Advertisment

ରମାଦେବୀରେ PhD କରିବେ ପୁରୁଷ ଫ୍ୟାକଲ୍‌ଟି

ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି?

Ramadevi University

Ramadevi University

Advertisment

ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ିବେ ପୁରୁଷ। ସିଣ୍ଡିକେଟ୍‌ର ଅନୁମୋଦନ ମିଳିସାରିଛି। ପ୍ରାର୍ଥୀ ବି ମନୋନୀତ ହୋଇସାରିଛନ୍ତି। କଥାଟା ଅଡ଼ୁଆ ଲାଗୁଥିଲେ ବି ସତ। ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଲା ରମାଦେବୀ ଓ୍ୱିମେନ୍ସ ୟୁନଭର୍ସିଟି କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଅନୁମୋଦନ ମିଳିଛି ଯେ, ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଭାବେ ନିଯୁକ୍ତ ପୁରୁଷ ଅଧ୍ୟାପକମାନେ ପିଏଚଡିରେ ଆଡମିଶନ କରିପାରିବେ।  ଯାହାକୁ ନେଇ ୟୁନିଭର୍ସିଟିର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଖାଲି ସେତିକି ନୁହେଁ ସିଣ୍ଡିକେଟ୍ ଅନୁମୋଦନ ପରେ ସଙ୍ଗେ ସଙ୍ଗେ ଜେଣ୍ଡର ଷ୍ଟଡି ବିଭାଗରେ ଅଧ୍ୟାପକ ସୁପ୍ରିତ ପାଣିଗ୍ରାହୀଙ୍କୁ ପିଏଚଡି ଲାଗି ମନୋନୀତ କରାଯାଇଛି।

ପରୀକ୍ଷା ନିୟନ୍ତ୍ରକଙ୍କ ଚିଠିରୁ ଏହା ସ୍ପଷ୍ଟ ଏବେ ପ୍ରଶ୍ନ ଉଠୁଛି, ଯଦି ପୁରୁଷ ଅଧ୍ୟାପକ ଏଠାରେ ପିଏଚଡି କରିପାରିବେ ତାହାଲେ ଅନ୍ୟମାନେ କାହିଁକି କରିପାରିବେ ନାହିଁ? ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି? ନିଜ ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକ ରମାଦେବୀରେ ପିଏଚଡି କଲେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟାରେ କେତେ ସ୍ବଚ୍ଛତା ରହିବ?  

Advertisment

ରିପୋର୍ଟ: ଜଗଦୀଶ ଦାସ 

Ramadevi University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ