Advertisment

Nabard Recruitment 2023: ଗ୍ରାଜୁଏସନ୍‌ କରିଥିଲେ NABARD ରେ ଚାକିରି; ଦରମା ୮୯,୦୦୦ରୁ ଅଧିକ

NABARD ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

nabard recruitment 2023 graduate job with salary more than rs 89000

nabard recruitment 2023 graduate job with salary more than rs 89000

Advertisment

ନାବାର୍ଡ ବ୍ୟାଙ୍କ ଅଫ୍ ଏଗ୍ରିକଲ୍‌ଚର୍ ଆଣ୍ଡ୍ ରୁରାଲ୍ ଡେଭଲପ୍‌ମେଣ୍ଟ୍(NABARD) ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ NABARD ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୫୦ଟି ପଦ ପୂରଣ କରିବ।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯିଏ ଏହି ପଦବୀ ପାଇଁ ଆବେଦନ କରିବାକୁ ଇଛା କରୁଛନ୍ତି ସେମାନେ NABARDର ଅଫିସିଆଲ୍ ୱେବସାଇଟ୍ www.nabard.org. କୁ ଯାଇ ଆବେଦନ କରିପାରିବେ। ଏହାବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Nabard Recruitment 2023 Notification କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨ ସେପ୍ଟେମ୍ବର
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ସେପ୍ଟେମ୍ବର
  • ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ପରୀକ୍ଷା – ୧୬ ଅକ୍ଟୋବର ୨୦୨୩(ସମ୍ଭବତଃ)
Advertisment

ଯୋଗ୍ୟତା:

  • ଯେକ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମୋଟ୍ ପଦବୀ:

  • UR ପ୍ରାର୍ଥୀ: ୬୧ଟି ପୋଷ୍ଟ୍‌
  • SC ପ୍ରାର୍ଥୀ: ୨୨ଟି ପୋଷ୍ଟ୍‌
  • ST ପ୍ରାର୍ଥୀ: ୧୨ଟି ପୋଷ୍ଟ୍‌
  • OBC ପ୍ରାର୍ଥୀ: ୪୧ ଟି ପୋଷ୍ଟ୍‌
  • EWS ପ୍ରାର୍ଥୀ: ୧୪ଟି ପୋଷ୍ଟ୍‌
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧।୦୯।୨୦୨୩ ଅନୁସାରେ ହେବ

ଦରମା:

  • ଚୟନ ପରେ ପ୍ରାର୍ଥୀଙ୍କୁ ମାସିକ ୮୯,୦୦୦ରୁ ଅଧିକ ଦରମା ମିଳିବ

ଚୟନ ପ୍ରକ୍ରିୟା:

  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର
  • ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରେ ପ୍ରାର୍ଥୀଙ୍କୁ ସର୍ବାଧିକ ୧:୫ ଏବଂ ୧: ୩ ଅନୁପାତରେ ଯୋଗ୍ୟତା ଅର୍ଜନ କରିବାକୁ ପଡିବ
  • ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟର ଏହି ପରୀକ୍ଷାରେ ୧ଟି ଭୁଲ ଉତ୍ତର ପାଇଁ ୧/୪ ମାର୍କ କଟାଯିବ

ଆବେଦନ ଶୁଳ୍କ:

  • SC / ST / PWD ବର୍ଗ ପ୍ରାର୍ଥୀ – ୧୫୦ ଟଙ୍କା
  • ଅନ୍ୟ ସମସ୍ତ ପ୍ରାର୍ଥୀ – ୮୦୦ ଟଙ୍କା
Govt Jobs NABARD NABARD Jobs NABARD Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ