ପୂରଣ ହେବ ୨,୦୦୦ ପଦବୀ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି।
ଏସବୁ ମଧ୍ୟରେ ୩୦ଟି ଜିଲ୍ଲା ହେଡ୍କ୍ୱାର୍ଟର୍ସ ହସ୍ପିଟାଲରେ ୧୫ ଶହ ପଦବୀ ରହିଛି। ରାଉରକେଲା ସରକାରୀ ହସ୍ପିଟାଲ-RGHରେ ୨୦ଟି ଏବଂ ୩୨ଟି ସବ୍ଡିଭିଜ୍ନାଲ୍ ହସ୍ପିଟାଲରେ ଆଉ ୪୮୦ଟି ପଦବୀ ସରକାର ସୃୃଷ୍ଟି କରିଛନ୍ତି।