Advertisment

Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା

ନୌସେନାରେ ଚାକିରି ପାଇବାକୁ ପ୍ରାୟ ଯୁବକ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଏମିତି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ପ୍ରକାଶ କରିଛି। ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ।

Indian Navy Recruitment 2024 Apply for MR Musician posts

Indian Navy Recruitment 2024 Apply for MR Musician posts

Advertisment

ଭାରତୀୟ ନୌସେନାରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ। ନୌସେନାରେ ଚାକିରି ପାଇବାକୁ ପ୍ରାୟ ଯୁବକ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଏମିତି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ପ୍ରକାଶ କରିଛି। ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଏମ୍‌ଆର୍‌ ମ୍ୟୁଜିସିଆନ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଭାରତୀୟ ନୌସେନା ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନା ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ Indiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy Recruitment 2024 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍
  • ଏହା ସହିତ ସଂଗୀତରେ ଯୋଗ୍ୟତା, ନିର୍ଦ୍ଦିଷ୍ଟ ବାଦ୍ୟଯନ୍ତ୍ରରେ ପାରଦର୍ଶିତା, ବାଦ୍ୟଯନ୍ତ୍ର ଅଭିଜ୍ଞତା ପ୍ରମାଣପତ୍ର ରହିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ପ୍ରାର୍ଥୀ ନିଶ୍ଚିତ ଭାବରେ ୦୧ ନଭେମ୍ବର ୨୦୦୩ ରୁ ୩୦ ଏପ୍ରିଲ ୨୦୦୭ ମଧ୍ୟରେ ଜନ୍ମ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଏହି ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ପ୍ରଥମ ପର୍ଯ୍ୟାୟ ଚୟନ କରାଯିବ। ଏହା ପରେ ପ୍ରାର୍ଥୀମାନଙ୍କ ଶାରୀରିକ ମାନକ ଯାଞ୍ଚ ହେବ। ଏହା ପରେ ପ୍ରାର୍ଥୀମାନଙ୍କୁ ମେଡିକାଲ ପରୀକ୍ଷା ଏବଂ ଶେଷରେ ଦ୍ୱିତୀୟ ପର୍ଯ୍ୟାୟ ଫାଇନାଲ ସ୍କ୍ରିନିଂ ପାଇଁ ହାଜର ହେବାକୁ ପଡ଼ିବ।

ପରୀକ୍ଷା ନମୁନା:

  • ଏକ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା ହେବ। ଏଥିରେ, ମୋଟ ୫୦ ମାର୍କର ୫୦ ଅବ୍‌ଜେକ୍ଟିଭ୍ ପ୍ରଶ୍ନ ରହିବ। ପ୍ରଶ୍ନ ପତ୍ରର ମାଧ୍ୟମ ଇଂରାଜୀ ଏବଂ ହିନ୍ଦୀ ହେବ। ଏହି ପରୀକ୍ଷା ପାଇଁ ମୋଟ ସମୟ ୩୦ ମିନିଟ୍ ରହିବ।

ଶାରୀରିକ ମାନକ:

  • ପୁରୁଷ ପ୍ରାର୍ଥୀଙ୍କ ପାଇଁ ୬ ମିନିଟ୍ ୩୦ ସେକେଣ୍ଡ ମଧ୍ୟରେ ୧.୫ କିଲୋମିଟର ଦୌଡ଼, ୨୦ଟି ସିଟ୍ ଅପ୍, ୧୫ଟି ପୁସ୍ ଅପ୍ ଏବଂ ୧୫ଟି ସିଟ୍ ଅପ୍ (ଆଣ୍ଠୁ ମାଡି)।
  • ମହିଳା ପ୍ରାର୍ଥୀଙ୍କ ପାଇଁ ୧୫ଟି ସିଟ୍ ଅପ୍, ୧୦ଟି ପୁସ୍ ଅପ୍ ଏବଂ ୧୦ଟି ସିଟ୍ ଅପ୍ (ଆଣ୍ଠୁମାଡି) କରିବା ବ୍ୟତୀତ ୮ ମିନିଟ୍‌ରେ ୧.୫ କିଲୋମିଟର ଦୌଡ।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ joinIndiannavy.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ରେଜିଷ୍ଟର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ପରିଚୟ ଏଣ୍ଟ୍ରୀ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଏବଂ ଫର୍ମ ପ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Govt Jobs Indian Navy Indian Navy Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ