Advertisment

Love Story: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ଦେଶ, ଡେଇଁ ଆସିଲେ ବର୍ଡର

ଇଏ ଭିନ୍ନ ଏକ ପ୍ରେମ କାହାଣୀ । ପ୍ରେମ ପାଇଁ ବର୍ଡର ଡେଇଁ ଚାଲି ଆସିଲେ ବାଂଲା ଯୁବତୀ । ପ୍ରେମିକ ବି ପହଞ୍ଚି ଥିଲେ ଆଣିବା ପାଇଁ । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ଏବେ ଜେଲ୍ ହୋଇଛି ଠିକଣା ।

love story

love story

Advertisment

ମହଙ୍ଗା ପଡିଲା ସୀମାପାର୍ ପ୍ରେମ । ଇନଷ୍ଟାଗ୍ରାମରେ ଦେଖାଚାହାଁ । ତାପରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା । ବନ୍ଧୁତାରୁ ହୋଇଗଲା ପ୍ରେମ । ପ୍ରେମିକ ବେଙ୍ଗାଲୁରର ଓ ପ୍ରେମିକା ବାଂଲାଦେଶର । ଭାରତରେ କିଛି ମାସ ରହିଥିବା ପ୍ରେମିକା ସେତେବେଳକୁ ଚାଲିଯାଇଥିଲେ ବାଂଲାଦେଶ । ପ୍ରେମରେ ଏତେ ପାଗଳୀ ହୋଇଗଲେ ଯେ ପ୍ରେମିକା ବେଆଇନ ଭାବେ ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଆସି ପହଞ୍ଚିଗଲେ ଭାରତରେ । ବିନା ପାସପୋର୍ଟରେ ତ୍ରିପୁରାରେ ବର୍ଡର ଡେଇଁ ସେ ଚାଲିଆସିଲେ । ପ୍ରେମିକ ବେଙ୍ଗାଲୁରୁରୁ ଯାଇଥିଲେ ତ୍ରିପୁରାରୁ ପ୍ରେମିକାକୁ ଆଣିବା ପାଇଁ । ବିଏସଏଫ୍ ବା ସୀମା ସୁରକ୍ଷା ବଳ ହାତରେ ଧରା ପଡିଯାଇଛନ୍ତି ଉଭୟ ପ୍ରେମିକ ଓ ପ୍ରେମିକା । ତ୍ରିପୁରା ପୋଲିସ ଦୁହିଁଙ୍କୁ ଗିରଫ କରିଛି ।

Advertisment

ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଜଣେ ୩୫ ବର୍ଷୀୟା ବାଂଲାଦେଶୀ ଯୁବତୀ ଗୁଲଶାନା ଅଖତାର ଏବଂ ତାଙ୍କ ଭାରତୀୟ ପ୍ରେମିକ ଦତ୍ତା ଯାଦବ ବେଆଇନ ଭାବେ ଭାରତ-ବାଂଲାଦେଶ ସୀମା ଅତିକ୍ରମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ଦୁଇ ପ୍ରେମପକ୍ଷୀ ଏବେ ଆଇନର ଜାଲରେ ଛନ୍ଦି ହୋଇଯାଇଛନ୍ତି ।

ଗତ ବୁଧବାର ଦିନ ଗୁଲଶାନା ଅଖତାର ବାଂଲାଦେଶରୁ ତ୍ରିପୁରାର ସେପାହିଜାଲା ଜିଲ୍ଲାର କୋନାବନ ହରିହରଦୁଲା ଅଞ୍ଚଳରେ ବେଆଇନ ଭାବେ ସୀମା ଅତିକ୍ରମ କରିଥିଲେ। ଗୁଲଶାନା ଅଖତାର ବାଂଲାଦେଶର ବୋଗୁରା ଜିଲ୍ଲାର ପାଲସା ଗାଁର ବାସିନ୍ଦା। ସେ ପୂର୍ବରୁ ମୁମ୍ବାଇ ଓ ବେଙ୍ଗାଲୁରୁରେ ବିଉଟି ପାର୍ଲର ଓ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିଥିଲେ । ଦତ୍ତା ଯାଦବ କର୍ଣ୍ଣାଟକର ବିଦାର ଜିଲ୍ଲାର ବାସିନ୍ଦା । ସେ ବୃତ୍ତିରେ ଜଣେ ଠିକାଦାର । ସେ ଗୁଲଶାନାଙ୍କୁ ଭେଟିବା ଓ ତାଙ୍କୁ ବେଙ୍ଗାଲୁରୁ ନେବା ପାଇଁ ତ୍ରିପୁରା ଆସିଥିଲେ।

Advertisment

ଗୁଲଶାନା ଓ ଦତ୍ତା ପ୍ରାୟ ଆଠ ମାସ ପୂର୍ବେ ଇନଷ୍ଟାଗ୍ରାମରେ ପରସ୍ପର ସହ ସମ୍ପର୍କରେ ଜଡ଼ିତ ହୋଇଥିଲେ। ଗୁଲଶାନା ବେଙ୍ଗାଲୁରୁରେ କାମ କରୁଥିବା ସମୟରେ ଦତ୍ତାଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଗୁଲଶାନା ବାଂଲାଦେଶକୁ ଫେରିଯାଇଥିଲେ । କିନ୍ତୁ ଦତ୍ତା ତାଙ୍କୁ ପୁନର୍ବାର ଭାରତକୁ ଫେରିବାକୁ ଅନୁରୋଧ କରିଥିଲେ।

ଗୁଲଶାନା ବିନା ପାସପୋର୍ଟ ବା ଭିସାରେ ତ୍ରିପୁରାରେ ପ୍ରବେଶ କରିଥିଲେ । ଏହା ଭାରତ-ବାଂଲାଦେଶ ସୀମାରେ ବେଆଇନ ଅଟେ। ସେ ସ୍ଥାନୀୟ ଦଲାଲଙ୍କ ସାହାଯ୍ୟରେ ସୀମା ଅତିକ୍ରମ କରିଥିବା ସନ୍ଦେହ କରାଯାଉଛି। ଦତ୍ତା ଯାଦବ ବେଙ୍ଗାଲୁରୁରୁ ତ୍ରିପୁରାର ସେପାହିଜାଲା ଜିଲ୍ଲାର ହରିହରଦୁଲା ଗାଁରେ ଗୁଲଶାନାଙ୍କୁ ଭେଟିବାକୁ ଆସିଥିଲେ। ଉଭୟେ ମଧୁପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ ଏବଂ ବେଙ୍ଗାଲୁରୁ ଫେରିବାର ଯୋଜନା କରୁଥିଲେ।

Advertisment

ଜୁଲାଇ ୧୦ ତାରିଖରେ ବିଏସଏଫ୍ ଗୁପ୍ତ ସୂଚନା ଆଧାରରେ କାମଥାନାରେ ଉଭୟଙ୍କୁ ଗିରଫ କରିଥିଲା ଏବଂ ମଧୁପୁର ଥାନାକୁ ହସ୍ତାନ୍ତର କରିଥିଲା। ଜୁଲାଇ ୧୧ରେ ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟଙ୍କ ବିରୋଧରେ ପାସପୋର୍ଟ ଆକ୍ଟ, ଫରେନର୍ସ ଆକ୍ଟ, ଓ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୋଲିସ ଏହି ଘଟଣାରେ ମାନବ ଚାଲାଣ ନେଟୱର୍କ (human trafficking network)ର ସମ୍ପୃକ୍ତି ସନ୍ଦେହ କରୁଛି ଏବଂ ଗୁଲଶାନାଙ୍କୁ ବେଆଇନ ଭାବେ ସୀମା ଅତିକ୍ରମ କରିବାରେ ସାହାଯ୍ୟ କରିଥିବା ଦଲାଲମାନଙ୍କୁ ଖୋଜୁଛି।

ଏହି ଘଟଣାର ତଦନ୍ତ ଚାଲୁ ରହିଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ଟ୍ରେଣ୍ଡ୍ : ସିଂହଙ୍କୁ ଡ୍ରଗ୍ସ ଦେଇ ପଞ୍ଝା କାଟି ପୋଷା ମନେଇ ରଖୁଛନ୍ତି ଘରେ

Bangladesh Bengaluru Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ