AIIMS Bhubaneswar Invites Applications For SRF, Project Technician Posts
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ପକ୍ଷରୁ ଭୁବନେଶ୍ୱର ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ପ୍ରୋଜେକ୍ଟ ଟେକ୍ନିସିଆନ ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ “ଆଇସିଏମ୍ଆର ନେଟୱାର୍କ ଅଫ୍ ପଲ୍ମୋନାରି ଫାଇବ୍ରୋସିସ୍” ଶୀର୍ଷକ ପ୍ରକଳ୍ପ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ଦିଆଯିବ।
ଜାଣନ୍ତୁ କେଉଁ କେଉଁ ପଦବୀ ରହିଛି:
ସିନିୟର ରିସର୍ଚ୍ଚ ଫେଲୋ (SRF): ୧ ଟି ପୋଷ୍ଟ
ପ୍ରୋଜେକ୍ଟ ଟେକ୍ନିସିଆନ୍ III- ୧ ଟି ପୋଷ୍ଟ
ଯୋଗ୍ୟତା ଏବଂ ଅଭିଜ୍ଞତା:
ସିନିୟର ରିସର୍ଚ୍ଚ ଫେଲୋ SRF- ଦୁଇ ବର୍ଷର ଗବେଷଣା ଅଭିଜ୍ଞତା ସହିତ ମୌଳିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ପ୍ରୋଜେକ୍ଟ ଟେକ୍ନିସିଆନ୍ III- ବିଜ୍ଞାନରେ ଦ୍ୱାଦଶ ପାସ୍ ଏବଂ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜି/ପିଏମ୍.ଡବ୍ଲୁ/ ରେଡିଓଲୋଜି / ରେଡିଓଗ୍ରାଫି କିମ୍ବା ଆନୁଷଙ୍ଗିକ ବିଷୟ ଉପରେ ଦୁଇ ବର୍ଷର ଡିପ୍ଲୋମା ନିହାତି ଆବଶ୍ୟକ ।
ପଦବୀ ପାଇଁ ଦରମା:
SRF ପଦବୀରେ HRA ସହିତ ମାସିକ ଦରମା ୩୫,୦୦୦ ଟଙ୍କା ଥିବାବେଳେ ପ୍ରୋଜେକ୍ଟ ଟେକ୍ନିସିଆନ୍-III ପଦବୀ ପାଇଁ ୧୮,୦୦୦ ଟଙ୍କା ଦରମା ରହିଛି ।
ବୟସ ସୀମା:
SRF ପୋଷ୍ଟ ପାଇଁ ବୟସ ସୀମା ସର୍ବାଧିକ ୩୫ ବର୍ଷ ରଖାଯାଇଥିବାବେଳେ ପ୍ରୋଜେକ୍ଟ ଟେକ୍ନିସିଆନ୍-III ପାଇଁ ବୟସ ୩୦ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ରହିଛି ।
ପଦବୀ ପାଇଁ କିପରି ଆବେଦନ କରିବେ:
- ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ୨୬ ୨୦୨୨ ସୁଦ୍ଧା ବିଜ୍ଞପ୍ତି ଅନୁଯାୟୀ ନିଜ ଆବେଦନ କରିପାରିବେ
- @aiimsbhubaneswar.edu.in ଇମେଲ ମାଧ୍ୟମରେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ ଫର୍ମ ଦାଖଲ କରିପାରିବେ
- ସ୍କ୍ରିନିଂ ପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ
- ପ୍ରାର୍ଥୀମାନେ ଇଣ୍ଟରଭ୍ୟୁ ସମୟରେ ଉପଯୁକ୍ତ ଆବେଦନ ଫର୍ମ ଏବଂ ନିଜ ବାୟୋଡାଟାକୁ ଆଣିପାରିବେ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଇ-ମେଲ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୨୭-୦୨-୨୦୨୨ (ରବିବାର)
- ୱେବସାଇଟରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଘୋଷଣା ତାରିଖ: ୦୨-୦୩- ୨୦୨୨ (ବୁଧବାର)
- ଇଣ୍ଟରଭ୍ୟୁ ତାରିଖ: ୧୧-୦୩-୨୦୨୨(ଶୁକ୍ରବାର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645079436.jpg)