାଇଁ ବିଜ୍ଞପ୍ତି ବାହାରିଛି। ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ମାସିକ ଦରମା ୧୬,୮୦୦ ଟଙ୍କା ଓ ପିଇଟି ଶିକ୍ଷକଙ୍କୁ ମାସକୁ ୧୦ ହଜାର ଟଙ୍କା ପାଇବେ। ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୩ରୁ ୱେବ୍‌ସାଇଟ୍‌ https://dseodisha.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୪ । ଅକ୍ଟୋବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। 

Advertisment

ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ଅଧକ ହୋଇଥିବ, କିନ୍ତୁ ୨୦୨୧ ଜାନୁଆରୀ ୧ ସୁଦ୍ଧା ତାଙ୍କର ବୟସ ଯେଭଳି ୩୨ ବର୍ଷରୁ ଅଧିକ ହୋଇନଥିବ। ସୋସିଆଲ/ସ୍ପେଶାଲ କ୍ୟାଟେଗୋରୀ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି। 

ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ କ୍ୟାଟେଗୋରୀର ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ କ୍ୟାଟେଗୋରୀର ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଦେବାକୁ ପଡ଼ିବ। ଅନ୍‌ଲାଇନ୍‌ରେ ଏହି ପେମେଣ୍ଟ କରିବାକୁ ପଡ଼ିବ।

Advertisment
Odisha Teachers Recruitment The Directorate Of Secondary Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ