Advertisment

ପ୍ରବଳ ପବନରେ ବି ଗଛକୁ ଧରି ରକ୍ଷା କରୁଛନ୍ତି ଏହି ଯୁବକ

ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ନିଆରା ଗଛ ପ୍ରେମ। ଝଡ ବେଳେ ସେ ଯେମିତି ଏକ ଗଛକୁ ରକ୍ଷା କରୁଛନ୍ତି, ଯେ କେହି ବି ତାଙ୍କୁ ସମ୍ମାନ ଦେବ।

ଅଦ୍ୟତନ ହୋଇଛି
Young man standing to save the tree

Young man standing to save the tree

Advertisment

ଗଛ ଏବଂ ପରିବେଶକୁ ନେଇ ଅନେକ ଆଲୋଚନା ହେଉଛି, ତଥାପି ଲୋକମାନଙ୍କ ଉପରେ କୌଣସି ପ୍ରଭାବ ପଡୁ ନଥିବା ଦେଖାଯାଏ। ଏତେ ସତର୍କ ପରେ ବି ଗଛ କଟା ବନ୍ଦ ହେଉନି। କିନ୍ତୁ ଏହାରି ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଠିକ ଏହାର ବିପରୀତ।

Advertisment

ଏହି ଭିଡିଓରେ ଗଛ ଓ ପରିବେଶ ପ୍ରତି ଏପରି ପ୍ରେମ ଦେଖିବାକୁ ମିଳିଛି ଯେ ଯାହା ଆପଣ ପୂର୍ବରୁ କ୍ୱଚିତ୍ ଦେଖିଥିବେ। ଆଜିକାଲି ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଗଛକୁ ରକ୍ଷା କରିବା ନେଇ କେହି କ’ଣ ଏମିତି କରେ ବୋଲି ପ୍ରଶ୍ନ କରୁଛନ୍ତି।

ବର୍ଷା ସହ ଯଦି ପ୍ରବଳ ବେଗରେ ପବନ ବହେ ତେବେ ଆପଣ କ’ଣ କରିବେ? ଆପଣ ନିଶ୍ଚିତ ଏକ ନିରାପଦ ସ୍ଥାନ ଖୋଜିବେ ଆଉ ନିଶ୍ଚୟ ସେଠାରେ ଅଟକି ରହିବେ। କିନ୍ତୁ ଏହି ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଜଣେ ଲୋକ ବୋଧହୁଏ ଭିନ୍ନ ମାଟିରେ ତିଆରି। ପ୍ରବଳ ଝଡ଼ରେ ସେ ନିଜକୁ ବଞ୍ଚାଇବା ଅପେକ୍ଷା ସେ ତାଙ୍କ କଦଳୀ ଗଛକୁ ନେଇ ଅଧିକ ଚିନ୍ତିତ ବୋଲି ଜଣାଯାଏ।

Advertisment

ବର୍ଷା ସମୟରେ ପ୍ରବଳ ପବନ ହେତୁ କାଳେ ଏହି ଗଛଟି ପଡ଼ିଯିବ, ସେହି ଭୟରେ ଏହି ବ୍ୟକ୍ତିଜଣକ ଗଛକୁ ମାଡିବସି ସାହାର ହେଉଥିବା ଦେଖାଯାଏ। ଏପରିକି ଏଭଳି ବର୍ଷା ପବନରେ ବି କୋଉ ମୁହୁର୍ତ୍ତରେ କ’ଣ ହେବା ତାହାକୁ ନେଇ ଏହି ବ୍ୟକ୍ତିଜଣଙ୍କ ଚିନ୍ତିତ ନୁହଁନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଗଛକୁ ରକ୍ଷା କରୁଥିବାରୁ ଅନେକ ଲୋକ ଯୁବକଙ୍କର ଆତ୍ମାକୁ ସଲାମ କରିଛନ୍ତି। କିଛି ଉପଭୋକ୍ତା ଲେଖିଛନ୍ତି ଯେ, “ଏହି ବ୍ୟକ୍ତି ଜଣଙ୍କ ଗଛକୁ ନୁହେଁ ବରଂ ଆମର ଭବିଷ୍ୟତକୁ ରକ୍ଷା କରୁଛନ୍ତି।'

Advertisment

ସେହି ସମୟରେ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ ମତରେ ଏହି ପୂରା କାହାଣୀ ରିଲ୍ କିମ୍ବା ଭିଡିଓ ତିଆରି କରିବା ପାଇଁ କରାଯାଇଛି। ସେହିପରି ଆଉ କିଛି ଲୋକ ମଧ୍ୟ ଏହି ଯୁବକଙ୍କୁ ଏପରି ମାରାତ୍ମକ ଷ୍ଟଣ୍ଟ୍‌ ନ କରିବାକୁ ପରାମର୍ଶ ଦେଉଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ