ସଂଘ ଲୋକସେବା ଆୟୋଗ(UPSC) ପ୍ରତିବର୍ଷ ଅନେକ ପରୀକ୍ଷା କରାଏ। UPSC ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ପାଆନ୍ତି। UPSC ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରାର୍ଥୀ ଏଥିପାଇଁ ଉପସ୍ଥିତ ହୁଅନ୍ତି, ଯେଉଁମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣ ସଫଳତା ପାଆନ୍ତି। ନିକଟରେ UPSC ପ୍ରାର୍ଥୀ ପୂଜା ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରିଛି।
ପୂଜା ମହାରାଷ୍ଟ୍ର କ୍ୟାଡରର ଜଣେ ବିବାଦୀୟ ଟ୍ରେନି ଆଇଏଏସ୍ ଅଧିକାରୀ ଥିଲେ। ସେ ଅନେକ କୌଶଳ କରି UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଯେତେବେଳେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଅନୁସନ୍ଧାନ କରାଯାଇଥିଲା, ଗୋଟିଏ ପରେ ଗୋଟିଏ ଅନେକ କିଛି ସାମ୍ନାକୁ ଆସିଥିଲା। ସେଥିପାଇଁ UPSC କେବଳ ପୂଜା ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିନାହିଁ, ଭବିଷ୍ୟତରେ ତାଙ୍କୁ ସରକାରୀ ଚାକିରି ଏବଂ ଏଭଳି ପରୀକ୍ଷା ଦେବାକୁ ମଧ୍ୟ ବାରଣ କରିଛି।
Also Read
ତେବେ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ UPSC ଚାହିଁଲେ କାହାର ବି ପ୍ରାର୍ଥୀତ୍ୱକୁ ବାତିଲ କରିପାରେ। କିନ୍ତୁ କେଉଁ ପରିସ୍ଥିତିରେ UPSC ଜଣେ ପ୍ରାର୍ଥୀଙ୍କୁ ବାତିଲ କରେ ଆସନ୍ତୁ ସେ ବିଷୟରେ ଜାଣିବା।
ଗୋଟିଏ ବି ଭୁଲ୍ କ୍ୟାରିୟରକୁ ନଷ୍ଟ କରିପାରେ:
- UPSC ଏହାର ନିୟମକୁ ନେଇ କଠୋର ଅଟେ। UPSC ପରୀକ୍ଷା ଫର୍ମରେ କୌଣସି ଗଡବଡ, ଟ୍ରେନିଂ ସମୟରେ କୌଣସି ବି ଭୁଲ କିମ୍ବା ସରକାରୀ ସେବା ସମୟରେ କୌଣସି ବଡ଼ ବିବାଦ, UPSC ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବାତିଲ କରି ସେମାନଙ୍କୁ ବ୍ୟାନ୍ କରିପାରେ। ତେବେ କେତେବେଳେ ଏହା ହୁଏ ଜାଣନ୍ତୁ।
- UPSC ପରୀକ୍ଷା ସମୟରେ ଯଦି କୌଣସି ପ୍ରାର୍ଥୀ ପ୍ରତାରଣା କରିବା ଧରାପଡେ, ତେବେ ତାଙ୍କୁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ହାଜର ହେବାକୁ ବାରଣ କରାଯାଇପାରିବ।
- ଯଦି କୌଣସି ପ୍ରାର୍ଥୀ ଡକ୍ୟୁମେଣ୍ଟ୍ ବ୍ୟବହାର କରି UPSC ପରୀକ୍ଷାରେ ଉପସ୍ଥିତ ହୁଅନ୍ତି ଏବଂ ଧରାପଡନ୍ତି, ତେବେ ତାଙ୍କୁ ବ୍ୟାନ କରାଯିବ।
- UPSC ପରୀକ୍ଷା କେନ୍ଦ୍ରରେ ହଙ୍ଗାମା ସୃଷ୍ଟି କିମ୍ବା ଅନ୍ୟ ପ୍ରାର୍ଥୀଙ୍କୁ ହଇରାଣ କରିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ।
- ମୋବାଇଲ୍ ଫୋନ୍, ଯେକୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, କ୍ୟାମେରା କିମ୍ବା ବ୍ଲୁଟୁଥ୍ ଡିଭାଇସ୍ ଇତ୍ୟାଦି UPSC ପରୀକ୍ଷା କେନ୍ଦ୍ରକୁ ନେଲେ ପ୍ରାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
- ଯଦି କୌଣସି ପ୍ରାର୍ଥୀ ଭୁଲ୍ ଡକ୍ୟୁମେଣ୍ଟ୍ ବ୍ୟବହାର କରି ସରକାରୀ ଚାକିରି ପାଆନ୍ତି ଏବଂ ପରେ ଧରାପଡନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁଲ ଧରାପଡିଲେ କିପରି ହୁଏ କାର୍ଯ୍ୟାନୁଷ୍ଠାନ:
ଯଦି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅଭିଯୋଗ ଆସେ ତେବେ UPSC ତଦନ୍ତ ଆରମ୍ଭ କରେ। ଏହା ଅଧୀନରେ ସର୍ବପ୍ରଥମେ ପ୍ରାର୍ଥୀଙ୍କୁ ଏକ ନୋଟିସ୍ ଜାରି କରାଯାଏ। ଏଥିରେ ସମସ୍ତ ଅଭିଯୋଗ ଉଲ୍ଲେଖ କରାଯାଇଥାଏ। ତା’ପରେ ତାଙ୍କୁ ଉତ୍ତର ଦେବାର ସୁଯୋଗ ଦିଆଯାଏ। ଅନୁସନ୍ଧାନ ଆଧାରରେ, UPSC ପରବର୍ତ୍ତୀ ସମୟରେ କ’ଣ କରିବ ତାହା ସ୍ଥିର କରେ। ଏହି ସମୟ ମଧ୍ୟରେ ପ୍ରାର୍ଥୀଙ୍କୁ ବ୍ୟାନ୍ କରାଯାଇପାରେ କିମ୍ବା ପରୀକ୍ଷା ପାଇଁ ତାଙ୍କ ନାମାଙ୍କନ ବାତିଲ ହୋଇପାରେ। ଏହା ବ୍ୟତୀତ, ଭବିଷ୍ୟତରେ ଜଣେ ସମସ୍ତ ପରୀକ୍ଷା / ଚୟନ ପ୍ରକ୍ରିୟାରୁ ମଧ୍ୟ ବଞ୍ଚିତ ହୋଇପାରେ।