Advertisment

ବିପଜ୍ଜନକ ଖେଳକୁ ଆପଣେଇ ଚମକୁଛନ୍ତି ଓଡ଼ିଆ ଝିଅ ରେକିପ୍ରଭା

ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।

ଅଦ୍ୟତନ ହୋଇଛି
Women Empowerment Mallakhamba Artist Recky Prava Ray

Women Empowerment Mallakhamba Artist Recky Prava Ray

Advertisment

“ମୁଁ ଯେତେବେଳେ ବର୍ଷକର ହୋଇଥିଲି ବାପା ଆମ ତିନି ଭଉଣୀଙ୍କୁ ଯୋଗ କରେଇବା ଶିଖେଇଥିଲେ। ବାପା ଆମକୁ ବାଡେଇ ବାଡେଇ ଯୋଗ ଶିକ୍ଷା ଦେଉଥିଲେ। ସେତେବେଳେ କିନ୍ତୁ ମୁଁ ବୁଝିପାରି ନଥିଲି ତାଙ୍କ ମାରିବା ପଛରେ ଏତେ ବଡ଼ କାରଣ ଥିଲା ବୋଲି। ”

Advertisment

ମଲ୍ଲଖମ୍ବ ହେଉଛି ଭାରତର ଏକ ପାରମ୍ପରିକ ଖେଳ, ଯେଉଁଥିରେ ଜଣେ ଜିମ୍ନାଷ୍ଟ ଏକ ଖମ୍ବ ସାହାଯ୍ୟରେ ଯୋଗ କିମ୍ବା ଜିମ୍ନାଷ୍ଟିକ୍‌ର ବିଭିନ୍ନ ପୋଜ୍ ପ୍ରଦର୍ଶନ କରନ୍ତି। ଏହି ଖମ୍ବଟି କାଠରେ ତିଆରି ହୋଇଥିବା ବେଳେ ଏହାକୁ ଜଡା ତେଲ ଦ୍ୱାରା ପଲିସ୍‌ କରାଯାଇଥାଏ।

ଅଧିକ ପଢ଼ନ୍ତୁ: ଟ୍ରେନ୍ ମ୍ୟାନେଜର ସସ୍ମିତା ସରକାରଙ୍କ ସଂଘର୍ଷମୟ କାହାଣୀ, ଆପଣଙ୍କୁ ଦେବ ପ୍ରେରଣା...

Advertisment

ପୋଲ୍ ହ୍ୟାଙ୍ଗିଙ୍ଗ୍ ଓ ରୋପ୍ ପରି ତିନି ପ୍ରକାର ମଲ୍ଲଖମ୍ବ ଖେଳ ଥିବା ବେଳେ ପୋଲ୍ ମଲ୍ଲଖମ୍ବକୁ ସାଧାରଣତଃ ପୁରୁଷମାନେ ଖେଳନ୍ତି। କିନ୍ତୁ ପୁରୀର ରେକିପ୍ରଭା ରାୟଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସେ ଜଣେ ଝିଅ ହୋଇମଧ୍ୟ ପ୍ରମାଣିତ କରିଦେଇଛନ୍ତି କୌଣସି ପୁରୁଷ ତୁଳନାରେ ସେ କମ ନୁହନ୍ତି। ଏଭଳି ଏକ ବିପଦଜନକ ଆଉ ଶକ୍ତିଶାଳି ଖେଳକୁ ଆପଣେଇ ସେ ସବୁ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।

ତାଙ୍କର ପ୍ରଦର୍ଶନ ଦେଖିଲେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ ଜଣେ ଝିଅ ହୋଇ ସେ ଏତେ ବାଟ ଗଲେ କେମିତି। ଏହା ପଛରେ ଅଛି ତାଙ୍କ ବାପାଙ୍କ ପ୍ରେରଣା, ଶିକ୍ଷା, ଉଦ୍ୟମ ଆଉ ସବୁ କ୍ଷେତ୍ରରେ ସାହସ ବୋଲି ରେକିପ୍ରଭା କୁହନ୍ତି।

Advertisment

ରେକିପ୍ରଭାଙ୍କୁ ଯେତେବେଳେ ମାତ୍ର ୧ ବର୍ଷ ହୋଇଥିଲା ତାଙ୍କ ବାପା ତାଙ୍କୁ ଯୋଗ ଶିକ୍ଷାଦେବା ଆରମ୍ଭ କରିଥିଲେ। ତାଙ୍କ ପରିବାର ସହିତ ସେ ‘ଦଙ୍ଗଲ’‌ ଫିଲ୍ମର କାହାଣୀଙ୍କୁ ମଧ୍ୟ ଜଡିତ କରନ୍ତି। ପିଲା ଦିନେ ସେ ତାଙ୍କ ବାପାଙ୍କ ଠାରୁ ବହୁ ମାଡଗାଳି ଖାଇ ଏହି ରାସ୍ତାରେ ଚାଲିଥିବା ସେ କୁହନ୍ତି।

ରେକିପ୍ରଭା ବର୍ତ୍ତମାନ ଯୋଗ ଶିକ୍ଷା ସହିତ ମଲ୍ଲଖମ୍ବ ଶିକ୍ଷା ମଧ୍ୟ ଦେଉଛନ୍ତି। ଏହା ଭିତରେ ଯୋଗ ଓ ମଲ୍ଲଖମ୍ବକୁ ମିଶେଇ ସେ ୫୦ରୁ ଅଧିକ ପ୍ରତିଯୋଗିତା ଖେଳିସାରିଲେଣି। ଓଡିଶା ମଲ୍ଲଖମ୍ବରେ ସେ ୧୦ରୁ ଅଧିକ ସ୍ୱର୍ଣ୍ଣ ଜିତିଥିବା ବେଳେ ଅନେକ ଜାତୀୟ ମଲ୍ଲଖମ୍ବରେ ମଧ୍ୟ ସେ ଭାଗ ନେଇଛନ୍ତି। ଏହି ରାସ୍ତାରେ ଚାଲି ସେ ଓଡ଼ିଶାର ନା’କୁ ଉଜ୍ଜ୍ୱଳ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ତେବେ ଖାଲି ଯୋଗ କି ମଲ୍ଲଖମ୍ବ ନୁହେଁ, ସେ ସୁନ୍ଦର ପଟ୍ଟଚିତ୍ର ମଧ୍ୟ କରନ୍ତି। ତାଙ୍କର ଏହି କଳାକୃତ୍ତି ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବିଭିନ୍ନ ଶାଢୀରେ ଡିଜାଇନ୍ ସହିତ ସେ ଟସର ଓ ପଟିରେ ମଧ୍ୟ ଚିତ୍ର କରନ୍ତି ଆଉ ଏହାକୁ ବାହାରକୁ ମଧ୍ୟ ପଠାନ୍ତି।

ତେବେ ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ତାଙ୍କ ସଫଳତାର କାହାଣୀ ଜାଣିନେବା

Women Empowerment Mallakhamba Odisha Talented Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ