ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ମଧ୍ୟ ମଣିଷକୁ ପଚାରୁନାହିଁ । ଏମିତିକି ପରସ୍ପରଙ୍କ ମଧ୍ୟରେ ଭଲପାଇବା ମାତ୍ର କେବଳ ଏକ ନାଁରେ ସୀମିତ । ଦୈନନ୍ଦିନ ଜୀବନରେ କେଉଁଠି ଲୋକେ ନୃଂଶସ ପାଲଟି ନିଜ ପିଲା ଛୁଆକୁ ହତ୍ୟା କରୁଛନ୍ତି ତ ଆଉ କେଉଁଠି ସନ୍ତାନମାନେ ନିଜ ବାପାମାଆଙ୍କୁ ଅସଦାଆଚରଣ ଆଦି ହିଂସାତ୍ମକ ଖବର ସାମ୍ନାକୁ ଆସୁଛି । ଧିରେ ଧିରେ ମଣିଷ ସ୍ୱାର୍ଥପର ପାଲଟୁଥିବାବେଳେ ପଶୁପକ୍ଷୀଙ୍କ ମଧ୍ୟରେ ପ୍ରେମଭାବ ଦେଖିବାକୁ ମିଳିଛି । ନିକଟରେ ବାଲେଶ୍ୱର ରେମୁଣାରେ ପକ୍ଷୀଙ୍କ ମଧ୍ୟରେ ଭଲପାଇବାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ।
ଦେଖନ୍ତୁ ଏହି ଭିଡ଼ିଓ :-
Also Read
ବାଲେଶ୍ୱର ରେମୁଣା ଓଭରବ୍ରିଜ ଉପରେ କୌଣସି କାରଣରୁ ଏକ ନିରୀହ କାଉର ମୃତ ଦେହ ପଡିରହିଛି । ରାସ୍ତା ମଝିରେ ଚଢ଼େଇଟିର ମର ଶରୀର ପଡିଥିବାର ଦେଖି ତାର ସାଥୀମାନେ ତାକୁ ରାସ୍ତା ମଝିରେ ଛାଡି ଅନ୍ୟ କୁଆଡେ ଯାଉନାହାଁନ୍ତି । 'କାଳେ ସେ ବଂଚିଯିବ....ପୁଣି ଆମ ସହ ଉଡ଼ି ଆମ ବସାକୁ ଫେରିଯିବ...' ଏଭଳି ଆଶା ରଖି ଅନ୍ୟ ସାଥି ଚଢେଇ ମାନେ ତାକୁ ଟେକି ନିଜ ସାଥୀରେ ନେବାକୁ ଉଦ୍ୟମ କରୁଛନ୍ତି । ତାହାରି ଭିତରେ ଗୋଟେ ପରେ ଗୋଟେ ଗାଡି ଯାଆଆସ କରୁଛନ୍ତି । ହେଲେ ବି ହାର୍ ନ ମାନି ନିଜ ସାଥୀକୁ ବଞ୍ଚାଇବାକୁ ଉଦ୍ୟମ ଜରି ରଖି ଗାଡି ଯିବାପରେ ପୁଣି ଉଦ୍ୟମରେ ଲାଗିପଡିଛନ୍ତି । ହେଲେ ତାଙ୍କୁ କିବା ଆଉ ଜଣା କି ତାଙ୍କ ସାଥୀର ମୃତ୍ୟୁ ହୋଇଯାଇଛି, ସେ ଆଉ ଉଡିପାରିବନି । ତେଣୁ ନିସ୍ୱାର୍ଥପର ଭାବରେ ନିଜ ସାଥୀକୁ ସାଙ୍ଗରେ ନେଇଯିବା ଆଶାରେ ପାଖଛାଡ଼ି ଯାଉନାହାଁନ୍ତି ।
ଗାଡି ଡ୍ରାଇଭର ଟିକେ ନଜର ପକାଇଥିଲେ ହୁଏତ ପକ୍ଷୀଟି ମୃତ୍ୟୁମୁଖରୁ ବଞ୍ଚିଯାଇଥାନ୍ତା । ତେବେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ସାମାନ୍ୟ ଦୟାବନ ହେବା ଉଚିତ୍ । ପଶୁପକ୍ଷୀଙ୍କ ପ୍ରତି ଦୟାବାନ୍ ହେବା ଦ୍ୱାରା ହୁଏତ ନିରୀହ ପ୍ରାଣୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇପାରେ ।
ବିଶ୍ୱମ୍ୱର ଦାସଙ୍କ ରିପୋର୍ଟ