Advertisment

Union Bank Recruitment: ୟୁନିଅନ୍ ବ୍ୟାଙ୍କରେ ପୂରଣ ହେବେ ୬୦୬ ସ୍ପେଶାଲିଷ୍ଟ ଅଫିସର୍‌

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।

specialist office job apply at union bank of india

specialist office job apply at union bank of india

Advertisment

ସରକାରୀ ଚାକିରି, ତାହା ପୁଣି ବ୍ୟାଙ୍କରେ, କିଏ ବା ଏମିତି ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏହି ସୁଯୋଗର ଅପେକ୍ଷାରେ ଅଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ। ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(UBI) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଅନ୍‌ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBIର ଅଫିସିଆଲ୍ ୱେବସାଇଟ୍ unionbankofindia.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Union Bank Recruitment for specialist officer Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୩ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ଫେବୃଆରୀ ୨୦୨୪
  • ଅନଲାଇନ୍ ପରୀକ୍ଷା – ମାର୍ଚ୍ଚ/ଏପ୍ରିଲ୍ ୨୦୨୪ (ସମ୍ଭବତଃ)

ମୋଟ ପଦବୀ:

  • ଚିଫ୍ ମ୍ୟାନେଜର୍ – ୦୫ଟି ପଦବୀ
  • ସିନିୟର ମ୍ୟାନେଜର୍ – ୪୨ଟି ପଦବୀ
  • ମ୍ୟାନେଜର୍ – ୪୫୧ଟି ପଦବୀ
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍ – ୧୦୮ଟି ପଦବୀ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ଅନୁସାରେ ଯୋଗ୍ୟତା ମଧ୍ୟ ଭିନ୍ନ
  • ଅଧିକାଂଶ ପଦବୀ ପାଇଁ B.Sc./B.E./B.Tech. Degree in Computer Science/ Computer Science & Engineering/ Information Technology/ Software Engineering/ Electronics & Communications Engineering
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ପଦବୀ ଅନୁସାରେ ବୟସ ସୀମା ଭିନ୍ନ ଅଛି(ବିଜ୍ଞପ୍ତି ଦେଖନ୍ତୁ)

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ /EWS/OBC – ୮୫୦ ଟଙ୍କା
  • SC / ST / PWBD ପ୍ରାର୍ଥୀ – ୧୭୫ ଟଙ୍କା

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ପରୀକ୍ଷା
  • ଗ୍ରୁପ୍ ଡିସ୍‌କସନ
  • ବ୍ୟକ୍ତିଗତ ସାକ୍ଷାତକାର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ unionbankofindia.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା Recruitment ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • Union Bank Recruitment of Specialist Officers ( 2024-25) ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜୀକରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ପ୍ରମାଣ ପାଇଁ ପ୍ରିଣ୍ଟ କାଢନ୍ତୁ
Govt Jobs Union Bank Bank Jobs Union Bank Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ