Advertisment

Success story : ସୋସିଆଲ୍ ମିଡିଆକୁ ବ୍ୟବହାର କରି କିପରି ରୋଜଗାର କରିବେ; ଜାଣନ୍ତୁ ଆଞ୍ଚଲ୍‌ଙ୍କ ଠାରୁ

ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ଖୁବ ଆକ୍ଟିଭ୍ ରହୁଥିବା ଦେଖାଯାଏ। କିଛି ଲୋକ ଇନ୍‌ଷ୍ଟାଗ୍ରାମ୍ କେବଳ ରିଲ୍ସ ଅପକୋଡ୍ କରୁଥିବା ବେଳେ ଆଉ କିଛି ଲୋକ ଏହା ଦ୍ୱାରା ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଯୁବ ଉଦ୍ୟୋଗୀ ଆଞ୍ଚଲ୍ ଅଗ୍ରୱାଲ୍‌ଙ୍କ ସଫଳତାର କାହାଣୀ।

ଅଦ୍ୟତନ ହୋଇଛି
Success story of young entrepreneur aanchal aggarwal

Success story of young entrepreneur aanchal aggarwal

Advertisment

ଜୀବନୀ:

ଗୁଜୁରାଟର ସୁରଟ ନିବାସୀ ଆଞ୍ଚଲ ଅଗ୍ରୱାଲଙ୍କୁ ମାତ୍ର 27 ବର୍ଷ। ଅନ୍ୟମାନଙ୍କ ଭଳି ସୋସିଆଲ ମିଡିଆରେ ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ଏହାକୁ ବ୍ୟବହାର କରି ଖୁବ୍ ରୋଜଗାର କରୁଛନ୍ତି। ତାଙ୍କ ସୋସିଆଲ ମିଡିଆ ପେଜ୍ 'Handmade Gifting' ମାଧ୍ୟମରେ ସେ କେବଳ ନିଜର ସୃଜନଶୀଳତା ପ୍ରଦର୍ଶନ କରୁନାହାଁନ୍ତି, ବରଂ ଅନ୍ୟମାନଙ୍କୁ ନିଜ ଭାବନାକୁ ଜଣାଇବା ପାଇଁ ଏକ ଚମତ୍କାର ମାଧ୍ୟମ ମଧ୍ୟ କରି ନେଇଛନ୍ତି।

Advertisment

ହସ୍ତଶିଳ୍ପକୁ ନେଇ ଧାରଣା:

ଯୁବ ଉଦ୍ୟୋଗୀ ଆଞ୍ଚଲ ଅଗ୍ରୱାଲ ICFAI ବିଶ୍ୱବିଦ୍ୟାଳୟରୁ ମାର୍କେଟିଂରେ ଏମ୍‌ବିଏ କରିଛନ୍ତି। ୨୦୧୪ ପରଠାରୁ, ସେ ଜଣେ ଫୁଲ୍ ଟାଇମ୍ ଶିଳ୍ପୀ ଏବଂ ଉଦ୍ୟୋଗୀ ଭାବେ କାମ କରୁଛନ୍ତି। ଆଞ୍ଚଲ ବିଶ୍ୱାସ କରନ୍ତି ଯେ ହସ୍ତଶିଳ୍ପ କାର୍ଡ କିମ୍ବା ଉପହାର ସବୁଠୁ ସ୍ୱତନ୍ତ୍ର। ସେଗୁଡିକ ସବୁ ଭାବନାରେ ପରିପୂର୍ଣ୍ଣ ହୋଇଥାଏ। ଏହା ଅନ୍ୟର ମୁହଁରେ ହସ ଆଣିପାରେ। ପ୍ରଥମରୁ ତାଙ୍କର କୌଣସି ଧାରଣା ନଥିଲା ଯେ ଏହି ବ୍ୟବସାୟ ଏତେ ଭଲ କାମ କରିବ ବୋଲି, କିନ୍ତୁ ବର୍ତ୍ତମାନ ଇନଷ୍ଟାଗ୍ରାମରେ ୧ ଲକ୍ଷରୁ ଅଧିକ ଲୋକ ତାଙ୍କ ସହ ଯୋଡି ହୋଇଛନ୍ତି।

ଅଳ୍ପ ଅର୍ଥରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟର ଆରମ୍ଭରେ ଆଞ୍ଚଲଙ୍କୁ ଅନେକ ଚ୍ୟାଲେଞ୍ଜ ନେବାକୁ ପଡିଥିଲା। ଆରମ୍ଭରୁ ଆଞ୍ଚଲ କେବଳ ତାଙ୍କ ମା’ ଅଞ୍ଜୁଙ୍କ ସମର୍ଥନ ପାଇଥିଲେ। ପରେ ଆଞ୍ଚଲ ସିପିଙ୍ଗ୍ ଆଇଟମ୍ ପ୍ୟାକ୍ ପାଇଁ ରାତିସାରା କାମ କରୁଥିଲେ। ଏଥିରେ ସେ ସଫଳତା ପାଇବା ପରେ ସମସ୍ତେ ତାଙ୍କ କାମକୁ ବୁଝିବା ଏବଂ ସମର୍ଥନ କରିବାକୁ ଆରମ୍ଭ କଲେ। ତାଙ୍କ ବ୍ୟବସାୟ କେକ୍ ଓ ବୁକେରୁ ଆଗକୁ ବଢି ହସ୍ତଶିଳ୍ପ ଉପହାର କରିବାରେ ପହଞ୍ଚିଛି। Handmade Gifting ରେ ପ୍ରତ୍ୟେକ ଉତ୍ସବ ପାଇଁ ଉପହାର ଅଛି ଯାହା ଲୋକଙ୍କ ସ୍ମୃତିରେ ସବୁଦିନ ପାଇଁ ରହିଯିବ।

Advertisment

ବର୍ତ୍ତମାନ ଆଞ୍ଚଲ ଅଗ୍ରୱାଲ ଇନଷ୍ଟାଗ୍ରାମରୁ ନିଜର ବ୍ୟବସାୟ ଚଳାଉଛନ୍ତି କିନ୍ତୁ ଆସନ୍ତା ୧ ବର୍ଷରେ ସେ ଏହାକୁ ଆମାଜନ, ଫ୍ଲିପ୍‌କାର୍ଟ ପରି ଅନଲାଇନ୍ ସପିଂ ପ୍ଲାଟ୍‌ଫର୍ମକୁ ନେବାକୁ ଯାଉଛନ୍ତି। ସେ ତାଙ୍କ ମା’ ଓ ଜେଜେବାପାଙ୍କୁ ତାଙ୍କର ପ୍ରେରଣା ବୋଲି ଭାବନ୍ତି। ତାଙ୍କ ମା’ ଅଞ୍ଜୁ ତାଙ୍କୁ ଆରମ୍ଭରୁ ସର୍ବଦା ସମର୍ଥନ କରୁଥିଲେ ଏବଂ ଜେଜେବାପା ବାବୁ ରାମ ଜୀ ତାଙ୍କୁ ଶିକ୍ଷା ଦେଇଥିଲେ ଯେ ଜୀବନର ଦୁଃଖଦ ମୁହୂର୍ତ୍ତକୁ ଭୁଲି ଜଣେ ସର୍ବଦା ଆଗକୁ ଯିବା ଉଚିତ।

ଷ୍ଟାର୍ଟଅପ୍ ପାଇଁ ଆଞ୍ଚଲ ଅଗ୍ରୱାଲ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଆରମ୍ଭରୁ ଅନେକ ପ୍ରକାରର ଚ୍ୟାଲେଞ୍ଜ୍‌ ଆସେ। ଏକ ଗ୍ରାହକ ଆଧାର ସୃଷ୍ଟି କରି, ସେମାନଙ୍କର ବିଶ୍ୱାସ ଜିତିବାକୁ ପଡେ। ବେଳେବେଳେ ଟଙ୍କା ମଧ୍ୟ ବୁଡ଼ିଯାଏ। କିନ୍ତୁ କେବେହେଲେ ହାରିଯିବା ଉଚିତ ନୁହେଁ। କଠିନ ପରିଶ୍ରମ ସହିତ ବ୍ୟବସାୟ ଉପରେ ଧ୍ୟାନ ଦେବା ଉଚିତ। ବ୍ୟବସାୟ ଏବଂ MBA ପାଇଁ ତାଙ୍କୁ ତାଙ୍କ ବାପାଙ୍କୁ ବୁଝାଇବାକୁ ପଡୁଥିଲା, ଇନଷ୍ଟାଗ୍ରାମ ବିଜ୍‌ନେସ୍ ତରିଖା ଶିଖିବାକୁ ପଡୁଥିଲା ଏବଂ ଠକ ଗ୍ରାହକଙ୍କ ସହିତ ମଧ୍ୟ ସାମ୍ନା କରିବାକୁ ପଡୁଥିଲା।

Advertisment

ଷ୍ଟାର୍ଟଅପ୍ ବ୍ୟବସାୟ ସହିତ ମଧ୍ୟ ଜୀବନଶୈଳୀକୁ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଞ୍ଚଲ ଅଗ୍ରୱାଲ ପ୍ରତିଦିନ ୧ ଘଣ୍ଟା ବ୍ୟାୟାମ କରନ୍ତି। ଏହା ତାଙ୍କୁ ଉଭୟ ଖୁସି ଏବଂ ଆରାମ ଦେଇଥାଏ। ଛୋଟ ବ୍ୟବସାୟ ମାଲିକମାନଙ୍କ ପାଇଁ ସେମାନଙ୍କର କାର୍ଯ୍ୟ ସମୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଭଲ ଖାଦ୍ୟ ଖାଇବା, ନିଜ ଏବଂ ଆପଣଙ୍କ ପରିବାର ପାଇଁ ସପ୍ତାହରୁ ଗୋଟିଏ ଦିନ ଦେବା, ବ୍ୟାୟାମ ଉପରେ ଧ୍ୟାନ ଦେବା ଏବଂ ଭବିଷ୍ୟତର ଲକ୍ଷ୍ୟ ପୂରଣ ପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବାକୁ ହୋଇଥାଏ।

Social Media Successful Woman Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ