Job patanjali jobs 2022 application invited for thousands of vacancies across country for graduates
ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କର ପାଇଁ ଖୁସିଖବର । ଏଣିକି ପତଞ୍ଜଳିରେ ମିଳିବ ଚାକିରି ସୁଯୋଗ। ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପତଞ୍ଜଳି ଆୟୁର୍ବେଦ ମାଧ୍ୟମରେ ଖାଦ୍ୟ, ହର୍ବାଲ୍ କସ୍ମେଟିକ୍ ସାମଗ୍ରୀ ବିଭାଗରେ ହଜାରେରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଜାରି କରାଯାଇଛି।
ଗତକାଲି କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତା ଅନୁଯାୟୀ, ଦେଶର ଜିଲ୍ଲା ତଥା ତହସିଲ ସ୍ତରରେ ସେଲ୍ସ ଟିମ୍ ଏବଂ ମେଡିକାଲ୍ ଟିମ୍ (ଏମଆର) ଗଠନ କରାଯିବ । ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ବିଭାଗର ଅଫିସିଆଲ୍ ୱେବସାଇଟ୍ patanjaliayurved.org ଭିଜିଟ୍ କରିବାକୁ ପଡ଼ିବ ।
ବିଜ୍ଞପ୍ତି ଅନୁଯାୟୀ କମ୍ପାନୀ ସେଲ୍ସ ଅଫିସର, ଏରିଆ ସେଲ୍ସ ମ୍ୟାନେଜର, ଡିଏସ୍ଏମ୍ (ସେଲ୍ସ ମ୍ୟାନ୍) ଏବଂ ଟେରିଟୋରୀ ସେଲ୍ସ ପରି ହଜାର ହଜାର ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ ।
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ ।
- ସେଲ୍ସରେ ୪ରୁ ୫ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ(ସର୍ବନିମ୍ନ ୩ ବର୍ଷ କୌଣସି ଅଗ୍ରଣୀ ତଥା ପ୍ରତିଷ୍ଠିତ ସଂସ୍ଥାରେ ଅଭିଜ୍ଞତା ଥିବା ଆବଶ୍ୟକ)
- ଏରିଆ ସେଲ୍ସ ମ୍ୟାନେଜର୍ ପାଇଁ ୮ ବର୍ଷର ଅଭିଜ୍ଞତା ସହିତ ସ୍ନାତକ ରହିବା ଆବଶ୍ୟକ । ସର୍ବନିମ୍ନ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।
- ହର୍ବଲ କସ୍ମେଟିକ୍ ଡିଭିଜନ୍ର ସେଲ୍ସ ଅଫିସର ପାଇଁ ୫ ବର୍ଷର ଅଭିଜ୍ଞତା ଥିବା ସହ ଯୋଗ୍ୟା ପ୍ରାର୍ଥୀଙ୍କୁ ୨୫ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ ।
- ଡିଏସ୍ଏମ୍ ପଦବୀ ପାଇଁ ସ୍ନାତକ ରହିବା ସହ ଅଗ୍ରଣୀ କମ୍ପାନୀରେ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ । ଏହା ସହ ତାଙ୍କୁ ୨୫ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ ।
- ପତଞ୍ଜଳି ଆୟୁର୍ବେଦରେ ଟେରିଟୋରୀ ସେଲ୍ସ ମ୍ୟାନେଜର ପଦବୀ ପାଇଁ ଗ୍ରାମୀଣ ମାର୍କେଟରେ ୩ରୁ ୪ ବର୍ଷର ବିକ୍ରୟ ଅଭିଜ୍ଞତା ସହିତ ସ୍ନାତକ ଥିବା ଆବଶ୍ୟକ । ଏହାସହ ଯୋଗ୍ୟ ପ୍ରାର୍ଥୀମାନଙ୍କ ଅଗ୍ରଣୀ କମ୍ପାନୀରେ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ । କେବଳ ଏତିକି ନୁହେଁ ଏହାସହ ପ୍ରାର୍ଥୀମାନଙ୍କର ନିଜସ୍ୱ ସ୍ମାର୍ଟଫୋନ୍ ଏବଂ ଦୁଇ ଚକିଆ ଯାନ ରହିବା ନିହାତି ଜରୁରୀ ।
କିପରି ଆବେଦନ କରିବେ
- ପତଞ୍ଜଳିରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ବାୟୋଡ଼ାଟାକୁ foodsales@patanjaliayurved.org ଇମେଲ୍ରେ ପଠାଇବେ ।
- ହର୍ବାଲ୍ କସମେଟିକ୍ସ ଡିଭିଜନ୍ ପଦବୀ ପାଇଁ Patanjaliherbalcosmetics@patanjaliayurved.org ରେ ନିଜ ବାୟୋଡ଼ାଟା ପଠାଇବେ ।
- ଅଧିକ ବିବରଣୀ ପାଇଁ ପତଞ୍ଜଳିର ଅଫିସିଆଲ୍ ୱେବସାଇଟ୍, patanjaliayurved.org ଭିଜିଟ୍ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645428395.jpg)