Advertisment

UGC NET December 2024 Registration: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି… ଦେଖନ୍ତୁ ଏହି ଖବର

UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।

ଅଦ୍ୟତନ ହୋଇଛି
UGC NET December 2024 Registration Begins

UGC NET December 2024 Registration

Advertisment

ଭାରତରେ UGC NET ପରୀକ୍ଷା ପାଇଁ ଅନେକ ଆଶାୟୀ ଥାଆନ୍ତି। ଏମାନେ ବର୍ଷସାରା ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।

Advertisment

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://ugcnet.nta.ac.in କୁ ଯାଇ ପରୀକ୍ଷା ପାଇଁ ଆବେଦନ କରିପାରିବେ। ସିଧା ଆବେଦନ କରିବାକୁ ହେଲେ ଏହି ଲିଙ୍କ UGC NET December Exam 2024 ରେ କ୍ଲିକ୍ କରନ୍ତୁ।

UGC NET ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, UGC NET ପରୀକ୍ଷା ଡିସେମ୍ବର ୨୦୨୪ ଜାନୁଆରୀ ୦୧ରୁ ୧୯, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ସଫଳ ସମାପନ ପରେ ଅସ୍ଥାୟୀ ଆନ୍ସନ୍-କୀ ପ୍ରକାଶ ପାଇବ।

Advertisment

ଅଧିକ ପଢ଼ନ୍ତୁ: ପୂରଣ ହେବ ଗ୍ରୁପ୍ C ଗ୍ରୁପ୍ D ପଦବୀ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

ପରୀକ୍ଷାରେ ସାମିଲ୍ ହେବା ପରେ ପ୍ରାର୍ଥୀମାନେ ପୋର୍ଟାଲରେ ଆନ୍ସନ୍-କୀ ଡାଉନଲୋଡ୍ କରିପାରିବେ। ଏହା ବ୍ୟତୀତ ସେମାନଙ୍କୁ ଆନ୍ସନ୍-କୀକୁ ଚ୍ୟାଲେଞ୍ଜ୍‌ କରିବାର ସୁଯୋଗ ମଧ୍ୟ ଦିଆଯିବ। ଏହି ଆପତ୍ତିଗୁଡିକ ସମୀକ୍ଷା କରିବା ପରେ, ଅନ୍ତିମ ଆନ୍ସନ୍-କୀ ଏବଂ ଫଳାଫଳ ଘୋଷଣା କରାଯିବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • UGC NET ଡିସେମ୍ବର ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ – ୧୯ ନଭେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଶେଷ – ୧୦ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ପାଇଁ ଫି’ ଦାଖଲ ଶେଷ ତାରିଖ – ୧୧ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ଫର୍ମ ସଂଶୋଧନ ତାରିଖ ଆରମ୍ଭ – ୧୨ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ଫର୍ମରେ ସଂଶୋଧନ ପାଇଁ ଶେଷ ତାରିଖ – ୧୩ ଡିସେମ୍ବର ୨୦୨୪
  • ପରୀକ୍ଷା ତାରିଖ – ୦୧ ଜାନୁଆରୀ ୨୦୨୫ ରୁ ୧୯ ଜାନୁଆରୀ ୨୦୨୫

ସଂଶୋଧନ ସମୟ:

ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରାର୍ଥୀଙ୍କୁ UGC NET ଡିସେମ୍ବର ଫର୍ମରେ ସଂଶୋଧନ କରିବାର ସୁଯୋଗ ଦିଆଯିବ। ପ୍ରାର୍ଥୀମାନେ ଡିସେମ୍ବର ୧୨ ରୁ ୧୩ ମଧ୍ୟରେ ସେମାନଙ୍କ ଆବେଦନ ଫର୍ମରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିପାରିବେ।

ପରୀକ୍ଷା ଫିସ୍:

  • UGC NET ଡିସେମ୍ବର ପରୀକ୍ଷା ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ଭାବରେ ୧୧୫୦ ଟଙ୍କା ଦେବାକୁ ପଡିବ
  • ସେହିପରି EWS ଏବଂ OBC ବର୍ଗ ପାଇଁ ୬୦୦ ଟଙ୍କା ଦେବାକୁ ହେବ
  • ଅନ୍ୟ ବର୍ଗ ପ୍ରାର୍ଥୀଙ୍କ ପାଇଁ ୩୨୫ ଟଙ୍କା ଦେବାକୁ ପଡିବ

ତେବେ NTA କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ UGC NET ପରୀକ୍ଷା କରିବ। ଏହି ପରୀକ୍ଷା ୮୫ଟି ବିଷୟ ପାଇଁ କରାଯିବ।

UGC NET ର ମହତ୍ତ୍ୱ:

ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF) ପାଇଁ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ UGC NET ପରୀକ୍ଷା କରାଯାଏ ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ କରାଯାଏ।

କିପରି କରିବେ ଆବେଦନ:

  • UGC NET ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା ପଞ୍ଜୀକରଣ ଲିଙ୍କ୍‌ ଉପରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ବ୍ୟକ୍ତିଗତ ଏବଂ ଶିକ୍ଷାଗତ ସୂଚନା ଆବେଦନ ଫର୍ମରେ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ନିର୍ଦ୍ଦିଷ୍ଟ ଆବେଦନ ଫି ପ୍ରଦାନ କରନ୍ତୁ
  • Subnbmit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ଫର୍ମ ଏକ କପି ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ରଖନ୍ତୁ।

ଅଧିକ ପଢ଼ନ୍ତୁ: RITES ରେ ନିଯୁକ୍ତି ସୁଯୋଗ; ଦରମା ୫ଲକ୍ଷ ୫୦ହଜାରରୁ ଅଧିକ

UGC UGC NET Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ