Advertisment

ବାପା ହେବ ତ ଏମିତି; ୟୁଟ୍ୟୁବରୁ ପାଠପଢ଼ି ଝିଅକୁ UPSC ପାଇଁ ପ୍ରସ୍ତୁତ କଲେ

ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।

ଅଦ୍ୟତନ ହୋଇଛି
Father Help Daughter

Father Help Daughter

Advertisment

ଦୁନିଆର ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ, ସେମାନଙ୍କ ପିଲା ଭଲ ପାଠପଢ଼ି ବଡ଼ ମଣିଷଟିଏ ହେଉ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ସମାଜର ପ୍ରତ୍ୟେକ ଶ୍ରେଣୀର ପିତାମାତା ନିଜର ପିଲାଙ୍କ ଭବିଷ୍ୟତ ପାଇଁ ଉଦ୍ୟମ କରିଥାନ୍ତି ।

Advertisment

ନିକଟରେ ଏକ ଲିଙ୍କଡଇନ ବ୍ୟବହାରକାରୀ ଅଭିଜିତ୍‌ ମୁଥ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ସେ ପୋଷ୍ଟରେ ଲେଖିଛନ୍ତି ଯେ, ସେ ଦିନେ ଉବର୍‌ ଆପ୍‌ରେ ଏକ ଅଟୋ ବୁକ୍ କରିଥିଲେ । ଅଟୋରେ ଯିବା ବେଳେ ଏକ ସୁନ୍ଦର କାହାଣୀ ସାମ୍ନାକୁ ଆସିଥିଲା । ଅଟୋ ଡ୍ରାଇଭର୍‌ ଜଣକ କିପରି ତାଙ୍କ ଝିଅର ସ୍ୱପ୍ନ ପୂରଣ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି, ସେ କାହାଣୀକୁ ବଖାଣିଛନ୍ତି ଅଭିଜିତ । ପିତାମାତାମାନେ ପିଲାମାନଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ତାହା ଏହି କାହାଣୀରୁ ସ୍ପଷ୍ଟ ହୋଇଛି ।

ବାସ୍ତବରେ ଯେତେବେଳେ ଅଭିଜିତ୍ ଉବରରେ ଏକ ଅଟୋ ବୁକ୍ କରିଥିଲେ, ରାକେଶ ନାମକ ଜଣେ ଅଟୋ ଡ୍ରାଇଭର ତାଙ୍କୁ ନେବାକୁ ଆସିଥିଲେ । ସେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ଦେଖିଲେ ଯେ, ଡ୍ରାଇଭର ଜଣକ ତାଙ୍କ ମୋବାଇଲ୍‌ରେ ୟୁଟ୍ୟୁବ୍ ଭିଡିଓକୁ ଅଟକାଇ ନାଭିଗେସନ୍ ମ୍ୟାପ୍‌ ଆରମ୍ଭ କରିଥିଲେ। କିଛି ସମୟ ପରେ, ସେ ପୁଣିଥରେ ସେହି ୟୁଟ୍ୟୁବ ଭିଡିଓକୁ ଫେରିଥିଲେ ଏବଂ ସେ ଛାଡିଥିବା ସ୍ଥାନରୁ ପୁନଃ ଭିଡିଓ ଆରମ୍ଭ କରିଥିଲେ ।

Advertisment

ଅଭିଜିତ ପ୍ରକୃତ କଥାଟି ଜାଣିବା ପାଇଁ ରାକେଶଙ୍କୁ ଭିଡିଓ ବିଷୟରେ ପଚାରିଥିଲେ । ରାକେଶ ଉତ୍ତରରେ କହିଥିଲେ, ‘ଆଜ୍ଞା ଏହା କରେଣ୍ଟ ଆଫେଆର୍ସ ଭିଡିଓ ଅଟେ’ । ତା’ପରେ ଅଭିଜିତ ରାକେଶଙ୍କୁ ପଚାରିଥିଲେ ଯେ ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଉଛନ୍ତି କି? ରାକେଶ କହିଥିଲେ ଯେ ‘ମୁଁ ନୁହେଁ ମୋ ଝିଅ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । ପ୍ରତିଦିନ ସେ ସଂଧ୍ୟାରେ ଲାଇବ୍ରେରୀରୁ ଫେରିବା ପରେ ଏହି ଭିଡିଓ ସମ୍ପର୍କିତ ପାଠ ବିଷୟରେ ଆମେ ଆଲୋଚନା କରିଥାଉ’ । ମୁଁ ନିଜେ ଯାହା ପଢ଼ିଥାଏ, ତାକୁ ବୁଝାଇଦିଏ।

ତେବେ ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି । ୧.୨ ଲକ୍ଷ ଲୋକ ଏଯାଏଁ ଏହି ପୋଷ୍ଟକୁ ଦେଖିସାରିଛନ୍ତି । ତା’ଛଡ଼ା ଅନେକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି । ସେଥିମଧ୍ୟରୁ ଜଣେ ଲେଖିଛନ୍ତି ଯେ, ବାପାମାଆ ହେଉଛନ୍ତି ପୃଥିବୀର ମୂଲ୍ୟବାନ ରତ୍ନ, ଭଲପାଇବା ଛଡ଼ା ସେମାନେ ପିଲାଙ୍କ ଭବିଷ୍ୟତ ପାଇଁ ମଧ୍ୟ ବେଶ ଚିନ୍ତିତ ।

Advertisment
Viral Post UPSC Preparation Father Help Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ