Advertisment

GSO ନିଯୁକ୍ତି 2022 : ଖାଲି ପଡିଛି ଏମ୍‌ଓ, ବୈଜ୍ଞାନିକ ସମେତ ଅନେକ ପଦବୀ

ଜେନେରାଲ୍ ସର୍ଭିସ୍‌ ଅର୍ଗାନାଇଜେସନ୍ (GSO), କଲ୍‌ପକ୍କମ୍ ମେଡିକାଲ୍ ଅଫିସର୍‌, ବୈଷୟିକ ଅଧିକାରୀ ଏବଂ ଅନ୍ୟାନ୍ୟ ପଦ ପାଇଁ ଆବେଦନକୁ ନିମନ୍ତ୍ରଣ କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଜୁନ୍ ୬ ରହିଛି।

GSO  recruitment 2022, apply for the MO, scientists and other posts

GSO recruitment 2022, apply for the MO, scientists and other posts

Advertisment

ଜେନେରାଲ୍ ସର୍ଭିସ୍‌ ଅର୍ଗାନାଇଜେସନ୍ (GSO), କଲ୍‌ପକ୍କମ୍ ମେଡିକାଲ୍ ଅଫିସର୍‌, ବୈଷୟିକ ଅଧିକାରୀ ଏବଂ ଅନ୍ୟାନ୍ୟ ପଦ ପାଇଁ ଆବେଦନକୁ ନିମନ୍ତ୍ରଣ କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଜୁନ୍ ୬ ରହିଛି। ପ୍ରାର୍ଥୀମାନେ www.igcar.gov.in ର ଅଫିସିଆଲ୍ ୱେବସାଇଟ୍‌ରୁ ସଫ୍ଟ କପି ଆବେଦନ ଫର୍ମ ଡାଉନ୍‌ଲୋଡ୍ କରିପାରିବେ।

Advertisment

ପଦବୀ ବିବରଣୀ:

୨୫ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଅଭିଯାନ ଚାଲିଛି। ଏଥିରେ ୬ଟି ପଦବୀ ମେଡିକାଲ୍ ଅଫିସର(MO) ପାଇଁ ଥିବା ବେଳେ ୧ଟି ପଦବୀ ବୈଷୟିକ ଅଧିକାରୀ, ୫ ଟି ପଦବୀ ନର୍ସ ପାଇଁ ରହିଛି। ସେହିପରି ବୈଜ୍ଞାନିକ ସହାୟକ ପଦ ପାଇଁ ୭ଟି ପଦବୀ, ଫାର୍ମାସିଷ୍ଟ ପାଇଁ ୧ଟି, ଟେକ୍ନିସିଆନ ପଦ ପାଇଁ ୫ ଟି ପଦବୀ ପୂରଣ ହେବ।

ବୟସ ସୀମା:

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଉଚିତ।

ଆବେଦନ ଶୁଳ୍କ:

ମେଡିକାଲ୍ ଅଫିସର / ବୈଷୟିକ ଅଧିକାରୀଙ୍କ ପାଇଁ ଆବେଦନ ଶୁଳ୍କ ୩୦୦ଟଙ୍କା ରହିଥିବା ଏଳେ ନର୍ସ / ବୈଜ୍ଞାନିକ ସହାୟକ ପଦ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ରହିଛି। ଫାର୍ମାସିଷ୍ଟ୍‌ ଏବଂ ଟେକ୍ନିସିଆନ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି।

Advertisment

କିପରି କରିବେ ଆବେଦନ:

ଆଗ୍ରହୀ ପ୍ରାର୍ଥୀମାନେ ଏହାର ଫର୍ମାଟ୍ ପରିବର୍ତ୍ତନ ନକରି ଏକ୍ସେଲ୍ ଫର୍ମରେ ଆବେଦନ ପ୍ରୋ-ଫର୍ମର ସଫ୍ଟ କପି ପୂରଣ କରିପାରିବେ। ସଫ୍ଟ କପି igcar.gov.in ର ଅଫିସିଆଲ୍ ୱେବସାଇଟ୍‌ରେ ଉପଲବ୍ଧ। ଆବେଦନ ଫର୍ମ ପୂରଣ କରିବା ପରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମକୁ careergso@igcar.gov.in କୁ ମେଲ୍‌ କରିପାରିବେ।

GSO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ