Advertisment

ସୋସିଆଲ ମିଡ଼ିଆ ପାଇଁ ଫେରିଲା ଛୁଆ; ମାଙ୍କଡ ହେଲେ ବି ବୁଝିଛି ସମ୍ପର୍କ..ଦେଖନ୍ତୁ ଭିଡିଓ..

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି।

ଅଦ୍ୟତନ ହୋଇଛି
Monkey

Monkey

Advertisment

ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି। ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି। ମା’ ମନ ବୁଝୁନି ତାର। ନିଜ ଛୁଆକୁ ମୋବାଇଲରେ ଚୁମ୍ମା ଦେଉଛି। ଗେଲ କରିପକାଉଛି। ଏ ଦୃଶ୍ୟ ଆପଣ ଦେଖିଲେ ଆଖିରୁ ଲୁହ ଝରିଆସିବ।

Advertisment

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି। ଭିଡ ଭିତରୁ କେହି ଜଣେ କହୁଛନ୍ତି, ଆରେ ଥ୍ୟାଙ୍କ ୟୁ କହ…ଭାଇମାନଙ୍କୁ। ଯାହାଙ୍କ ପାଇଁ ତୋ ଛୁଆ ତୋ କୋଳକୁ ଫେରିଛି।

ବାସ୍ତବରେ ଘଟଣାଟି ପୁରୀ ବଡଦାଣ୍ଡର। ସାଲବେଗ ମାର୍କେଟ ଛକରେ ସବୁଦିନ ପରି ବୁଲୁଥିଲା କୁନି ମାଙ୍କଡ ଛୁଅ। ମା’ ବି ସାଥିରେ ଥିଲା। ହେଲେ ସେଦିନ ଜଣେ ବ୍ୟକ୍ତି କୌତୁହଳ ବଶତଃ କୁନି ମାଙ୍କଡ ଛୁଆକୁ ନେଇ ପଳାଇଥିଲେ। ଛୁଆଟା ଚୋରି ହେବା ପରେ ମା’ ମାଙ୍କଡ଼ର ମନ ଭାଙ୍ଗିଗଲା, ସେ କାନ୍ଦିଲା, ଛୁଆକୁ ଝୁରି ହେଲା।

Advertisment

ଘଟଣାଟା ବି ଧିରେ ଧିରେ ଭାଇରାଲ ହେଲା। ମାଙ୍କଡ଼ ଚୋରି କରିଥିବା ବ୍ୟକ୍ତି ଜଣକ ବି ଏ ଭିଡିଓ ଦେଖିଲେ। ମା’ଠୁ ଛୁଆକୁ ଅଲଗା କରିବାଟା କେଡେ ବଡ ଭୁଲ ସେ ନିଜେ ବୁଝିପାରିଲେ। ଭାଇରାଲ ଭିଡିଓ, ଫୋନରୁ ଫୋନକୁ ବୁଲିବା ପରେ ଛୁଆ ମାଙ୍କଡକୁ ଠାବ କରିଥିଲେ କିଛି ସ୍ୱେଚ୍ଛାସେବୀ। ଆଉ ତା’ପରର ଦୃଶ୍ୟ ଥିଲା କିଛି ନିଆରା। ଥିଲା କେବଳ ମାତୃତ୍ବ, ମମତାର ପ୍ରସଙ୍ଗ। ମା-ଛୁଆର ଅନାବିଳ ସମ୍ପର୍କର ଦୃଶ୍ୟ। ମା’ କୋଳଛଡା ହେବା ପରେ କୁନି ଛୁଆଟା ବି କେମିତି ବିକଳ ହେଉଛି ଆପଣ ତା ଆଖି ପଢିଲେ ଜାଣିପାରିବେ।

ବାଇକରେ ବସି ଘରକୁ ଫେରିଲା ଛୁଆ ମାଙ୍ଗଡ଼। ଏବେ ସେ ତା ମା’ ବି ଅଛି। ମଣିଷମାନଙ୍କ ଗହଳି ଭିତରେ ବି ସେ ଏଥର ଟିକେ ଆଶ୍ୱସ୍ତି ଅନୁଭବ କରୁଛି। ଭିଡିଓରେ କେହି ଜଣେ ସହୃଦୟ ବ୍ୟକ୍ତି କୁନି ମାଙ୍କଡ଼ ବେକରୁ ଫିତା କାଟୁଛନ୍ତି। ଶେଷରେ କୁନି ମାଙ୍କଡ଼ ଛୁଆଟା ତା ମା’ କୋଳରୁ ଫେରିଛି।

Advertisment
Baby Monkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ