Advertisment

ବଦଳିଲା ୧୨୫୦ ବର୍ଷର ପରମ୍ପରା... ‘ନେକେଡ ମ୍ୟାନ ଫେଷ୍ଟିଭାଲ’ରେ ସାମିଲ ହେବେ ମହିଳା

ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Naked Man Festival

Naked Man Festival

Advertisment

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଜାପାନରେ ଏକ ଅଜବ ପରମ୍ପରା ହେଉଛି ‘ନେକେଡ ମ୍ୟାନ ଫେଷ୍ଟିଭାଲ’। ଯେଉଁ ପର୍ବରେ ହଜାର ହଜାର ସଂଖ୍ୟକ ପୁରୁଷ କମ୍ କପଡାରେ ଆସିଥିବା ଦେଖିବାକୁ ମିଳେ। ତେବେ ଏହାକୁ ନେଇ ଏକ ଐତିହାସିକ ପଦକ୍ଷେପ ନେଇଛି ଜାପାନ। ପୂର୍ବରୁ କେବଳ ପୁରୁଷମାନେ ହିଁ ଏହି ପର୍ବରେ ସାମିଲ ହେଉଥିବା ବେଳେ ୧୨୫୦ବର୍ଷ ପରେ ପ୍ରଥମ କରି ମହିଳା ସାମିଲ ହେବେ। ମହିଳାଙ୍କୁ ସାମିଲ ପାଇଁ ଅନୁମତି ଦେଇଛନ୍ତି ଜାପାନ ସରକାର।

Advertisment

କୋନୋମିଆ ଶ୍ରାଇନ ବାର୍ଷିକ ହାଡାକା ମାଟସୁରୀ ପର୍ବ ପାଇଁ ବେଶ୍ ଜଣାଶୁଣା। ଯାହାକି ‘ନେକେଡ ମ୍ୟାନ ଫେଷ୍ଟିଭାଲ’ ଭାବରେ ଜଣାଶୁଣା। ଏହି ପର୍ବ ଶତାବ୍ଦୀ ଶତାବ୍ଦୀ ଧରି ପାଳନ କରାଯାଉଛି। ପ୍ରତିବର୍ଷ ହଜାର ହଜାର ଅଂଶଗ୍ରହଣକାରୀ ଏଥିରେ ଭାଗ ନିଅନ୍ତି। ଏବଂ ଦର୍ଶକଙ୍କୁ ଏହା ଖୁବ ଆକର୍ଷିତ କରିଥାଏ । ଆସନ୍ତା ଫେବ୍ରୁଆରୀ ୨୨ରେ ଏହି ଉତ୍ସବ ପାଳନ କରାଯିବ। ଆନୁମାନିକ ୧୦ହଜାର ଅଂଶଗ୍ରହଣକାରୀ ଏଥିରେ ସାମିଲ ହେବା ନେଇ ଆଶା କରାଯାଉଛି।

ତେବେ ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ଏହି ନିଷ୍ପତ୍ତିକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ତେବେ ଏହି ସମାରୋହରେ ସାମିଲ ପାଇଁ କେତେକ ସର୍ତ୍ତାବଳୀ ରଖାଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ୪୦ଜଣ ମହିଳାଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯିବ। ସେମାନେ ସଂପୂର୍ଣ୍ଣ ଡ୍ରେସରେ ରହିବେ। ପାରମ୍ପରିକ ପୋଷାକ ହାପି କୋଟ ପିନ୍ଧି ପାରିବେ। ସେମାନେ ପାରମ୍ପାରିକ ହିଂସାତ୍ମକ ସଂଘର୍ଷରୁ ଦୂରେଇ ରହିବେ। କେବଳ 'ନାଓଇଜାସା' ରୀତିନୀତିରେ ମହିଳାମାନେ ଅଂଶଗ୍ରହଣ କରିବେ। ଏଥିସହ ସେମାନଙ୍କ ଶରୀରକୁ ଘାସରେ ନିର୍ମିତ ଏକ ପ୍ରକାର ପୋଷାକ ଦ୍ୱାରା ଆଚ୍ଛାଦିତ କରାଯିବ। ପରେ ସେମାନେ କୋନୋମିଆ ଶ୍ରାଇନକୁ ଯାଇପାରିବେ।

ଏହି ପର୍ବଟି କ’ଣ?

ପୂର୍ବରୁ ମହାମାରୀ ପାଇଁ ଅନେକ ଲୋକ ପ୍ରାଣ ହରାଉଥିଲେ। ଆଗାମୀ ଦିନରେ କିପରି ଏହା ନହେବ ସେଥିପାଇଁ ଅନେକ ପୁରୁଷ ସକାଳୁ ସକାଳୁ ମନ୍ଦିର ନିକଟରେ ଏକତ୍ରିତ ହେଉଥିଲେ। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ସହରେ ପରେଡ କରିବା ସମୟରେ ପୁରୁଷମାନେ କେବଳ ଧଳା ରଂଗର ଫୁଣ୍ଡୋସି କପଡା ପରିଧାନ କରୁଥିଲେ। ପରସ୍ପର ଉପରକୁ ଥଣ୍ଡା ପାଣି ଫିଙ୍ଗିବା ସହ ଉଷ୍ମ ରହିବା ପାଇଁ ଅନେକ ଆୟୋଜନ କରୁଥିଲେ। ଏଥିସହ ଲମ୍ୱା ବାଉଁଶ ଖମ୍ୱରେ ମନ୍ଦିର ସଜାଉଥିଲେ। ଏହାପରେ ତାଙ୍କ ଆରାଧ୍ୟ ସଚିନ୍-ଓଟୋକୋଙ୍କୁ ସ୍ମରଣ କରୁଥିଲେ। ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଇଭେଣ୍ଟର ଲିଡରେ କିଛି ଦିନ ଏକାକୀ ରଖାଯାଇଥାଏ ।ସେ କେଶ କାଟିବା ସହ ଉଲଗ୍ନ ହୋଇ ମନ୍ଦିର ପରିକ୍ରମା କରନ୍ତି।

Advertisment
Woman Festivals Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ