Advertisment

ରେଳବାଇରେ ଚାକିରି କରିବା ଲାଗି ଇଚ୍ଛା ରହିଛି କି? ମାତ୍ର ଦ୍ୱାଦଶ ପାସ୍‌ କରିଥିଲେ ଆପଣ ବି ପାଇପାରିବେ ୯୨ ହଜାର ଦରମା

ତେବେ ମୋଟ୍‌ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୦୩ ସେପ୍ଟେମ୍ବର ମଧ୍ୟରେ rrc-wr.com ରେ ପଶ୍ଚିମ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍‌ କରି ଅନଲାଇନରେ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
ରେଳବାଇରେ ଚାକିରି କରିବା ଲାଗି ଇଚ୍ଛା ରହିଛି କି? ମାତ୍ର ଦ୍ୱାଦଶ ପାସ୍‌ କରିଥିଲେ ଆପଣ ବି ପାଇପାରିବେ ୯୨ ହଜାର ଦରମା

train

Advertisment

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ପକ୍ଷରୁ ଚାକିରି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଉ ବେତନ ରହିଛି ୯୩ ହଜାର ଟଙ୍କା। ତେବେ ମୋଟ୍‌ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୦୩ ସେପ୍ଟେମ୍ବର ମଧ୍ୟରେ rrc-wr.com ରେ ପଶ୍ଚିମ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍‌ କରି ଅନଲାଇନରେ ଆବେଦନ କରିପାରିବେ।

Advertisment

କେଉଁ ବିଭାଗ ପାଇଁ କେତେ ପୋଷ୍ଟ ରହିଛି

 RRC ୱେଷ୍ଟର୍ଣ୍ଣ ରେଳ ନିଯୁକ୍ତି ମାଧ୍ୟମରେ ସ୍ପୋର୍ଟସ କୋଟା ଅଧୀନରେ ମୋଟ ୨୧ ଟି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପୋଷ୍ଟ କାହାର ଲାଗି ସଂରକ୍ଷଣ ରଖାଯାଇନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ପଦବୀ ୪ ଏବଂ ୫ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାର ଆବଶ୍ୟକତା ରହିଛି। କେବଳ ଏତିକି ନୁହେଁ ବରଂ ଯେଉଁ ପ୍ରାର୍ଥୀମାନେ ପଦବୀ ୨ କିମ୍ବା ୩ ଲାଗି ଆବେଦନ କରୁଛନ୍ତି ସେହି ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବାର ଆବଶ୍ୟକତା ରହିଛି। ଏହା ସହିତ, ପ୍ରାର୍ଥୀମାନଙ୍କର କ୍ରୀଡ଼ାରେ ମଧ୍ୟ ଯୋଗ୍ୟତା ରହିବା ଉଚିତ୍ ବୋଲି କୁହାଯାଇଛି। ତେବେ ଏଠାରେ କହିରଖୁଛି କି କେବଳ ୧୮ ରୁ ୨୫ ବର୍ଷର ପ୍ରାର୍ଥୀ ଏହଇ ପଦବୀ ପାଇଁ ଆବେଦନ କରିପାରିବେ।

Advertisment

କେଉଁ ପଦବୀ ଲାଗି କେତେ ରହିଛି ଦରମା?

ତେବେ ଆବେଦନକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ଉଚ୍ଚ ବେତନ ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ୪ ଏବଂ ୫ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କଲେ ସେମାନେ ୨୫ ହଜାରରୁ ୯୨ ହଜାର ପର୍ଯ୍ୟନ୍ତ ଦରମା ପାଇବେ। ସେହିପରି ୨ କିମ୍ବା ୩ ପୋଷ୍ଟରେ ଆବେଦନ କରିଥିବା ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କଲେ ୧୯ ହଜାର ଟଙ୍କାରୁ ୬୯ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ ବୋଲି ସୂଚନା ମିଳିଛି। ତେବେ ଆପଣମାନେ ଏବେ ବି ପଦବୀ ଲାଗି ଆବେଦନ କରିପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

COVID-19 Vaccine Railway Recruitment 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ