Advertisment

Story of a Doctor: ୨୦୦ ଅସହାୟ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ଜଣେ ଡାକ୍ତରଙ୍କ କାହାଣୀ

ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ଥିଲା।

ଅଦ୍ୟତନ ହୋଇଛି
ନିଶା ଯାହାଙ୍କ ମାଗଣା ଚିକିତ୍ସା

ନିଶା ଯାହାଙ୍କ ମାଗଣା ଚିକିତ୍ସା

Advertisment

ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ । ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ । ସମସ୍ତେ ମିଳିମିଶି ପରସ୍ପର ଦୁଃଖରେ ଦୁଃଖୀ ଆଉ ସୁଖରେ ସୁଖୀ ହେବା କଥା । ହେଲେ ଯୁଗ ଯେତିକି ଆଧୁନିକ ହେଉଛି, ଲୋକେ ପାଖ ପଡ଼ୋଶୀ ବନ୍ଧୁ ପରିଜନ କଥା ଛାଡ଼ନ୍ତୁ, ନିଜ ଠାରୁ ବି ଦୂରେଇ ଯାଉଛନ୍ତି । ଆପଣାର ପର ବିଚାର କରିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ଆଜିକାଲିର ଏ ସ୍ୱାର୍ଥପର ସମାଜରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ କେଇ ଜଣ ବା ଆଗେଇ ଆସୁଛନ୍ତି ।

Advertisment

ହେଲେ ସମସ୍ତ ସ୍ୱାର୍ଥ ଠାରୁ ଉର୍ଦ୍ଧ୍ୱକୁ ଯାଇ ଅସହାୟଙ୍କୁ ସାହାଯ୍ୟ କରୁଥିବା ଜଣେ ନିଆରା ମଣିଷ ହେଲେ ଡାକ୍ତର ମନୀଷ ଜୁବେକର । ତାଙ୍କୁ ଦ୍ୱିତୀୟ ଭଗବାନ, ମଣିଷ ରୂପୀ ଭଗବାନ, ଅସହାୟଙ୍କ ଦେବଦୂତ କିଛି ବି କୁହାଯାଇପାରେ । ଅନ୍ୟ ଠାରୁ କିଛି ପାଇବା ଆଶାରେ କି ଟଙ୍କା ମୋହରେ ନୁହେଁ ମଣିଷପଣିଆ ପାଇଁ ଜୀବନକୁ ସେ ଉତ୍ସର୍ଗ କରିଦେଇଛନ୍ତି । କହିବାକୁ କଲେ ତାଙ୍କ ଭଳି ଜଣେ ମଣିଷ ମିଳିବା ବିରଳ । ଧନକୁ ତୁଚ୍ଛ କରି ସେ ମାନବ ସେବାକୁ ଧର୍ମ ରୂପେ ବରଣ କରିନେଇଛନ୍ତି ।

ଯେଉଁ ପିଲାମାନେ ଶୁଣି ପାରୁନାହାନ୍ତି, ସେମାନଙ୍କ ଦୁଃଖ ମା ବାପା, ପରିବାର ଲୋକ ଖୁବ ଭଲଭାବରେ ବୁଝି ପାରନ୍ତି । ହେଲେ ସେପରି ପିଲାଙ୍କ ଚିକିତ୍ସା କରାଇବା ଗରିବ ପରିବାର ପକ୍ଷେ ଖୁବ କଷ୍ଟକର କଥା । ସାଧାରଣ ଜ୍ୱର, ଥଣ୍ଡାରେ ହସ୍ପିଟାଲ ଗଲେ ହଜାର ହଜାର ଟଙ୍କାର ଔଷଧ ଆଣିବା ପାଇଁ ପଡ଼ୁଛି । ଏପରି ସ୍ଥଳେ ସର୍ଜରୀ କରାଇବା କେତେ ଜଣଙ୍କ ପାଇଁ ସମ୍ଭବ ହୋଇପାରିବ । ମୁମ୍ବାଇ ସମେତ ଦେଶରେ ଜନ୍ମ ହୋଇଥିବା ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ୬ ଜଣ ଶିଶୁଙ୍କର ବଧିରତା ସମସ୍ୟା ରହିଛି । ଠିକ୍ ସମୟରେ ଚିକିତ୍ସା ଏବଂ ମହଙ୍ଗା ଚିକିତ୍ସା ପଦ୍ଧତି ଯୋଗୁଁ ଶହ ଶହ ପିଲାଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳୁନି । ଅଭାବୀ ପିଲାମାନଙ୍କର ଏହି ଗୁରୁତର ସମସ୍ୟାକୁ ଦୂର କରିବା ପାଇଁ ମୁମ୍ବାଇର ଇଏନଟି ଡାକ୍ତର ମନୀଷ ଜୁବେକର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।

Advertisment

ଶ୍ରବଣ ଶକ୍ତି ହରାଇଥିବା ପିଲାଙ୍କ ପାଇଁ ଡକ୍ଟର ମନୀଷ ଭଗବାନ ସଦୃଶ କହିଲେ ଚଳେ । ଏପରି ପିଲାଙ୍କର ଦାୟିତ୍ୱ ଯେପରି ତାଙ୍କ ଉପରେ କେହି ନ୍ୟସ୍ତ କରିଛନ୍ତି । ଅନ୍ୟ ଡାକ୍ତରଙ୍କ ପରି ସେ ମଧ୍ୟ ପ୍ରତିଦିନ ରୋଗୀ ଦେଖନ୍ତି, କିନ୍ତୁ ଯେତେବେଳେ କୌଣସି ଶୁଣି ପାରୁନଥିବା ରୋଗୀ ଚିକତ୍ସା ପାଇଁ ଆସନ୍ତି, ତୁରନ୍ତ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । କୋକ୍ଲିଆର ପ୍ରତିରୋପଣ ପାଇଁ ପାଖାପାଖି ୧୪ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ଏଥିଲାଗି ସେ ଏନଜିଓର ସାହାଯ୍ୟ ନିଅନ୍ତି । ଅସହାୟଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପ୍ରାୟ ୮ ଟି ଏନଜିଓ ସହିତ ଯୋଗାଯୋଗ ବଜାୟ ରଖିଛନ୍ତି ଡାକ୍ତର ବାବୁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୦୦ ରୁ ଅଧିକ ଲୋକଙ୍କ ଶ୍ରବଣ କ୍ଷମତାକୁ ଫେରାଇ ଆଣିବାରେ ସକ୍ଷମ ହୋଇପାରିଛନ୍ତି ।

ଡାକ୍ତରଙ୍କ ଅନୁଯାୟୀ, ଗୋଟିଏ କାନ ପାଇଁ କୋକ୍ଲିଆର ପ୍ରତିରୋପଣ ଅସ୍ତ୍ରୋପଚାରର ମୋଟ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ଏଥିମଧ୍ୟରୁ କେବଳ ଅସ୍ତ୍ରୋପଚାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା । ମହାମାରୀ ପରେ ଡାକ୍ତର ମନୀଷଙ୍କ ନିକଟକୁ ଏପରି ଅଧିକରୁ ଅଧିକ ରୋଗୀ ଆସିବା ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ପରିବାରର । ଟଙ୍କା ଅଭାବ ପାଇଁ ସେ କୌଣସି ରୋଗୀଙ୍କୁ ଫେରାଇ ଦେବାକୁ ଚାହୁଁନଥିଲେ । ଏହି ସମୟରେ ସେ ରୋଗୀଙ୍କର ମାଗଣା ଅସ୍ତ୍ରୋପଚାର କରିବା ଏବଂ ଯନ୍ତ୍ରପାତି ଯୋଗାଇବା ପାଇଁ କିଛି ଏନଜିଓ ସହ ଯୋଗାଯୋଗ କରିଥିଲେ।

Advertisment

ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ଥିଲା। ଅସ୍ତ୍ରୋପଚାର ସମୟରେ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ରୋଗୀଙ୍କ ଚିକିତ୍ସାରେ ମାଗଣା ସହାୟତା ପାଇଁ ତାଙ୍କ ବନ୍ଧୁ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ମନୀଷଙ୍କ ମହତ ପଣିଆକୁ ବୁଝି ସାହାଯ୍ୟ କରିବା ପାଇଁ ବନ୍ଧୁ ଡାକ୍ତରମାନେ ମଧ୍ୟ ରାଜି ହୋଇଯାଇଥିଲେ ।

ଜଟିଳ ଅସ୍ତ୍ରୋପଚାର ହୋଇଥିବାରୁ କମ ଡାକ୍ତର କୋକ୍ଲିଆର ସର୍ଜରୀ କରିବା ପାଇଁ ରାଜି ହୁଅନ୍ତି । ଏଭଳି ସ୍ଥିତିରେ ଗ୍ରାମାଞ୍ଚଳର ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ଡାକ୍ତର ମନୀଷ ସ୍ଥାନୀୟ ଡାକ୍ତରଙ୍କୁ ଟ୍ରେନିଂ ଦେବା କାମ ମଧ୍ୟ କରୁଛନ୍ତି । ତାଙ୍କର ଏହି ମହତ ପଦକ୍ଷେପ ଯୋଗୁଁ ନାଗପୁର, ଅମରାବତୀ, ୟବତମାଲ ଏବଂ ସୁରଟର କିଛି ଡାକ୍ତର ମଧ୍ୟ ରୋଗୀଙ୍କର ମାଗଣା ଅସ୍ତ୍ରୋପଚାର କରୁଛନ୍ତି।

ଅସ୍ତ୍ରୋପଚାର ପରେ ଶବ୍ଦ ଏବଂ ଶବ୍ଦକୁ ଚିହ୍ନିବା ପାଇଁ ରୋଗୀଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସ୍ପିଚ୍ ଥେରାପୀର ଆବଶ୍ୟକତା ପଡ଼ିଥାଏ । ଏହି ସୁବିଧା ମଧ୍ୟ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । କିଛି ରୋଗୀ ଶୁଣିପାରୁ ନଥିବାରୁ କଥା ମଧ୍ୟ କହିପାରନ୍ତି ନାହିଁ । ସ୍ପିଚ ଥେରାପି ଚିକିତ୍ସା ସହିତ ରୋଗୀମାନେ ସାଧାରଣ ଜୀବନ ଜିଇଁବା ଆରମ୍ଭ କରନ୍ତି ।

ବଧିର ସମସ୍ୟା ପିଲାମାନଙ୍କର ଜନ୍ମଗତ ଅଟେ । ଏପରି ସ୍ଥିତିରେ ଯଦି ଏକ ବର୍ଷରୁ ଚାରି ବର୍ଷ ବୟସ ମଧ୍ୟରେ କୋକ୍ଲିଆର ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଏ, ତେବେ ଅସ୍ତ୍ରୋପଚାରର ଫଳାଫଳ ୯୦ ପ୍ରତିଶତରୁ ଅଧିକ ହୋଇଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସ୍ତ୍ରୋପଚାରର ସଫଳ ହେବାର ସମ୍ଭାବନା କମ ଥାଏ ।

ପିଲା ଜନ୍ମ ପରେ କାନ ଯାଞ୍ଚ କରିବା ବାଧ୍ୟତାମୂଳକ ନିୟମ ନଥିବାରୁ ଏହି ସମସ୍ୟା ବଢ଼ିବାରେ ଲାଗୁଛି । ସଚେତନତା ଅଭାବରୁ ବାପାମା’ମାନେ ମଧ୍ୟ ଶିଶୁର ଶ୍ରବଣ କ୍ଷମତା ଯାଞ୍ଚ କରିବାକୁ ଧ୍ୟାନ ଦିଅନ୍ତି ନାହିଁ । ଫଳସ୍ୱରୂପ, ବାପାମା’ମାନେ ଶିଶୁର ସମସ୍ୟା ବିଷୟରେ ବିଳମ୍ବରେ ଜାଣନ୍ତି । ଏଥିପାଇଁ ଡକ୍ଟର ମନୀଷ ଚେମ୍ବୁର ସ୍ଥିତ ଜୁବେକର ହସ୍ପିଟାଲରେ ଶିଶୁମାନଙ୍କର ମାଗଣା ପରୀକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି।
ଏପରି ଜଣେ ନିସ୍ୱାର୍ଥପର ଡାକ୍ତର ମିଳିବା ଆଜିକା ଜମାନାରେ ଖୁବ କଷ୍ଟକର । ଯେଉଁଠି କେଇଟା ଟଙ୍କା ପାଇଁ ଜୀବନ ସହ ଖେଳ ହୁଏ, ସେଠାରେ ଏଭଳି ଡାକ୍ତର ଭଗବାନ ଠାରୁ ବଳି କହିଲେ ଅତ୍ୟୁକ୍ତି ହେବନାହିଁ ।

Mumbai Good Story Free Treatment Human Interest Story Provides Free Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ