Advertisment

ରେଳ ସୂଚନା କେନ୍ଦ୍ରରେ ଚାକିରି; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।

ଅଦ୍ୟତନ ହୋଇଛି
government job in cris

government job in cris

Advertisment

ରେଳ ସୂଚନା କେନ୍ଦ୍ର (CRIS) ରେ ଚାକିରି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି CRISର ଅଫିସିଆଲ୍ ୱେବ୍‌ସାଇଟ୍ cris.org.in ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୫ ରହିଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://cris.org.in/crisweb/design1/index.jsp ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ସେହିପରି ଏହି ଲିଙ୍କ୍ https://cdn.digialm.com//per/g01/pub/726/EForms/image/Image ଉପରେ ମଧ୍ୟ କ୍ଲିକ୍ କରି ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ଏପ୍ରିଲ୍ ୨୫
  • ଆବେଦନ କରିବାର ଶେଷ ତାରିଖ – ମେ ୨୫

ଖାଲି ପଦବୀ:

  • ଆସିଷ୍ଟାଣ୍ଟ୍ ସଫ୍ଟୱେୟାର ଇଞ୍ଜିନିୟର (ASE): ୧୪୪ ଟି ପୋଷ୍ଟ୍‌
  • ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ (ADA): ୬ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନଙ୍କ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ
government job in cris ରେଳ ସୂଚନା କେନ୍ଦ୍ରରେ ଚାକିରି ପାଇଁ ଯୋଗ୍ୟତା

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୨୨ ବର୍ଷରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍

ଚୟନ ପ୍ରକ୍ରିୟା:

  • ଆଇଆଇଟି ଖଡଗପୁର ଦ୍ୱାରା ପରିଚାଳିତ GATE ୨୦୨୨ ସ୍କୋର୍‌ ଆଧାରରେ ପ୍ରାର୍ଥୀ ଚୟନ କରାଯିବ
Advertisment
Govt Jobs Job In CRIS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ